ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀ ଓ ଝିଅଙ୍କୁ ଶେଷ ମେସେଜ୍ ଦେଇଥିଲେ Raimohan Parida, ଦେଖନ୍ତୁ କଣ ଥିଲା ତାଙ୍କର ଶେଷ ବାର୍ତ୍ତା

ନିଜ ଝିଅକୁ ଶେଷ ମେସେଜ ଦେଇ ଝୁଲି ପଡିଲେ ରାଇମୋହନ । ୮୦-୯୦ ଦଶକରୁ ନିଜ ଅଭିନୟ ଦ୍ଵାରା ଲୋକଙ୍କ ହୃଦୟରେ ରାଜ୍ କରି ଆସୁଥିବା ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା ଆଉ ଆମ ଗହଣରେ ନାହାନ୍ତି । ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରୁ ଗତକାଲି ତାଙ୍କ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ଖବର ପ୍ରସାରିତ ହେବା ପରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ତେବେ ରାଇମୋହନ ମୃତ୍ୟୁ ପୂର୍ବରୁ ନିଜ ଝିଅଙ୍କୁ ଶେଷ ମେସେଜ କରିଥିଲା ଜଣାପଡିଛି ।

ଆତ୍ମହତ୍ୟା କରିବା ପୂର୍ବରୁ ଅଭିନେତା ରାଇମୋହନ ପରିଡା ନିଜ ଜୀବନର ଶେଷ ମେସେଜ ଦେଇଥିଲେ । ଦୁଇ ଝିଅ ଓ ତାଙ୍କ ପତ୍ନୀଙ୍କ ନାଁ ନେଇ ମୋବାଇଲରେ ମେସେଜ ଦେଇଥିଲେ । ତେବେ ରାଇମୋହନ ମେସେଜରେ କେବଳ ‘ବାଏ’ ବୋଲି ଲେଖିଥିଲେ । ଏଭଳି ମେସେଜ ଲେଖି ସେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ । ତେବେ ରାଇମୋହନ ପରିଡା ମୃତ୍ୟୁ ପୂର୍ବରୁ ଏହି ଛୋଟ ମେସେଜ ନିଜ ଝିଅଙ୍କ ପାଖକୁ କରିଥିବା ନେଇ ମଞ୍ଚେଶ୍ଵର ଥାନା ପୋଲିସ ସୂଚନା ଦେଇଛି ।

ଏବେବି ରାଇମୋହନଙ୍କ ଆତ୍ମହତ୍ୟା ଜନିତ ପଦକ୍ଷେପ ସନ୍ଦେହ ଘେରରେ ରହିଛି । ପ୍ରାଥମିକ ତଦନ୍ତରୁ ରାଇମୋହନ ଆତ୍ମହତ୍ୟା କରିଥିବା ବେଳେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଠୁଛି ଯେ ସେ ଯଦି ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ କଣ । ଏହି ଘଟଣାକୁ କେହି ବି ବିଶ୍ବାସ କରି ପାରୁନାହାନ୍ତି କି ସହଜରେ ଗ୍ରହଣ କରି ପାରୁନାହାନ୍ତି ।

କିଛି ଲୋକ ରାଇମୋହନଙ୍କୁ ଷଡଯନ୍ତ୍ର କରି ହତ୍ୟା କରା ଯାଇଥିବା କଥା କୁହା ଯାଉଥିବା ବେଳେ ଅନ୍ୟପଟେ ଏହି ଘଟଣା ପଛରେ କିଛି ପାରିବାରିକ କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି । ସାରା ଓଲିଉଡ ତାଙ୍କ ଭଳି କଳାକାରଙ୍କୁ ହରେଇ ଏକଦମ ସ୍ତବ୍ଧ ହୋଇଯାଇଛି । ତେବେ ଏହି ଘଟଣାରୁ ଉପରୁ ପରଦା ଉଠାଇବା ପାଇଁ ମଞ୍ଚେଶ୍ଵର ଥାନା ପୋଲିସ ଘଟଣାସ୍ତଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଆରମ୍ଭ କରିଛି ।

ରାଇମୋହନ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେନେଇ ଛାନଭିନ୍ କରାଯାଉଛି । ଖୁବ ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ସାରା ଓଡିଶାବାସୀ ଆଶା ବାନ୍ଧି ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।