ଗୋଟିଏ ଝିଅକୁ ୫୦୦ କିଲୋମିଟର ଦୂର ଘରକୁ ପହଞ୍ଚାଇବା ପାଇଁ ରେଲୱେ ଚଲାଇଲା rajdhani express, ଜାଣନ୍ତୁ କଣ ଅଟେ ପୁରା ଘଟଣା

ଭାରତୀୟ ରେଳ ବିଭାଗର ଇତିହାସରେ ଏହିଭଳି କିଛି ଆଗରୁ କେବେ ବି ହୋଇ ନ ଥିବ । କହିବାକୁ ଗଲେ ମାତ୍ର ଗୋଟିଏ ଝିଅ ପାଇଁ ରେଳ ବିଭାଗକୁ ରାଜଧାନୀ ଏକ୍ସପ୍ରେସ ଚଳାଇବାକୁ ପଡିଲା । ଝାରଖଣ୍ଡରେ ତିନି ଦିନ ହେବ ଟାନା ଭଗତ ଆନ୍ଦୋଳନ କରୁଛନ୍ତି । ଏହି କାରଣରୁ କେତେକ ଟ୍ରେନ ମଝି ରାସ୍ତାରେ ଫସି ରହିଛନ୍ତି । ଏମିତିରେ ରେଲୱେ ବିଭାଗ ରେଳ ଯାତ୍ରୀମାନଙ୍କୁ ବସ ମାଧ୍ୟମରେ ତାଙ୍କର ଗତବ୍ୟ ସ୍ଥାନକୁ ପହଞ୍ଚାଇ ଦିଆ ଯାଉଛି ।

ଏମିତିରେ ଡାଲ୍ଟରଗଂଜରେ ଫସିଥିବା ଏକ ଛାତ୍ର ଜିଦ କରିବାକୁ ଲାଗିଲା କି ସେ ବସରେ ଯିବ ନାହିଁ । ଏହା ପରେ ରେଲୱେ ତାଙ୍କ ପାଇଁ ରାଜଧାନୀ ଏକ୍ସପ୍ରେସ ଆରମ୍ଭ କରିଲେ ଓ ତାକୁ ଅନ୍ୟ ଏକ ରୁଟ ଦ୍ଵାରା ଘରକୁ ପଠାଇଲେ ।

ସୂଚନା ଅନୁସାରେ ବିଏଚୟୁରେ ପଢୁଥିବା ଏକ ଛାତ୍ରୀ ନିଜ ଘରକୁ ଯିବା ପାଇଁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନରୁ ରାଞ୍ଚି ପାଇଁ ନୂଆ ଦିଲ୍ଲୀ ରାଞ୍ଚି ସ୍ପେଶାଲ ରାଜଧାନୀ ଏକ୍ସପ୍ରେସରେ ବସିଲା । କିନ୍ତୁ ଟାନା ଭଗତର ରେଲୱେ ଟ୍ରାକ ଉପରେ ଚାଲୁଥିବା ଆନ୍ଦୋଳନ କାରଣରୁ ଡାଲଟନଗଂଜରେ ଟ୍ରେନ ଅଟକାଇ ଦିଆ ଗଲା । ବହୁତ ସମୟ ପରେ ବି ଯେତେବେଳେ ଆନ୍ଦୋଳନ ଶେଷ ହେଲା ନାହିଁ ତେବେ ରେଲୱେ ନିଷ୍ପତି ନେଲା କି ସେ ଯାତ୍ରୀମାନଙ୍କୁ ବସ ଦ୍ଵାରା ପଠାଇବ ।

ସବୁ ଯାତ୍ରୀମାନଙ୍କ ପାଇଁ ବସ ବି ଆସିଲା । କିନ୍ତୁ ଏହା ମଧ୍ୟରେ ଜଣେ ଛାତ୍ରୀକୁ ବସ ଦ୍ଵାରା ଯିବା ପାଇଁ ମନା କରି ଦେଲା । ତାହାର କହିବାରଥିଲା କି ଯେତେବେଳେ ସେ ଟ୍ରେନର ଟିକେଟ ନେଇଛି ତେବେ ସେ ବସରେ ଯିବ ନାହିଁ । ରେଲୱେ ଅଧିକାରୀ ଛାତ୍ରୀକୁ ବହୁତ ବୁଝାଇଲେ । ଏହା ପରେ ବି ଯେତେବେଳେ ସେ ମାନିଲା ନାହିଁ ତ ଏହି କଥା ରେଲୱେ ମୁଖ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଗଲା । ରେଲୱେ ଅଧିକାରୀ ଛାତ୍ରୀମାନଙ୍କୁ କାର ଦ୍ଵାରା ରାଞ୍ଚି ପଠାଇବା ପାଇଁ ପ୍ରସ୍ତାବ ରଖିଲେ ।

କିନ୍ତୁ ସେ ସେଥିପାଇଁ ବି ପ୍ରସ୍ତୁତ ନ ଥିଲା । ସେ ଜିଦ ଧରି ବସିଲା କି ରାଜଧାନୀ ଏକ୍ସପ୍ରେସ ଦ୍ଵାରା ହିଁ ସେ ରାଞ୍ଚି ଯିବ । ଏହା ପରେ ବହୁତ ସମୟ ପରେ ଏହି ନିଷ୍ପତି ନିଆଗଲା କି ଛାତ୍ରୀକୁ ରାଜଧାନୀ ଏକ୍ସପ୍ରେସ ଦ୍ଵାରା ରାଞ୍ଚି ପଠାଯିବ । ଟ୍ରେନକୁ ଡାଲଟନଗଂଜରୁ ସିଧା ରାଞ୍ଚି ଯିବାର ଥିଲା । ଡାଲଟନଗଂଜରୁ ରାଞ୍ଚିର ଦୂରତା ୩୦୮ କିଲୋମିଟର ଅଟେ । କିନ୍ତୁ ଟ୍ରେନକୁ ଗୟାରୁ ଗୋମୋ ଓ ବୋକାରୋ ହୋଇ ରାଞ୍ଚି ଯିବାକୁ ପଡିଲା ।

ଏହିଭଳି ଭାବରେ ଟ୍ରେନକୁ ୫୩୫ କିଲୋମିଟର ରାସ୍ତା ଯିବାକୁ ପଡିଲା । ଛାତ୍ରୀର ସୁରକ୍ଷା ପାଇଁ ଆରପିଏଫର କେତେକ ମହିଳା ଅଫିସର ବି ଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।