ଝିଅରେ ତୁ ଏମିତି କାହିଁକି କଲୁ… ସାମାନ୍ଯ ଭୁଲ ପାଇଁ ସମସ୍ତଙ୍କୁ କନ୍ଦେଇ ଅକାଳରେ ଦୁନିଆ ଛାଡି ଚାଲିଗଲେ ମେଧାବୀ ଛାତ୍ରୀ, ଦେଖନ୍ତୁ video

ଜୀବନ ଆରମ୍ଭ ହେଉ ହେଉ ଟିକିଏ ଖୁସି ପାଇଁ ଜୀବନ ଚାଲିଗଲା । ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଥିଲେ ବି ତଥାପି ଅମାନିଆ ହେଉଛନ୍ତି ଆଜିର ଯୁବପିଢି । ଇଏ ଜଣେ ମେଧାବୀ ଛାତ୍ରୀ ଥିଲେ । ଭାବିଥିଲେ ଟ୍ରେନ ଉପରେ ଚଢି ଗୋଟିଏ ସେଲଫି ନେବେ ଆଉ ସୋସିଆଲ ମିଡିଆରେ ଅପଲୋଡ କରିବେ । ଏଇଆ ଭାବି ଟ୍ରେନ ଉପରେ ସିନା ଚଢିଗଲେ ହେଲେ ତା’ପରେ ଯାହା ଘଟିଗଲା ତାହା ଦେଖାଇବା ମଧ୍ୟ ସମ୍ଭବ ନୁହେଁ । ଯୁବତୀଙ୍କ ଶରୀରର ଅବସ୍ଥା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ଯାହାକି ଏଠାରେ ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । କିନ୍ତୁ ହୋହଲ୍ଲା ଓ ପାରିପାର୍ଶ୍ଵିକ ପରିସ୍ଥିତିରୁ ଆପଣ ଏହା ଭଲକି ଅନୁମାନ କରିପାରିବେ । ଖୋର୍ଦ୍ଧା ଜିଲ୍ଲା ରାଉତପଡା ଅଞ୍ଚଳର ବନିତା ସାହୁ ଯୁକ୍ତ 3 ପ୍ରଥମ ବର୍ଷର ଜଣେ ମେଧାବୀ ଛାତ୍ରୀ ଥିଲେ । ସକାଳୁ ସାଙ୍ଗମାନଙ୍କ ସହ ବନିତା ମର୍ଣ୍ଣିଂ ୱାକରେ ବାହାରିଥିଲେ । ଘରଠାରୁ ଦୀର୍ଘ ତିନି କିଲୋମିଟର ଦୂରରେ ଥିବା ତାପଙ୍ଗ ଷ୍ଟେସନରେ ପହଞ୍ଚିଥିଲେ ବନିତା । ଟ୍ରାକ ଉପରେ ଏକ ଟ୍ରେନ ଥିବା ଦେଖି ଲୁହା ସିଡି ଦେଇ ଟ୍ରେନ ଉପରକୁ ଚଢିଥିଲେ ।

ହେଲେ ଟ୍ରେନ ଉପରେ ଥିବା ହାଇ ଭୋଲଟେଜ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଫଳରେ ବନିତାଙ୍କ ଶରୀରର 85% ଜଳିପୋଡି ଯାଇଥିଲା । ବନିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା, ପରେ AIIMS ଏବଂ ଶେଷରେ କଟକ ବଡ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ଜୀବନ ସହ ସଂଘର୍ଷ କରୁ ଶେଷରେ ଆଖି ବୁଜି ଦେଲେ ବନିତା ।

ଝିଅର ଏଭଳି ଅପମୃ-ତ୍ୟୁରେ ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଅକାଳରେ ଗୋଟିଏ ବଢିଲା ଝିଅର ଜୀବନ ଚାଲିଯିବା ଯେ କେତେ କଷ୍ଟ ତାହା କେବଳ ତାଙ୍କ ପରିବାର ଲୋକେ ହିଁ ଅନୁଭବ କରି ପାରୁଥିବେ । ପାଠ ପଢିବେ ଓ ଚାକିରି କରିବେ ଏମିତି କେତେ କଣ ସ୍ଵପ୍ନ ଦେଖିଥିବେ ବନିତା । କିନ୍ତୁ ସବୁ ଅକାଳରେ ଶେଷ ହୋଇଗଲା ।

ଜୀବନ ଆରମ୍ଭ ନହେଉଣୁ ଦୁନିଆରୁ ବିଦାୟ ନେଇଗଲେ । ବିପଦ ସଙ୍କୁଳ ଅବସ୍ଥାରେ କୌଣସି ସ୍ଥାନରେ ସେଲଫି ନେବା ବା ମଜା କରିବା ପୂର୍ବରୁ ହଜାରେ ଥର ଚିନ୍ତା କରିବା ଉଚିତ । କାରଣ ଜୀବନ ଅମୂଲ୍ୟ ଓ ଥରେ ଚାଲିଗଲେ ଆଉ କେବେବି ଫେରି ପାଇବେନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।