ମୁଁ କ’ଣ ଟେରୋରିଷ୍ଟ ପରି ଦେଖାଯାଉଛି, କାହିଁକି ମତେ ତୁମେ… ? ମହିଳା ଛାତ୍ର ପୋଲିସଙ୍କୁ କାହିଁକି କହିଲେ ଏମିତି…ଦେଖନ୍ତୁ ଏହି video

‘ଆମେ କଲେଜ ଯାଉଛୁ, ଏଠି ରାଲିରେ ଆସିନୁ କି ଆମେ ଟେ-ରୋ-ରି-ଷ୍ଟ ବି ନୋହୁଁ’, ବିଚ୍ ରାସ୍ତାରେ ଏହିଭଳି କହି ଜଣେ ଛାତ୍ରୀ ମହିଳା ପୋଲିସ କର୍ମୀଙ୍କ ସହ ଯୁକ୍ତି କରୁଥିବାର ଦେଖିବାକୁ ମିଳୁଛି । ଯାହାର ଭି-ଡି-ଓ ଏବେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି । ଝିଅଟି ରାସ୍ତାରେ ଆଗକୁ ଯିବାକୁ ଚାହୁଁଥିବା ବେଳେ ପୋଲିସ କର୍ମୀ ଜଣକ ତାଙ୍କୁ ଆଗକୁ ଯିବାକୁ ଦେଉ ନାହାନ୍ତି । ରାସ୍ତାରେ ରାଜନୈତିକ ରାଲି ଚାଲିଥିବା ଯୋଗୁଁ କିଛି ସୁରକ୍ଷାକର୍ମୀ ସେଠାରେ ମୁତୟନ କରାଯିବା ସହ ସେହି ରାସ୍ତାକୁ ବନ୍ଦ କରି ଦିଆ ଯାଇଥିଲା ।

ଯାହା ନେଇ ଖୁବ୍ ଜଣ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଏହି ସମୟରେ ଦୁଇଜଣ କଲେଜ ଛାତ୍ରୀ ସେହି ବାଟ ଦେଇ ତାଙ୍କ କଲେଜ ଯାଏଁ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସକର୍ମୀଙ୍କ ଦ୍ଵାରା ତାଙ୍କୁ ରୋକିବାକୁ ଚେଷ୍ଟା କରା ଯାଇଥିଲା । କଲେଜରେ କୌଣସି ଜରୁରୀ କାର୍ଯ୍ୟକ୍ରମ ଥିବାରୁ ଛାତ୍ରୀଜଣକ ତାଙ୍କୁ ଅନୁରୋଧ କରିଥିଲେ କି ସେହି ବାଟ ଦେଇ ତାଙ୍କୁ କଲେଜ ଯିବାକୁ ଦିଆଯାଉ । ଦୁହେଁ ସଙ୍ଗୀତ ମହା ବିଦ୍ୟାଳୟର ଛାତ୍ରୀ ଥିଲେ ।

କେବଳ ଦୁଇ ମିନିଟରେ ସେ କଲେଜରେ ପ୍ରବେଶ କରିଥାନ୍ତେ, କିନ୍ତୁ ରାସ୍ତା ଅବରୋଧ କରି ଦିଆ ଯାଇଥିଲା । ଯାହାଫଳରେ ପୋଲିସକର୍ମୀ ଏବଂ ତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଛାତ୍ରୀଜଣକ ମହିଳା ପୋଲିସଙ୍କୁ କହିଥିଲେ ଆପଣଙ୍କ କେହି ଜଣେ ଷ୍ଟାଫ ଆମ ସହିତ ଛାଡନ୍ତୁ ଯିଏ ଆମକୁ କଲେଜ ଯାଏଁ ନେଇଯିବେ । ତେବେ ମଧ୍ୟ ସେ ରାଜି ହୋଇ ନଥିଲେ । ଏହାପରେ ଏହିପରି ରାସ୍ତା ଅବରୋଧ କରିଥିବାରୁ ସେମାନଙ୍କ ଉପରେ ଖୁବ୍ ବିଗିଡି ଥିଲେ ଛାତ୍ରୀ ଜଣକ ।

ତେବେ ଗ-ଣ-ମା-ଧ୍ୟ-ମ ପ୍ରତିନିଧି ଛାତ୍ରୀଜଣଙ୍କୁ ତାଙ୍କ ଆଇକାର୍ଡ ଦେଖାଇବାକୁ କହିବାରୁ ତାଙ୍କ ପାଖେ କୌଣସି ଆଇକାର୍ଡ ନଥିବା ସେ କହିଥିଲେ । କାରଣ ସେ କଲେଜରେ ନୂଆ ଆଡମିଶନ ନେଇଛନ୍ତି ଓ ତାଙ୍କୁ ଏପର୍ଯ୍ୟନ୍ତ ଆଇକାର୍ଡ ମିଳିନାହିଁ । ଛାତ୍ରୀଙ୍କୁ ଅନ୍ୟ ବାଟ ଦେଇ ଯିବାକୁ କୁହାଯିବାରୁ ସେଥିରେ ମଧ୍ୟ ସେ ରାଜି ହୋଇ ନଥିଲେ । ତାଙ୍କ ପାଖେ ଅଟୋରେ ଯିବାକୁ ପଇସା ନଥିବା କଥା ସେ କହିଥିଲେ ଏବଂ ତାଙ୍କୁ ଯଦି ଅଧିକ ବାଟ ବୁଲିକରି ଯିବାକୁ କୁହାଯାଉଛି ତେବେ ସେଥିପାଇଁ ତାଙ୍କୁ ପଇସା ଦିଆଯାଉ ବୋଲି ବି ସେ କହିଲେ ।

ରାଲି ହେବ ବୋଲି କଲେଜ ଯିବେନି କି ପାଠ ପଢିବେନି ବୋଲି ସେ ପ୍ରଶ୍ନ କରିଥିଲେ । ଏହିପରି କିଛି ସମୟ ପର୍ଯ୍ୟନ୍ତ ସେଠାକାର ମାହୋଲ ଉତ୍ତେଜିତ ରହିଥିଲା । ଜଣେ ବିଜେଡି ସମର୍ଥକ ମହିଳା ଯିଏ କି ସେହି ରାଲିରେ ଆସିଥିଲେ ସେ ଅସନ୍ତୋଷ ପ୍ରକାଶ କରୁଥିବା ଛାତ୍ରୀ ଏବଂ ଅନ୍ୟମାନଙ୍କୁ ମା-ରି-ବା ପାଇଁ ମା-ଡି ଆସିଥିଲେ । ତାଙ୍କୁ ମଧ୍ୟ ପୋଲିସ କାବୁ କରିଥିଲେ ।

ଛାତ୍ରୀଙ୍କ ବ୍ଯତୀତ ଆହୁରି ଅନେକ ଲୋକ ମଧ୍ୟ ନିଜ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା । ତେବେ ରାଲି ପାଇଁ ଏହିପରି ରାସ୍ତା ଅବରୋଧ କରିବା କେତେ ଦୂର ଉଚିତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।