“ଗୋଟେ ଫିଲ୍ମର ପେମେଣ୍ଟ ବାକିଥିଲା, କାଲି ସେ ଲକ୍ଷେ ୨୦ ହଜାରରୁ ୩୦ ହଜାର…” Raimohan ଙ୍କ ମୃତ୍ୟୁର ପୂର୍ବଦିନ ତାଙ୍କ ସହ ଏମିତି କଥା ହୋଇଥିଲେ Lubun

ଦିବଙ୍ଗତ ଓଲିଉଡ ଅଭିନେତା ରାଇମୋହନ ପରିଡା ଆତ୍ମହତୟଆ ଜନିତ ମୃତ୍ୟୁକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କେବଳ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ବରଂ ଟେଲି ଜଗତ, ଯାତ୍ରା ଜଗତ ସମେତ ସମଗ୍ର ଓଡିଶାବାସୀ ତାଙ୍କ ଅକାଳ ବିଯୋଗରେ ମ୍ରିୟମାଣ ହୋଇ ପଡିଛନ୍ତି । ତାଙ୍କ ଭଳି ବ୍ୟକ୍ତିତ୍ବ ଆତ୍ମହତୟଆ ଭଳି ଚରମ ପଦକ୍ଷେପ କାହିଁକି ନେଲେ ଏକଥା କେହି ମଧ୍ୟ ଚିନ୍ତା କରି ପାରୁନାହାନ୍ତି । ମୃତ୍ୟୁ ପୂର୍ବରୁ ଗୋଟିଏ ଦୁଇଦିନ ପୂର୍ବରୁ ସେ କିଛି ଲୋକଙ୍କ ସହ ଦେଖା ହୋଇଥିଲେ ଓ କଥାବାର୍ତ୍ତା ମଧ୍ୟ ହୋଇଥିଲେ ।

ତାଙ୍କୁ ଭେଟିଥିବା ସମସ୍ତ ଲୋକ କହିଛନ୍ତି କି ରାଇମୋହନଙ୍କ ମୁଖମଣ୍ଡଳରେ ସେମିତି କିଛି ବିଷାଦ ଦେଖିବାକୁ ମିଳି ନଥିଲା ଯେଉଁଥି ପାଇଁ ହଠାତ ଆତ୍ମହତୟଆ କରି ପକାଇବେ । ସେମାନଙ୍କ ମଧ୍ୟରୁ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଲୁବୁନ୍ ମଧ୍ୟ ରାଇମୋହନଙ୍କୁ ଭେଟିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାଇ ଭାଇ ଜଣେ ମହାନ କଳାକାର ଓ ତାଙ୍କ ଭଳି ଆର୍ଟିଷ୍ଟ ଓଡିଶାରେ ବହୁତ କମ୍ ଦେଖିବାକୁ ମିଳନ୍ତି । ରାଇମୋହନଙ୍କ ମୃତ୍ୟୁର ପୂର୍ବଦିନ ସେ ତାଙ୍କ ପାଖକୁ ଆସିଥିଲେ ।

କେଉଁଠି ଦେଖା ହେବେ ବୋଲି ପଚାରିବାରୁ ଆକାଶ ଇନଷ୍ଟିଚ୍ୟୁଟ ପାଖକୁ ଆସିବା ପାଇଁ ସେ କହିଥିଲେ । କିନ୍ତୁ ଲୁବୁନଙ୍କ ଆସିବାରେ ଡେରି ହେବାରୁ ସେ ଫୋନ କରି ତାଙ୍କୁ ଜଣାଇଥିଲେ ଓ ରାଇମୋହନ ତାଙ୍କୁ ନିଜ ଘରକୁ ଡ଼ାକିଥିଲେ ଏବଂ ଆଡ୍ରେସ ମଧ୍ୟ ବତେଇଥିଲେ । ଦିନ ପ୍ରାୟ ସାଢେ ୨ଟା ବେଳକୁ ସେ ତାଙ୍କ ପାଖକୁ ଆସିଥିଲେ । ସେତେବେଳେ ଘରେ କେହି ନଥିଲେ ।

