Vastu Tips- ଝିଟିପିଟି ରାତାରାତି ଆପଣଙ୍କୁ କରିପାରେ କୋଟିପତି ! କରନ୍ତୁ ଏହି ଉପାୟ

ଝିଟିପିଟିକୁ ସମସ୍ତେ ଏକ ସାଧାରଣ ଜୀବ ବୋଲି କହିଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଗୁଡିକରେ ଝିଟିପିଟିର ମହତ୍ଵ ବିଷୟରେ କୁହାଯାଇଛି । ଝିଟିପିଟିର ଗତିବିଧିକୁ ଲକ୍ଷ କରି ଝିଟିପିଟି ବିଷୟରେ ଶାସ୍ତ୍ରରେ ବହୁତ କିଛି ଲେଖା ଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଟିପିଟି କାନ୍ଥରେ ଓ ଭୂମିରେ  ନଜର ଆସିବା, ଅଚାନକ ତଳକୁ ଖସି ପଡିବା ଓ ଶରୀର ଉପରେ ଖସି ପଡିବା ଇତ୍ୟାଦି ବହୁତ ଶୁଭ ଓ ଅଶୁଭ ସଂକେତ ଦେଇଥାଏ । ଦୀପାବଳି ଦିନ ଯଦି ଆପଣ ଝିଟିପିଟି ଦେଖୁଛନ୍ତି ତେବେ ଜାଣି ଯାଆନ୍ତୁ କି ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଅଛି ।

କାରଣ ଝିଟିପିଟି ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ । ଏହା ସହିତ କୁହାଯାଏ କି ଦୀପାବଳି ଦିନ ଯଦି ଝିଟିପିଟି ଆପଣଙ୍କ ଉପରେ ଖସି ପଡୁଛି ତେବେ ପୁରା ବର୍ଷ ଆପଣ ଧନଧାନ୍ୟରେ ପରିପୂର୍ଣ ରହିବେ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଝିଟିପିଟି ଦେଖିବା ମାତ୍ରେ କଣ କରିବା ଦ୍ଵାରା ଆମକୁ କେଉଁ ସବୁ ଲାଭ ମିଳିଥାଏ ।

·     ଝିଟିପିଟିକୁ ପୂଜା କରିଲେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ । ଜୀବନର ସବୁ କଷ୍ଟ ବି ଚାଲିଯିବ । ଯଦି ଆପଣ କିମ୍ବା ଆପଣଙ୍କର ଘରର କୌଣସି ସଦସ୍ୟ ସନ୍ଧ୍ୟା ସମୟରେ ପୂଜା କରିବା ସମୟରେ ଭୂମି ଉପରେ ଝିଟିପିଟି ଦେଖୁଛନ୍ତି ତେବେ ଠାକୁର ଘରୁ କିଛି ସିନ୍ଦୁର ଓ କିଛି ଅରୁଆ ଚାଉଳ ଆଣି ସେହି ଝିଟିପିଟି ଉପରେ ପକାଇ ଦିଅନ୍ତୁ । ଏହା ପରେ ନିଜର ଇଚ୍ଛା ବିଷୟରେ କୁହନ୍ତୁ ।

·     ଯଦି ଘରକୁ ପରିଷ୍କାର ସମୟରେ ମରିଥିବା ଝିଟିପିଟି ଦେଖୁଛନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହା ସହିତ ଯଦି ଆପଣଙ୍କ ହାତରେ ଝିଟିପିଟି ମରି ଯାଉଛି ତେବେ ଆପଣଙ୍କୁ ଦୋଷ ଲାଗିବ । ଝିଟିପିଟିକୁ ସଙ୍ଗେ ସଙ୍ଗେ ମାଟି ଖୋଲି ପୋତି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଜୀବ ହତ୍ୟା ଦୋଷରୁ ମୁକ୍ତି ମିଳିବ । ଯଦି ଏହିଭଳି କରିବେ ନାହିଁ ତେବେ ଆପଣଙ୍କ ଜୀବନରେ ଦୁଃଖ ଆସିବା ନିଶ୍ଚିତ ।

·     ଯଦି ଖାଦ୍ୟ ଖାଉଥିବା ସମୟରେ ଝିଟିପିଟିର ଆବାଜ ଶୁଣୁଛନ୍ତି ତେବେ ଏହା ଏକ ଶୁଭ ସଂକେତ ଅଟେ । ଏହା ଅଚାନକ ଧନ ପ୍ରାପ୍ତିର ସଂକେତ ଦେଇଥାଏ ।

·     ଯଦି ଆପଣ ଝିଟିପିଟିଙ୍କ ସମାଗମ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କ ସହ ଭେଟିବେ । ନଚେତ ଆପଣ ଯାହାକୁ ମନେ ମନେ ଖୋଜୁ ଥିଲେ ସେ ଆପଣଙ୍କୁ ମିଳିଯିବେ ।

·     ସ୍ଵପ୍ନରେ ମଲା ଝିଟିପିଟି ଦେଖୁଛନ୍ତି ତେବେ ଏହା ଅଶୁଭ ସଂକେତ ଅଟେ । ଏହାର ଅର୍ଥ ଆପଣ ଜୀବନରେ କଷ୍ଟ ପାଇବେ । ଅଶୁଭ ସମାଚାର ମିଳିବ ।

·     ଯଦି ଝିଟିପିଟି ଆପଣକ ହାତରେ କିମ୍ବା ମୁଣ୍ଡରେ ଖସି ପଡ଼ୁଛନ୍ତି ତେବେ ଆସନ୍ତା ସମୟରେ ଆପଣ ମାନ ସମ୍ମାନର ହକଦାର ହେବେ । ଧନ ସମ୍ପତ୍ତି ମଧ୍ୟ ପାଇ ପାଇବେ ।

·     ଖାଇବା ସମୟରେ ଦେଖିଲେ ଯଦି ଆପଣଙ୍କ ଗୋଡ ଉପରକୁ ଝିଟିପିଟି ଆସି ଯାଉଛି ତେବେ ଆପଣ କୌଣସି ବଡ ରୋଗର ଶିକାର ହୋଇ ପାରନ୍ତି । ସଙ୍ଗେ ସଙ୍ଗେ ଶିବ ମନ୍ଦିରଙ୍କୁ ଯାଇ ଭଗବାନ ଶିବଙ୍କ ଦର୍ଶନ କରନ୍ତୁ ।