ଝିଅଟିକୁ ବେଶ୍ୟାଳୟରୁ ଉଦ୍ଧାର କରି କରିନେଲା ବିବାହ, ସମସ୍ତଙ୍କୁ ପଢିବା ଦରକାର ଏମିତି ଏକ ପ୍ରେମ କାହାଣୀ

ପ୍ରେମ ଏହି ଦୁନିଆର ସବୁଠୁ ସୁନ୍ଦର ଅନୁଭବ ହୋଇଥାଏ । ଯେତେବେଳେ ବି କାହାକୁ ପ୍ରେମ ହୋଇଥାଏ ତେବେ ସେ ନିଜ ପ୍ରେମ ପାଇଁ କିଛି ବି କରିଥାଏ । ଏହିଭଳି ହିଁ ଏକ ପ୍ରେମ କାହାଣୀ ବର୍ତ୍ତମାନ ମଧ୍ୟପ୍ରଦେଶରୁ ଶୁଣିବାକୁ ମିଳୁଛି । ଯେଉଁଠି ଆକାଶ ନାମକ ଏକ ପୁଅକୁ ଏକ ଝିଅ ସହିତ ପ୍ରେମ ହୋଇଗଲା ଓ ସେ ତାକୁ ପାଇବା ପାଇଁ ନିଜ ଜୀବନର ମଧ୍ୟ ବାଜି ଲଗାଇ ଦେଲା ଓ ଶେଷରେ ସେମାନେ କୋର୍ଟକୁ ଯାଇ ବିବାହ ବି କରି ନେଲେ ।

ଆପଣଙ୍କୁ କହିଦେଉଛୁ ଯେ ଆକାଶ ଓ ଭାରତୀ ଦୁଇ ଜଣ ବାଂଛଡ଼ା ସମୁଦାୟର ଅଟନ୍ତି । ଏହା ସେହି ବାଂଛଡ଼ା ସମୁଦାୟ ଅଟେ ଯେଉଁମାନେ ନିଜର ପିଲାମାନଙ୍କୁ ବେଶ୍ୟାବୃତି ଭଳି ପଙ୍କରେ ନିଜେ ହିଁ ନିଜର ପିଲାମାନଙ୍କୁ ଠେଲି ଦେଇଥାନ୍ତି । କହିଦେଉଛୁ ଯେ ମାଲୱାର ନୀମଚ, ମନ୍ଦସୌର ଓ ରତଲାମ ଜିଲ୍ଲାର ଆଖପାଖରେ ଏହି ସମୁଦାୟର ପାଖାପାଖି ୨୫୦ଟି ବସ୍ତି ଅଛି ଓ ଏମାନେ ସମସ୍ତଙ୍କ ସାମନାରେ ବେଶ୍ୟାବୃତି ଭଳି ଧନ୍ଦା କରିଥାନ୍ତି ।

Image courtesy: Google

ଯେଉଁଠି କିଛି ଟଙ୍କା ପାଇଁ ଏଠିକାର ପିଲାମାନଙ୍କ ଜୀବନ ସହିତ ଖେଳା ଯାଇଥାଏ । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବହୁତ ବର୍ଷ ହେବ ଏହି କାମ ଚାଲୁଅଛି କିନ୍ତୁ ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ବନ୍ଦ କରିବା ପାଇଁ କିଛି ବି ପଦକ୍ଷେପ ଉଠାଇ ନାହାନ୍ତି ।

ଆଜତକର ଏକ ରିପୋର୍ଟ ଅନୁସାରେ ବାଂଛଡ଼ା ସମୁଦାୟରେ ଏହିଭଳି ଅନ୍ୟାୟ ଦେଖି ଏହି ପ୍ରେମିକ ଆକାଶର ରକ୍ତ ଗରମ ହୋଇଯାଏ । କିନ୍ତୁ ପୁରା ସମୁଦାୟ ସାମନାରେ ସେ କିଛି ବି କରି ପାରେ ନାହିଁ । ଆକାଶ ପୁଲିସକୁ କହିଲା କି ଯଦି ପ୍ରଶାସନ ତାହାର ସାଥ ଦେବ ତେବେ ସେ ଏହି ଖରାପ କାମକୁ ବନ୍ଦ କରିବା ପାଇଁ ପ୍ରୟାସ କରିବ । ଏତିକି ନୁହେଁ ଆକାଶ ଏଥିପାଇଁ ‘ଫ୍ରୀଡମ ଫର୍ମ’ ନାମକ ଏକ ଏନଜିଓ ସହିତ କାମ ବି କରୁଛି ।

