ଗୋଟିଏ ଲୋକ କଥା ଅନୁସାରେ ଜଣେ କୃଷକ ବହୁତ ଚିନ୍ତାଗ୍ରସ୍ତ ହୋଇ ରହୁଥିଲା ଓ ତା’ ଜୀବନରେ ବହୁତ ଦୁଃଖି ଥିଲା । ଥରେ ସେହି କୃଷକର ଗ୍ରାମକୁ ଜଣେ ସନ୍ଥ ଆସିଥିଲେ । କୃଷକ ଜଣଙ୍କ ନିଜର ଚିନ୍ତା ବିଷୟରେ ସନ୍ଥଙ୍କୁ କହିଲା ଓ ଏହି ଚିନ୍ତାରୁ ମୁକ୍ତ ହେବା ପାଇଁ ଉପାୟ ମାଗିଲା । ସନ୍ଥ କୃଷକକୁ ଏକ ମନ୍ତ୍ର ଦେଇ କହିଲେ ଏହି ମନ୍ତ୍ରକୁ ତମେ ସବୁ ଦିନ ଜପ କର । ଏହି ମନ୍ତ୍ରକୁ ଜପ କରିଲେ ତୁମ ସାମ୍ନାରେ ଏକ ଦେବୀ ପ୍ରକଟ ହେବେ ଓ ତମେ ଯାହା ମାଗିବ ତାହା ପୂରଣ ହେବ ।
କୃଷକ ସେହି ମନ୍ତ୍ରକୁ ସବୁ ଦିନ ଜପ କରିଲା ଓ ତା ସାମ୍ନାରେ ଦେବୀ ପ୍ରକଟ ହୋଇଗଲେ । ଦେବୀଙ୍କୁ ଦେଖି କୃଷକ ବହୁତ ଖୁସି ହୋଇଯାଇଥିଲା । ଦେବୀ କୃଷକକୁ କିଛି ମାଗିବା ପାଇଁ କହିଲେ, ହେଲେ କୃଷକ ଅଡୁଆରେ ପଡିଯାଇଥିଲା କି ସେ କଣ ମାଗିବ, ବହୁତ ବିଚାର କରିବା ପରେ କୃଷକ କହିଲା, ‘ଏହି ସମୟରେ ମୁଁ କିଛି ବୁଝିପାରୁନି, ଆପଣ କୃପା କରି କାଲି ଆସନ୍ତୁ’ ଯାହା ଦ୍ଵାରା ମୋତେ ଭାବିବା ପାଇଁ କିଛି ସମୟ ମିଳିବ କି ମୁଁ କଣ ମାଗିବି ।
ଦେବୀ କୃଷକ କଥାରେ ସହମତ ହୋଇ କାଲି ଆସିବା ପାଇଁ କହିଲେ । ଦେବୀ ଯିବା ପରେ କୃଷକ ଚିନ୍ତାରେ ପଡିଯାଇଥିଲା କି ରହିବା ପାଇଁ ଘର, ବହୁତ ସାରା ଜମି ଓ ପଇସା ମଧ୍ୟରୁ ସେ କଣ ମାଗିବ । ସକାଳ ହେବା ପରେ କୃଷକ ପୁଣି ସେହି ମନ୍ତ୍ରର ଜପ କରିଥିଲା । ଏହା ଦ୍ଵାରା ଦେବୀ ପ୍ରକଟ ହୋଇ କୃଷକକୁ ବରଦାନ ମାଗିବା ପାଇଁ କହିଥିଲେ । କୃଷକ ବରଦାନ ମାଗିଲା ଯେ ଆପଣ ମତେ ଏମିତି ଏକ ବରଦାନ ଦିଅନ୍ତୁ କି ମୁଁ ସବୁଥିରେ ସନ୍ତୁଷ୍ଟ ରହିବି ।
କୃଷକର କଥା ଶୁଣି ଦେବୀ ଆଶୀର୍ବାଦ ଦେଇଥିଲେ ଓ ଏହାପରେ ଦେବୀ କୃଷକକୁ ପଚାରିଲେ ସବୁ ଲୋକମାନେ ଧନ ସମ୍ପତି ମାଗନ୍ତି ହେଲେ ତମେ ପ୍ରଥମ ମଣିଷ ଯିଏ ସନ୍ତୁଷ୍ଟି ମାଗିଛ, ଏମିତି କାହିଁକି ?
କୃଷକ ଦେବୀଙ୍କୁ କହିଲା ମୋ ପାଖରେ ଧନ ନାହିଁ । ଆପଣ ପ୍ରକଟ ହେବା ପରେ ମୁଁ ଚିନ୍ତା କରିଥିଲି ଆପଣଙ୍କୁ ଧନ, ଘର ଓ ଜମି ମଧ୍ୟରୁ କଣ ମାଗିବି ଓ ଏହି ଚିନ୍ତା କରି କରି ମତେ ରାତିରେ ନିଦ ହେଲା ନାହିଁ । ଯାହାଦ୍ୱାରା ମୋ ମୁଣ୍ଡ ବିନ୍ଧିଥିଲା । ସେଥିପାଇଁ ମତେ ଏମିତି ଧନ ଦରକାର ନାହିଁ ଯାହା ପାଇଁ ମୋ ଶାନ୍ତି ଭାଙ୍ଗିଯିବ । ମୁଁ ଜୀବନରେ ଖୁସି ଓ ସନ୍ତୁଷ୍ଟ ରହିବା ପାଇଁ ଚାହୁଁଛି, ସେଥିପାଇଁ ମୁଁ ଆପଣଙ୍କୁ ଏହି ବରଦାନ ମାଗିଲି ।
କଥାରୁ ଶିକ୍ଷା
ଏହି କଥାରୁ ଆମକୁ ଏହି ଶିକ୍ଷା ମିଳିଲା କି ଜୀବନରେ ସୁଖି ରହିବା ପାଇଁ ଧନ ଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ ସନ୍ତୁଷ୍ଟ ରହିବା । ଯେଉଁ ଲୋକ ଜୀବନରେ ସନ୍ତୁଷ୍ଟ ରହିଥାନ୍ତି ସେମାନେ ସର୍ବଦା ଖୁସିରେ ରୁହନ୍ତି ।