କେବଳ ଦୁଇ ମିନିଟରେ ମୋତି ଭଳି ଚମକିବ ଦାନ୍ତ, କରି ଦେଖନ୍ତୁ ଏହି ଉପାୟ (Home remedy)

ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ବା ଅପରିଷ୍କାର ହୋଇଯାଏ । ଦାନ୍ତ ଖରାପ ଥିଲେ ବ୍ୟକ୍ତି ମନ ଖୋଲି ହସିବାକୁ ମଧ୍ୟ ସଙ୍କୋଚ କରନ୍ତି । ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ମଧ୍ୟ ଦାନ୍ତ ସଫା ଆଦି କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ଏକ ଘରୋଇ ଉପଚାର କହିବୁ ଯାହା ଦ୍ଵାରା ଆପଣ ଘରେ ନିଜ ଦାନ୍ତକୁ ସଫା କରିପାରିବେ । ବହୁ ପୁରାତନ କାଳରୁ ଏହି ଉପଚାର ପ୍ରୟୋଗ ହୋଇ ଆସୁଛି । ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ ନିଶ୍ଚୟ ଉପକୃତ ହେବେ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଉପଚାର ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଏକ ବିଲାତି ବା ଟମାଟୋ ରସ । ଏକ ମାଧ୍ୟମ ଆକାରର ଟମାଟୋ ନେଇ ତାକୁ ପ୍ରଥମେ ଛୁରିର ବେଣ୍ଟ ସାହାଯ୍ୟରେ ହାଲୁକା ଭାବେ କିଛି ସମୟ ମାରନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଲାତି ରସ କାଢିବାକୁ ସୁବିଧା ହେବ । ଏହାପରେ ଆପଣ ବିଲାତିକୁ ମଝିରୁ ଦୁଇ ଫାଳ କାଟନ୍ତୁ ଓ ଏକ ପାତ୍ରରେ ଛାଣି ରଖି ତା ଉପରେ ବିଲାତିକୁ ଚିପୁଡି ରସ ବାହାର କରି ନିଅନ୍ତୁ । ଏହାଦ୍ବାରା ମଞ୍ଜି ଗୁଡିକ ରସ ଠୁ ଅଲଗା ହୋଇ ଛାଣି ରେ ରହିଯିବ ।

ଏହାପରେ ଆପଣଙ୍କୁ ଦରକାର ହେବ ଏକ ଲେମ୍ବୁର ରସ । ଏଥିପାଇଁ ଏକେ କାଗିଜି ଲେମ୍ବୁକୁ ଦୁଇ ଫାଳ କରି ଟମାଟୋ ରସ ରଖିଥିବା ପତ୍ରରେ ଚିପୁଡି ଦିଅନ୍ତୁ । ଲେମ୍ବୁକୁ ମଧ୍ୟ ଛାଣି ଉପରେ ଚିପୁଡି ରସ କାଢନ୍ତୁ, ଯେପରି ଲେମ୍ବୁ ମଞ୍ଜି ରସ ମଧ୍ୟକୁ ଯିବ ନାହିଁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଯେକୌଣସି ଧଳା ଟୁଥ ପେଷ୍ଟ । ଆପଣ ଥରକେ ଯେତିକି ଟୁଥ ପେଷ୍ଟ ନିଅନ୍ତି ସେତିକି ପେଷ୍ଟ ନେଇ ସେହି ଟମାଟୋ ଓ ଲେମ୍ବୁ ରସରେ ଭଲ ଭାବେ ମିଶାଇ ଦିଅନ୍ତୁ ।

ଭଲ ଭାବେ ମିଶାଇ ସାରିବା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଦାନ୍ତ ଧଳା କରିବା ପାଇଁ ଘରୋଇ ଉପଚାର । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଏହି ମିଶ୍ରଣକୁ ଆପଣ ସକାଳ ଏବଂ ରାତିରେ ଦୁଇ ଥର ଦାନ୍ତ ଯେମିତି ଘଷନ୍ତି ସେମିତି ନେଇ ଘଷିବେ । ଏଥିପାଇଁ ପ୍ରଥମେ ଟୁଥ ବ୍ରଶକୁ ଏହି ମିଶ୍ରଣରେ ଭଲ ଭାବେ ବୁଡାଇବେ ଓ ଏହାକୁ ନେଇ ଦାନ୍ତ ଘଷିବେ । ଏପରି ଘଷିବା ଦ୍ଵାରା ଦେଖିବେ ପ୍ରଥମ ଥରରୁ ହିଁ ଆପଣଙ୍କ ଦାନ୍ତ ଏକଦମ ଚମକିବାକୁ ଲାଗିବ ।

କିନ୍ତୁ ପାନ, ଗୁଟଖା, ତମାଖୁ ଆଦି ସେବନରୁ ନିଜକୁ ଦୂରେଇ ରଖିବା ଆପଣଙ୍କ ପାଇଁ ଠିକ ହେବ । ଏହି ସବୁ ସେବନ ଦ୍ଵାରା ଆପଣଙ୍କ ଦାନ୍ତ ଶୀଘ୍ର ଅପରିଷ୍କାର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।