Image courtesy: Google

ଆକାଶ ଆଗକୁ କହିଲା କି ବର୍ତ୍ତମାନ ପର୍ଯ୍ୟନ୍ତ ସେ ପାଖାପାଖି ୬୦ ଜଣ ଝିଅଙ୍କୁ ଦେହ ବ୍ୟାପାରରୁ ଆଜାଦ କରାଇ ସାରିଛି । ଏହା ପରେ ଆକାଶ କହିଲା କି ତିନି ବର୍ଷ ପୂର୍ବେ ଏକ ରେସ୍କ୍ୟୁ ଅପରେସନ ସମୟରେ ଭାରତୀ ସହ ତାହାର ସାକ୍ଷାତ ହୋଇଥିଲା । କିନ୍ତୁ ସେହି ସମୟରେ ସେ ନାବାଳିକ ଥିଲା ଯିଏକି ଆଗକୁ ପଢିବାକୁ ଚାହୁଁ ଥିଲା । କିନ୍ତୁ ତାହାର ମା ତାକୁ ଏହି ଖରାପ କାମ କରିବା ପାଇଁ ବାଧ୍ୟ କରି ଦେଇଥିଲା । କିନ୍ତୁ ଆକାଶ କୌଣସି ପ୍ରକାରରେ ଭାରତୀକୁ ସେହି ପଙ୍କରୁ ବାହାର କରି ନୀଜମର ଏକ ହସ୍ଟଲରେ ପଢିବା ପାଇଁ ଭର୍ତି କରି ଦେଇଥିଲା ।

Image courtesy: Google

କିନ୍ତୁ କିଛି ଦିନ ପରେ ଭାରତୀର ମା ଭାରତୀକୁ ହସ୍ଟଲରୁ ପୁଣି ଥରେ ବସ୍ତିକୁ ନେଇ ଆସିଲା ଓ ପଞ୍ଚୟାତ ଡାକିଲା । ଏହା ପରେ ସରପଞ୍ଚ ଆକାଶକୁ ଭାରତୀ ଠାରୁ ଦୂରେଇ ରହିବା ପାଇଁ କହିଲେ । କିନ୍ତୁ ଠିକ ୭ ଦିନ ପରେ ଆକାଶ ପୁଲିସ ଓ ଏକ ଏନଜିଓ ସାହାର୍ଯ୍ୟରେ ଏକ ବସ୍ତିରେ ଛାପା ମାରିଲା । ତେବେ ସେଠି ଭାରତୀର ମା ଅନ୍ୟ ୫ ଜଣ ଝିଅ ସହିତ ଦେହ ବ୍ୟାପାର କରୁଥିବାର ଧରା ପଡିଲା ଓ ସେଠି ଆକାଶକୁ ଭାରତୀ ବିଷୟରେ ବି ଜଣା ପଡିଲା ।

ଏହା ପରେ ପୁଲିସ ଦ୍ଵାରା ନୀଜମର ଏକ ଆଶ୍ରମରେ ଭାରତୀର ରହିବାର ବ୍ୟବସ୍ଥା କରାଗଲା ଓ ଭାରତୀକୁ ସ୍କୁଲରେ ଭର୍ତ୍ତି କରାଗଲା । ଏହା ପରେ କିଛି ବର୍ଷ ପରେ ଭାରତୀ ପ୍ରାପ୍ତ ବୟସ୍କ ହେବା ପରେ ପୁଲିସ ଆକାଶ ଓ ଭାରତିର ବିବାହ କରାଈଦେଲେ । କାରଣ ଏମାନେ ପରସ୍ପରକୁ ବହୁତ ପ୍ରେମ କରୁଥିଲେ । ଏହା ସହିତ ଏହି ନବଦମ୍ପତି ବାଂଛଡ଼ା ସମୁଦାୟରେ ଯେଉଁ ଦାଗ ଲାଗିଛି ତାହାକୁ ହଟାଇବା ପାଇଁ ମିଶିକରି ଲଢିବା ପାଇଁ ନିଷ୍ପତି ନେଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।