ପ୍ରଭୁ ତୁଳସୀ ଦାସ ଗୋସ୍ୱାମୀ ରାମଚରିତ ମାନସରେ କହି ଯାଇଛନ୍ତି ଯେ , ଯେମିତି ବଡ ବଡ ଜଳାଶୟରେ ମାଛ ମାନେ ଖୁସିରେ ରହିଥାନ୍ତି ,ସେମିତି ପ୍ରଭୁଙ୍କ ସରଣରେ ରହିଥିବା ବ୍ୟକ୍ତିର ଜୀବନରେ କୌଣସି ବାଧା ବିଘ୍ନ ଆସେ ନାହିଁ । ଯେଉଁମାନେ ସର୍ବଦା ନିଜ କର୍ମ ଉପରେ ଭରସା ରଖି ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ସେମାନଙ୍କୁ କୌଣସି ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିନଥାଏ । ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କୁ କୌଣସି ସଫଳତା ମିଳୁନାହିଁ, ତାହାଲେ ଆପଣଙ୍କୁ ଆପଣଙ୍କର ଚେଷ୍ଟା ବଦଳେଇବାକୁ ପଡିବ । ତେବେ ସଫଳତା ପାଇବାର ସେହି ଚମତ୍କାରୀ ଚାରିଟି ମନ୍ତ୍ର ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ।
ପ୍ରଥମ ମନ୍ତ୍ର: ଭାଗ୍ୟକୁ ଭୁଲି ଯାଆନ୍ତୁ ଓ ନିଜ ଲକ୍ଷ ସ୍ଥିର କରନ୍ତୁ । ଜୀବନରେ କିଛି କଥା ବା ଘଟଣା ସଂଯୋଗ ବଶତଃ ଘଟିଯାଇପାରେ, କିନ୍ତୁ ସେହି କଥାକୁ ଆପଣ ଯଦି ସବୁବଳେ ଅନେଇ ବସିବେ ତେବେ ଆପଣ ଆପଣଙ୍କ ଜୀବନରେ କୌଣସି ସଫଳତା ପାଇପାରିବେ ନାହିଁ । ଯଦି ଆପଣ ନିୟମିତ ନିଜର ଚେଷ୍ଟା ଜାରୀ ରଖିବେ । ତେବେ ନିଶ୍ଚୟ ଦିନେ ନା ଦିନେ ସଫଳତା ପାଇପାରିବେ ।
ଦ୍ୱିତୀୟ ମନ୍ତ୍ର: କାର୍ଯ୍ୟକୁ ଆପଣ ଇଚ୍ଛା ଓ ଉତ୍ସାହର ସହ କରନ୍ତୁ । ବ୍ୟକ୍ତିର ଆଗ୍ରହ ଓ ଉତ୍ସାହରେ ଟିକେବି ଊଣା ହେବା ଉଚିତ ନୁହେଁ । ଏହି ଇଚ୍ଛା, ଉତ୍ସାହ, ସମର୍ପଣ ଓ ଚେଷ୍ଟା ବଳରେ ଆପଣ ନିଜ ଲକ୍ଷ୍ୟ ସ୍ତଳରେ ଖୁବ ଶୀଘ୍ର ପହଞ୍ଚି ପାରିବେ ।
ତୃତୀୟ ମନ୍ତ୍ର: ସବୁବେଳେ ସମାୟାନୁବର୍ତ୍ତୀ ହୁଅନ୍ତୁ । ସମୟର ମହତ୍ୱ ଅନେକ କାହାଣୀ ଦର୍ଶାଇଥାଏ । ସମୟ ସର୍ବଦା ନିଜ ହିସାବରେ ଚଲିଥାଏ । ସମୟ ସେମାନଙ୍କ ସହ ଠିକ ଚାଲେ ଯେଉଁମାନେ ସମୟ ସହିତ ପାଦଦେଇ ଆଗକୁ ଚାଲିଥାନ୍ତି । ଯେଉଁମାନେ ସମୟକୁ ଅଣଦେଖା କରନ୍ତି ସେମାନେ ସବୁବକେ ଅସଫଳ ହୋଇ ରହିଯାନ୍ତି । ତେଣୁ ସବୁବେଳେ ସମୟ ସହିତ ତାଳଦେଇ ଚାଲିବା ଦରକାର ।
ଚତୁର୍ଥ ମନ୍ତ୍ର: ଆମ ଜୀବନରେ ଅଲଗା ଅଲଗା ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅଲଗା ଅଲଗା ପ୍ରକାରର କାର୍ଯ୍ୟ ମଧ୍ୟ କରିବାକୁ ପଡିଥାଏ । ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହାକି ଆମକୁ ଭଲ ନ ଲାଗିଲେ ମଧ୍ୟ ତାହା ଆମ ଜୀବନ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥଏ । ତେବେ ଯେଉଁ ଜିନିଷ ଭଲ ସେହି ଜିନିଷକୁ ଆପଣଙ୍କ ହିସାବରେ ନୁହେଁ ସମସ୍ତଙ୍କ ହିସାବରେ କରିବାକୁ ଚେଷ୍ଟା କରନ୍ତୁ ।
ଏହି ଚାରିଟି ମନ୍ତ୍ରକୁ ଯଦି ଆପଣ ଠିକ ଭବେ ପାଳନ କରିବେ ତେବେ ସଫଳତା ଆପଣଙ୍କର ହାତ ମୁଠାରେ ରହିବ । ଆପଣ ସବୁ କାର୍ଯ୍ୟରେ ସଫଳତା ପାଇପାରିବେ । ବନ୍ଧୁଗଣ ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