ରାଇମୋହନ ନିଜେ ଫ୍ରିଜରୁ ମିଠା କାଢିକି ତାଙ୍କୁ ପରଶିଥିଲେ । ‘ଓମ ସ୍ଵାହା’ ନାମକ ଏକ ଓଡିଆ ଫିଲ୍ମରେ ରାଇମୋହନ ଅଭିନୟ କରିଥିଲେ, ଯାହାର ପେମେଣ୍ଟ ପାଇବା ତାଙ୍କର ବାକିଥିଲା । ଲକ୍ଷେ କୋଡିଏ ହଜାର ଟଙ୍କାରୁ ୩୦ ହଜାର ଟଙ୍କା କାଲି ତାଙ୍କୁ ଲୁବୁନ ପେମେଣ୍ଟ କରିଥିଲେ ଓ ଅବଶିଷ୍ଟ ଟଙ୍କା ସେ ପୂର୍ବରୁ ପାଇ ଯାଇଥିଲେ । ଏହାସହ ନୋ ଅବଜେକ୍ସନ ସାର୍ଟିଫିକେଟରେ ମଧ୍ୟ ସେ ସାଇନ କରିଥିଲେ ।

ଏକ ଡ଼ବିଙ୍ଗ କରିବାର ଥିଲା ତେଣୁ ୨୭ କିମ୍ବା ୨୮ ତାରିଖକୁ ଡ଼ବିଙ୍ଗ ରଖିବା ପାଇଁ ସେ ଲୁବୁନଙ୍କୁ କହିଥିଲେ । କାରଣ ୨୯ ତାରିଖକୁ ତାଙ୍କର ଗୋଟିଏ ବାହାଘରିଆ ଯିବାର ଅଛି । ଲୁବୁନ ତାଙ୍କୁ କହିଥିଲେ କି ଆପଣ ଗାଡି ନେଇ ପଳେଈ ଆସିବେ ମୁଁ ଫୁଏଲ ଚାର୍ଜେସ ଦେଇଦେବି । ରାଇମୋହନ କହିଥିଲେ କି ମୋ ଡ୍ରାଇଭର ପ୍ରୋବ୍ଲେମ ଅଛି ତୁ ମୋତେ ଆସି ନେଇଯିବୁ ।

ଏହାସହ ୧୫ ତାରିଖରେ ଲୁବୁନଙ୍କ ଏକ ଫିଲ୍ମରେ ଶୁଟିଙ୍ଗ ଆରମ୍ଭ ହେବାରକୁ ଥିବାରୁ ଫିଲ୍ମରେ ସେ ଅଛନ୍ତି କି ନାହିଁ ତାଙ୍କୁ ପଚାରିଥିଲେ । ରାଇମୋହନ କହିଥିଲେ ହଉ ଦେଖ ମୋତେ ଆଉ ପ୍ଯାକେଜ ବଜେଟ ଟାଇପ ପେମେଣ୍ଟ କରିବୁନି । ମୁଁ ବୁଢା ଟା ହେଲିଣି ଡେ ବେଶିସରେ ପେମେଣ୍ଟ ଦେଇଦେବୁ । ଏହିପରି ସେମାନେ ଦୁଇ ଘଣ୍ଟା ଯାଏଁ କଥା ହୋଇଥିଲେ ।

ଲୁବୁନ ଯିବାକୁ ବାହାରିବା ବେଳକୁ ତାଙ୍କ ଘରଲୋକ ଆସି ପହଞ୍ଚିଥିଲେ ଓ ରାଇମୋହନ ତାଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ । ଲୁବୁନଙ୍କୁ ଘରସାରା ବୁଲେଇ ସେ ପାଇଥିବା ପୁରସ୍କାର ସବୁ ମଧ୍ୟ ତାଙ୍କୁ ଦେଖେଇ ଥିଲେ ରାଇମୋହନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।