କଲେଜରେ +୩ ପାଠ ପଢୁଛନ୍ତି, ହେଲେ ଘର ଉପରେ ବୋଝ ନହୋଇ କିଛି କରି ଦେଖାଇବାକୁ ଅଣ୍ଟା ଭିଡିଛନ୍ତି । ଲୋକଙ୍କ ଟାହିଟାପରା ଓ ଲାଜ ସବୁକୁ ଅଣଦେଖା କରି ରାସ୍ତାକଡରେ ଠେଲା ଲଗାଇଛନ୍ତି । ଏହି ଦୃଶ୍ୟ ଦେଖି ଆପଣ ବୁଝି ପାରୁଥିବେ କି ଝିଅ ଦୁଇଜଣ କିଭଳି ଏକ ସ୍ପ୍ରିଙ୍ଗ ପଟାଟୋ ରୋଲ୍ ଠେଲା ଲଗାଇଛନ୍ତି । ଯାହା ଖାଇବା ପାଇଁ ଗ୍ରାହକମାନେ ଭିଡ ଜମାଇଛନ୍ତି । ଗତ ଦୁଇମାସ ହେବ ଏହି ଠେଲା ଦୋକାନ ଦେଇଛନ୍ତି ଦୁଇ ଭଉଣୀ ।
ବେଳେବେଳେ କଲେଜ ସାଙ୍ଗସାଥି ବି ତାଙ୍କ ଦୋକାନକୁ ଆସି ସ୍ପ୍ରିଙ୍ଗ ପଟାଟୋ ଖାଆନ୍ତି । ଆଉ ଅନେକ ପିଲା ତାଙ୍କୁ କୁହନ୍ତି, ତୁମେ କଲେଜରେ ପାଠ ପଢି ଏଇ ରାସ୍ତାକଡରେ ଏମିତି କାମ କାହିଁକି କରୁଛ ? ସମସ୍ତେ କଣ ଭାବୁଥିବେ ? କିନ୍ତୁ ଏହି ଦୁଇ ଭଉଣୀ କାହା କଥାକୁ ଧ୍ୟାନ ନଦେଇ ଖୁସିରେ ନିଜ ବ୍ୟବସାୟରେ ଧ୍ୟାନ ଦିଅନ୍ତି । ମଣିଷ ଚାହିଁଲେ ଅସମ୍ଭବକୁ ମଧ୍ୟ ସମ୍ଭବରେ ପରିଣତ କରି ଦେଇପାରେ । ଯେକୌଣସି ପରିସ୍ଥିତିରୁ ବାହାରି ତା’ ଜୀବନକୁ ସୁଧାରି ପାରିବ ।
ଦିନେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଥିବା ଅସହାୟ ମହିଳାମାନେ ଏବେ ସାହସ କରି ସାମ୍ନାକୁ ଆସୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ସକ୍ଷମ ହେଉଛନ୍ତି । ଆଉ ଏହି ଦୁଇ ସାଙ୍ଗ ଏହାର ଜ୍ଵଳନ୍ତ ଉଦାହରଣ । ଏକାଠି ମିଶି ଏମାନେ ସ୍ପ୍ରିଙ୍ଗ ପଟାଟୋ ରୋଲ ବନାଉଛନ୍ତି ଓ ଲୋକଙ୍କୁ ଖୁଆଉଛନ୍ତି ।
ଓଡିଶାରେ କିଛିଟା ସହରରେ ଏହି ସ୍ପ୍ରିଙ୍ଗ ପଟାଟୋ ରୋଲ ବିକ୍ରି ହେଉଥିବା ବେଳେ ମୟୂରଭଞ୍ଜରେ ପ୍ରଥମ ଥର ପାଇଁ ଏହା ଆରମ୍ଭ ହୋଇଛି । ସାଧାରଣତଃ ପିଲାମାନେ ପାଠପଢି ଭଲ ଜାଗାରେ ଚାକିରି ଖୋଜିଥାନ୍ତି । କିନ୍ତୁ ଏହି ଦୁଇଝିଅଙ୍କ କହିବା ଅନୁଯାୟୀ ସେମାନେ ଅନ୍ୟ ପାଖରେ ରହି କାମ କରିବା ଠାରୁ ନିଜେ କିଛି କରି ପାରିଛନ୍ତି ତେଣୁ ସେମାନେ ଗର୍ବିତ । ଦିନବେଳେ କଲେଜ ଯାଇ ପାଠ ପଢୁଛନ୍ତି ଓ ରାତିରେ ସେମାନେ ଦ୍ପୃଙ୍ଗ ପଟାଟୋ ରୋଲ ବନେଇ ବିକୁଛନ୍ତି ।
ଗ୍ରାହକମାନେ ମଧ୍ୟ ବେଶ ମନଖୁସିରେ ତାଙ୍କ ଠାରୁ ସ୍ପ୍ରିଙ୍ଗ ପଟାଟୋ ନେଇ ଖାଉଛନ୍ତି । ତାଙ୍କ ସ୍ପ୍ରିଙ୍ଗ ପଟାଟୋ ରୋଲ ବେଶ ସ୍ଵାଦିଷ୍ଟ ବୋଲି ମଧ୍ୟ ଅନେକ ଗ୍ରାହକ କୁହନ୍ତି । ଝିଅମାନେ ଏମିତି ଆତ୍ମନିର୍ଭରଶୀଳ ହେବା ଉଚିତ ବୋଲି ମଧ୍ୟ ଜଣେ ଗ୍ରାହକ କହିଛନ୍ତି ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।