ଜୀବନରେ କେବେ ଖୁସିରେ ରହି ପାରନ୍ତିନି ଏହି 2 ନାମର ଝିଅ- Jyotish Sastra

ବିବାହ ଦୁଇଟି ହୃଦୟର ମିଳନ ର ଏପରି ଏକ ପବିତ୍ର ବନ୍ଧନ ଯାହା ଦୁନିଆର ସବୁ ସମ୍ପର୍କ ଠାରୁ ବହୁତ ଅଲଗା ଅଟେ । ପତି ପତ୍ନୀଙ୍କ ସମ୍ପର୍କ ଦୁନିଆର ଅଲଗା ସମ୍ପର୍କ ଠୁ ବହୁତ ନିଆରା । ପତି ପତ୍ନୀ ଦୁହେଁ ବିବାହ ପୂର୍ବରୁ ଅପରିଚିତ ଥିଲେ ମଧ୍ୟ ବିବାହ ପରେ ଦୁହେଁ ଦୁହିଁଙ୍କୁ ସ୍ୱୀକାର କରି ଖୁସିରେ ଜୀବନ ଅତିବାହିତ କରନ୍ତି । ଏମିତି ତ ଛୋଟ ମୋଟ ମନୋମାଳିନ୍ୟ ପତି ପତ୍ନୀଙ୍କ ମଧ୍ୟରେ ହୋଇଥାଏ ।

କିନ୍ତୁ ଏହା ଦ୍ୱାରା ଏମାନଙ୍କ ସମ୍ପର୍କ ଆହୁରି ନିବିଡ ମଧ୍ୟ ହୋଇଥାଏ ଓ ସେମାନଙ୍କ ମଧ୍ୟରେ ପ୍ରେମ ମଧ୍ୟ ବଢିଥାଏ । ଆଉ ଏହି ସମ୍ପର୍କ ରେ ପରସ୍ପର ପ୍ରତି ବିଶ୍ୱାସ ରହିବା ସବୁଠୁ ଅଧିକ ଆବଶ୍ୟକ ହୋଇଥାଏ । ଏହା ସହ ସେମାନଙ୍କୁ ନିଜ ସମ୍ପର୍କ ଓ ପରସ୍ପର ର ସମ୍ମାନ ମଧ୍ୟ କରିବା ଜରୁରୀ ହୋଇଥାଏ ।

କିନ୍ତୁ କେବେ କେବେ ପତି ପତ୍ନୀଙ୍କ ମଧ୍ୟରେ ଏହି ମନୋମାଳିନ୍ୟ ଏତେ ବଢି ଯାଇଥାଏ ଯେ ଦୁହେଁ ଦୁହିଁଙ୍କୁ ନିଜ କଟୁ କଥାରେ ଅପମାନ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି କାରଣରୁ ସେମାନଙ୍କ ମନରେ ଫାଟ ସୃଷ୍ଟି ହୋଇଥାଏ ଓ ପତି ଏହି ସବୁରେ ବ୍ୟତିବ୍ୟସ୍ତ ହୋଇ ନିଜ ପତ୍ନୀଙ୍କୁ ଯେପରି ପ୍ରେମ କରିବା ଉଚିତ ସେପରି ଆଉ କରି ପାରି ନ ଥାନ୍ତି ।

ଯାହା ଦ୍ୱାରା ପତ୍ନୀ ମଧ୍ୟ ପତି ଙ୍କ ଯୋଗୁଁ ଦୁଃଖୀ ରୁହନ୍ତି ଓ ସେମାନଙ୍କ ସମ୍ପର୍କର ମଧୁରତା ଧୀରେ ଧୀରେ କମ ହୋଇଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମ୍ବନ୍ଧିତ ୨ଟି ନାମ ର ପତ୍ନୀଙ୍କ ବିଷୟରେ ଜାଣିବା ଯିଏ ସବୁବେଳେ ନିଜ ପତିଙ୍କ ଉପରେ ଅସନ୍ତୁଷ୍ଟ ରହିଥାନ୍ତି ।

ଇଂରାଜୀ ଅକ୍ଷର “ପି” ନାମ ଥିବା ଝିଅମାନେ- ଯେଉଁ ଝିଅ ମାନଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ କେବେ ବି ନିଜ ପତି ଙ୍କ ଉପରେ ଖୁସି ରହି ପାରନ୍ତି ନାହିଁ । ଏହି ନାମ ର ଝିଅମାନେ ନିଜ ପତିଙ୍କ ଠାରୁ ଅଧିକ ପ୍ରେମର ଆଶା ରଖିଥାନ୍ତି କି ତାଙ୍କ ପତି କେବଳ ତାଙ୍କ ଉପରେ ହିଁ ଧ୍ୟାନ ଦିଅନ୍ତୁ ଓ ସବୁ କଥା ତାଙ୍କୁ ଜଣାନ୍ତୁ ଯେପରି ସମ୍ପର୍କ ସୁଦୃଢ ରହିବ । ଏହି ନାମର ଝିଅ ଙ୍କୁ ସବୁବେଳେ ନିଜ ପ୍ରେମ କୁ ହରାଇବାର ଭୟ ଲାଗି ରହିଥାଏ । ଏହି କାରଣରୁ ଏମାନେ ଦୁଃଖୀ ରହିଥାନ୍ତି ।

ଇଂରାଜୀ ଅକ୍ଷର “କେ” ନାମ ଥିବା ଝିଅମାନେ- ଯେଉଁ ଝିଅ ମାନଙ୍କ ନାମ କେ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ମଧ୍ୟ ନିଜ ପତିଙ୍କ ଉପରେ ଖୁସି ରହି ପାରି ନ ଥାନ୍ତି । ଏହାର ସବୁଠୁ ବଡ କାରଣ ହେଉଛି ଏହି ନାମ ର ଝିଅ ମାନେ ନିଜ ପତିଙ୍କୁ ସବୁବେଳେ ସନ୍ଦେହ କରିଥାନ୍ତି ।

ଏହି ଝିଅ ଙ୍କ ସ୍ୱଭାବ କିଛି ଖରାପ ନୁହେଁ । ଏମାନେ କେବଳ ନିଜ ପତିଙ୍କୁ ଅନ୍ୟ କାହା ସହ ବାଣ୍ଟିବାକୁ ପସନ୍ଦ କରନ୍ତି ନାହିଁ । ଏହି କାରଣରୁ ଏମାନେ ପ୍ରାୟ ଦୁଃଖୀ ରହିଥାନ୍ତି । ଏମାନେ ଚାହାନ୍ତି ତାଙ୍କ ପତି ସବୁ କାମ ଛାଡି ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ ଓ ପ୍ରେମ କରନ୍ତୁ । ଏହି ଇଛା ପୂରଣ ହୋଇ ନ ପାରିଲେ ଏମାନେ ପତିଙ୍କ ଉପରେ ଅସନ୍ତୁଷ୍ଟ ରୁହନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।