କୁମ୍ଭ (Aquarius) ରାଶିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଶେଷ କଥା, ଶୁଭ ରଙ୍ଗ ଗୁଣ ସବୁକିଛି

ଆଜି ଆମେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କର କିଛି ଗୁପ୍ତ କଥା ବିଷୟରେ ଜାଣିବା । କୁମ୍ଭ ରାଶି ସାଧାରଣ ଭାବରେ ତିନି ଭାଗରେ ବିଭକ୍ତ । ପ୍ରଥମଟି ୨୩/୧୧ – ଧନିଷ୍ଟ ନଖେତ୍ର, ଏମାନେ ଦାନବ ଗଣ ଅଟନ୍ତି ନାନା ପ୍ରକାରର ଦେବା ଦେବୀଙ୍କ ପୂଜା କରନ୍ତି । ଦ୍ଵିତୀୟ ଟି ୨୪/୧୧ – ସତଭିଷା ନକ୍ଷତ୍ର, ଏମାନେ ଦାନବ ଗଣ ଅଟନ୍ତି ଏମାନେ ଦେବା ଦେବୀଙ୍କ ପୂଜା କରନ୍ତି । ତୃତୀୟରେ ୨୫/୧୧ ପୂର୍ବ ଭାଦ୍ର ନକ୍ଷତ୍ର, ଏମାନେ ମାନବ ଗଣ ଅଟନ୍ତି ।

ରାଜସିକ ଭକ୍ତିରେ ଆନନ୍ଦିତ ହୋଇଥାନ୍ତି, ଦେବୀ ମନ୍ତ୍ର ଓମ କ୍ଲିଙ୍ଗ ନମ, ଏମାନଙ୍କ ପାଇଁ ଶୁଭ ବାର ସୋମ ବାର ମଙ୍ଗଳ ବାର, ଶୁକ୍ର ବାର ଓ ଶନି ବାର । ଶୁଭ ସଂଖ୍ୟା ୨, ୩, ୬ ଓ ୯ ଅଟେ । ଉତ୍ତମ ଫଳ- ବୃଷ, ମିଥୁନ, କନ୍ୟା, ତୁଳା ମକର ଏବଂ କୁମ୍ଭ ଏହି ରାଶିର ବ୍ୟକ୍ତି ଶୁଭ ଫଳ ପ୍ରଦାନ କରିଥାନ୍ତି ।

ଶୁଭ ରଙ୍ଗ କଳା, ବାଇଗଣି, ନୀଳ ଓ ସବୁଜ ରଙ୍ଗ । ଶୁଭ ଦିଗ ପଶ୍ଚିମ ଦିଗ । ଘାତ ବାର ଗୁରୁ ବାର । ଶନି ଗ୍ରହ ଶାନ୍ତି ପାଇଁ ଲୁହା, ଶିସାକୁ ଶନିବାର ଦିନ ପୂଜା କରି ପିନ୍ଧିବା ଦ୍ଵାରା, ହନୁମାନ ପୂଜା, ପ୍ରଦଶ ବ୍ରତ ପାଳନ କରିବା ଦ୍ଵାରା ଗ୍ରହ ଶାନ୍ତି ହୋଇଥାଏ । ଶନି ଦେବଙ୍କ ପୂଜା ଓ ହନୁମାନଙ୍କ ପୂଜା ଦ୍ଵାରା ଶୁଭ ଫଳ ମିଳିଥାଏ । ଏବେ ଜାଣିବା କୁମ୍ଭ ରାଶିର ଗୁଣ ଓ ସ୍ଵଭାବ ବିଷୟରେ, ଏମାନେ ଶାନ୍ତ, ଗମ୍ଭୀର ଓ ଚିନ୍ତାଶୀଳ, ବୁଦ୍ଧିମତା ଓ କଳାପ୍ରେମୀ ହୋଇଥାନ୍ତି । ଏମାନେ ଜଙ୍ଘ, ଦାନ୍ତ, ରକ୍ତ ଚାପ, ପେଟ ଓ ମ୍ୟାଲେରିଆ ରୋଗ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଏମାନଙ୍କ ଜୀବିକା, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, କବି, ଯନ୍ତ୍ରପାତି ବ୍ୟବସାୟୀ, ସିମେଣ୍ଟ ଏବଂ ଖଣିଜପଦାର୍ଥ ବ୍ୟବସାୟରେ ସଫଳତା ପାଆନ୍ତି । କେତେକ ବନ୍ଧୁଙ୍କ ସହଯୋଗ ଏମାନଙ୍କୁ ମିଳିଥାଏ ଏବଂ କିଛି ବନ୍ଧୁ ସମସ୍ୟା ସୃଷ୍ଟି ମଧ୍ୟ କରିଥାନ୍ତି । ଛାତ୍ରମାନେ ପଢାରେ ଭଲ କରିଥାନ୍ତି । ପୁଣ୍ୟ ଆଦି ଧର୍ମ କାର୍ଯ୍ୟରେ ଆଗ୍ରହୀ ହୋଇଥାନ୍ତି । ପଶୁପାଳନରେ ଆଗ୍ରହୀ ହୋଇଥାନ୍ତି ।

ବୁଦ୍ଧିମାନ ହୋଇଥାନ୍ତି । ରୋଗ ପାଇଁ ଥରେ ବା ଦୁଇଥର ଅପରେସନ ହୋଇପାରନ୍ତି । କଳା, ନୃତ୍ୟ, ଗୀତ, ହସ୍ତ କଳା କ୍ଷେତ୍ରରେ ସମ୍ମାନିତ ହୋଇଥାନ୍ତି । ଦେବୀ ଶକ୍ତିଙ୍କ ଆଶୀର୍ବାଦ ଯୋଗୁଁ କେବେ ବି ଧନର ଅଭାବ ହୋଇନଥାଏ । ସମାଜରେ ପ୍ରତିଷ୍ଠା ଲାଭ କରିବେ । ଆୟ ଅନୁସାରେ ଖର୍ଚ କରିଥାନ୍ତି । ମିଛ କହିବା, ଠକିବା, ପର ଧନ ଉପରେ ଲୋଭ କରନ୍ତି ନାହିଂ । ଏମାନଙ୍କୁ ଧଳା ଓ ନୀଳ ରଙ୍ଗ ପ୍ରିୟ ହୋଇଥାଏ ।

ଏମାନେ ନିଜ ବଚନ ରକ୍ଷା କରିଥାନ୍ତି । ଏମାନଙ୍କର ଶୁଭ ବାର ଶନି ବାର ହୋଇଥାଏ । ଅଗଷ୍ଟ ମାସର ୫, ୧୦ ଓ ୧୩ ତାରିଖ ଓ ମଙ୍ଗଳବାରରେ ଜନ୍ମ ହୋଇଥିଲେ ଏହା ଘାତ ବାର ହୋଇଥାଏ । ଜନ୍ମରୁ ୨୨ ବର୍ଷ ପର୍ଯ୍ୟନ୍ତ ଭଲ ମନ୍ଦ ଲାଗି ରହିଥାଏ । ଜ୍ଞାନ ଅର୍ଜନ ଓ ଜମି ବାଡିକୁ ନେଇ ସମସ୍ୟା ଦେଖା ଯାଇପାରେ । ପାରିବାରିକ ସମସ୍ୟା ଦେଖାଯାଇ ପାରେ । ଠିକ ସମୟର ଉପଦେଶ ପିତା ଭଳି ଲାଗିଥାଏ । ଜୀବନରେ ଉନ୍ନତି ପାଇଁ ଜୀବନ ସାଥିର ପରାମର୍ଶ ଲାଭକାରୀ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।