ଜୀବନରେ ହାରିବା ବି ବହୁତ ଜରୁରୀ ? ଜାଣନ୍ତୁ କାହିଁକି ? Best Motivational Tips

Traf-O-Data ହେଉଛି ଏଭଳି ଏକ କମ୍ପାନୀ ଯେ କି ଟ୍ରାଫିକ ର ଡାଟା କୁ ଟ୍ରାଫିକ ଇଞ୍ଜିନିୟର ମାନଙ୍କୁ ଦେବା ପାଇଁ ଏକ ପ୍ରୋଜେକ୍ଟ କରିଥିଲା , ଏହା ଯେତେବେଳେ ଟ୍ରାଫିକ ଅଫିସରେ ଥିବା ବରିଷ୍ଟ ଅଧିକାରୀଙ୍କ ପାଖରେ ପହଞ୍ଚି ଥିଲା ସେ ଏହାକୁ ଗ୍ରହଣ କରିନଥିଲେ । ଆକିଓ ମୋରେଟା Sony company ର ମାଲିକ ସେ ପ୍ରଥମେ ଏକ Rice cooker ତିଆରି କରିଥିଲେ ଏହା ଭାତ ସହ ଜଳି ଯାଇଥିଲା ।

ଇଭାନ ଉଇଲିୟମ Co Founder Of Twitter ସେ ନିଜ କମ୍ପାନୀ ଆରମ୍ଭ କରିବା ଆଗରୁ ନିଜର ଭୁଲ ପାଇଁ ତାଙ୍କ କମ୍ପାନୀରେ ତାଲା ଲାଗି ଯାଇଥିଲା । ରେଡ ହୋଫମାନ Founder Of LINKEDIN ରେ ସେ ନିଜର ନିବେଶ କରିବା ଆଗରୁ ସେ ଦୁଇଥର ଅସଫଳ ହୋଇଛନ୍ତି ।

ଜେଫ ବେଜୋସ Founder Of AMAZON ର ପୂର୍ବ ରୁ ଅନେକ ପ୍ରୋଜେକ୍ଟ କରିଥିଲେ ମାତ୍ର ସେ ସବୁଥିରେ ଅସଫଳ ହୋଇଥିଲେ।ଆମେ ଏହି ବ୍ୟକ୍ତି ମାନଙ୍କୁ ତାଙ୍କ ସଫଳତାରୁ  ଜାଣିଛେ , ଏହାଙ୍କ ଅସଫଳ କାହାଣୀ ଆମେ ଏଥି ପାଇଁ କହିଲୁ କାହିଙ୍କିନା ଆପଣ ମାନେ ଜାଣି ରଖନ୍ତୁ ଜିତିବା ର ଆସା ଅସଫଳ ବ୍ୟକ୍ତି ମାନଙ୍କ ପାଖରୁ ହିଁ ଆସିଥାଏ । ଆମେ ଯଦି ହାରିଛୁ ତେବେ ଏହା ର କଣ ଭୁଲ ରହିଲା ଆମେ ହାରିଲୁ ନ ଦେଖିକି ଆମ ଚେଷ୍ଟା ରେ କଣ ଭୁଲ ରହିଲା ତାହା ଜାଣିବା ଅଧିକ ଭଲ ଅଟେ ।

ଯଦି ଆମେ କେବେବି ହାରିନୁ ତେବେ ଆମେ କେବେବି ଜିତି ପାରିବାନି ।  ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ କି ଯେତେବେଳେ ଆମେ ହାରୁଛୁ ସେତେବେଳେ ଆମେ ହାରୁନୁ କେବଳ ହାରୁଛି ଆମ ଚେଷ୍ଟା । ଆମକୁ ଜିତିବାକୁ ହେଲେ କେବଳ ନିଜର ଚେଷ୍ଟା କୁ ଥରେ ମାତ୍ର ଠିକ କରିବାକୁ ହେବ । ଆପଣ ଜାଣି ନିଅନ୍ତୁ କି ଆପଣ କଣ କଣ ଭୁଲ କରି ଯାଇଛନ୍ତି । ଆପଣ ମନେ ରଖନ୍ତୁ କି ଯେତେବେଳେ ଆପଣ ହାରୁଛନ୍ତି ସେଥିରୁ କିଛି ନା କିଛି ଆପଣ ସିଖୁଛନ୍ତି , ଏହାକୁ ଯଦି ଆପଣ ସିଖୁ ନାହାଁନ୍ତି ତାହେଲେ ଆପଣ ଜାଣି ପାରିବେନି କି ଆପଣ କିଭଳି ଜିତିବେ ।

ମାନେ ରଖନ୍ତୁ ଯିଏ ହାରେ ସେ ସେତେବେଳେ ପର୍ଯ୍ୟନ୍ତ ଜିତି ପାରିବ ଯେତେବେଳ ଯାଏ ସେ ନିଜକୁ ହାରିଛି ବୋଲି ନ କହେ । ଯେତେବେଳେ ସେ ତାର ଇଚ୍ଛା ଶକ୍ତିକୁ ହାରିଯିବାର ଦେଖାଇ ଥାଏ ସେତେବେଳେ ସେ ହାରିଥାଏ । ଯେତେବେଳେ ଆପଣ ହାରିଛନ୍ତି କେଉଁ ଭୁଲ ପାଇଁ ହାରିଛନ୍ତି ଦେଖନ୍ତୁ ସମୟ ନିଅନ୍ତୁ ଧର୍ଯ୍ୟ ରଖନ୍ତୁ , ଏହା ପରେ ପୁଣି ଚେଷ୍ଟା କରନ୍ତୁ । ଅନ୍ୟର କଥା ଶୁଣି ଯଦି ଆପଣ ନିଜକୁ ଭୁଲ ବୁଝିବେ ତାହେଲେ ଆପଣ କେବେବି ନିଜର ଲକ୍ଷ ପାଇ ପାରିବେନି ।

ଆମେ ପ୍ରତେକ କାମରେ ଯାହା ଆମ ପାଇଁ ନୂଆ ଅଟେ ସେଥିରେ ହାରି ଥାଉ ମାତ୍ର ଆପଣ ଯଦି ଏହାକୁ ୨୫ ରୁ ଅଧିକ ଥର ଅସଫଳ ନ ହୋଇଛନ୍ତି , ତା ଭିତରେ ଆପଣ ଏହାକୁ ଭଲ ଭାବରେ ଜାଣି ନିଅନ୍ତୁ । ଦେଖିବେ ଆପଣ ନିଶ୍ଚିତ ସଫଳ ହେବେ । ଆପଣ ସବୁ କାମ ଭଲ କରିବା ଆବଶ୍ୟକ ନାହିଁ କେବଳ ଦେଖନ୍ତୁ ଆପଣ କେଉଁ ଜିନିଷକୁ ଖୁବ ଭଲ ଭାବରେ କରି ପାରିବେ । କେବଳ ଆପଣ ଗୋଟେ ଜିନିଷ ଉପରେ ନିଜକୁ ବ୍ୟସ୍ତ ରଖନ୍ତୁ  ଦେଖିବେ ଆପଣ ବି ଜଣେ ସଫଳ ମଣିଷ ହେବେ ।