ଆଜିର ରାଶିଫଳ, 5 ସେପ୍ଟେମ୍ବର 2020, ଶନିବାର, ଆଜି ଗୁରୁଦିବସ, ଗ୍ରହରାଜ ଶନିଶ୍ଚର ଏହି ୪ଟି ରାଶିର ସବୁ ମନୋସ୍କାମନା କରିବେ ପୁରା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢି ରହିବ । ଆପଣଙ୍କ କିଛି ନୂଆ ସାଙ୍ଗ ହେବେ । ଆଖ ପାଖ ଲୋକଙ୍କ ସାହାଯ୍ୟ ମିଳିପାରେ । ପାଠ ପଢା ସମ୍ବନ୍ଧିତ ଜିନିଷରେ ଭଲ ସଫଳତା ପ୍ରାପ୍ତି ହେବାର ସମ୍ଭାବନା ଅଛି । ଏହି ସମୟରେ ଧର୍ମ ଓ କର୍ମରେ ରୁଚି ବଢିପାରେ । ବାହାରକୁ ଆପଣ ଯାତ୍ରା କରିପାରନ୍ତି । କାର୍ଯ୍ୟ ଯୋଜନାରେ ଭଲ ଲାଭ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ କିଛି ଖରାପ ଆସାର ଦେଖା ଦେଇ ପାରେ । ସେଥିପାଇଁ ଆପଣ ସାବଧାନ ରହିବାର ଆବଶ୍ୟକତା ଅଛି । ପକ୍ଷୀମାନଙ୍କୁ ଦାନା ଦିଅନ୍ତୁ ସଫଳତା ଆପେ ଆପେ ମିଳିବ ।

ବୃଷ

ଏହି ରାଶିର ବ୍ୟକ୍ତିମାନଙ୍କୁ ବଡ ଖୁସି ଖବର ମିଳିପାରେ । ଯାହା ଦ୍ଵାରା ପରିବାରରେ ସମସ୍ତଙ୍କ ଚେହେରା ଖୁସି ଦେଖାଯିବ । ଲୋକମାନେ ଆପଣଙ୍କ ବିଷୟରେ କଥା କହିବେ । ଆପଣଙ୍କ ସାଙ୍ଗ ସହିତ ଆପଣଙ୍କ ଭଲ ବନ୍ଧୁତା ରହିବ । ସମୟ ଅନୁସାରେ ଭଲ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଏହି ସମୟ ଭାଗ୍ୟ ଆପଣଙ୍କ ସାଥ ଦେବ । ଆର୍ଥିକ ଲାଭ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । ଗରିବ ଲୋକମାନଙ୍କୁ ଭୋଜନ କରାନ୍ତୁ, ସମ୍ପର୍କ ଭଲ ହେବ ।

ମିଥୁନ

ଆଜି ଆପଣଙ୍କ ଅଫସିରେ କାମ ଉପରେ ସମସ୍ୟା ଆସିପାରେ । ଆପଣଙ୍କୁ ନିଜର ଖାସ କାମରେ ସାଙ୍ଗମାନଙ୍କ ସାହାଯ୍ୟ ମିଳିପାରେ । ଆପଣଙ୍କ କାମ ସଫଳ ହେବ । ପାରିବାରିକ ସ୍ଥିତି ସାମାନ୍ୟ ରହିବ । ଆପଣ ଏହି ସମୟରେ କୌଣସି କାମକୁ ସଫଳ କରିବାରେ ସକ୍ଷମ ହୋଇପାରନ୍ତି । ଆପଣଙ୍କୁ ଘର ପରିବାର ସହଯୋଗ ପ୍ରାପ୍ତ ହେବାର ସମ୍ଭାବନା ଅଛି । ମା ଓ ବାପାଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ । ଝିଅ ମାନଙ୍କ ଆଶୀର୍ବାଦ ନିଅନ୍ତୁ, ସବୁ କାମରେ ସଫଳତା ମିଳିବ ।

କର୍କଟ

ଆଜି ଆପଣ ପୁରୁଣା କଥାକୁ ନେଇ ଅଳ୍ପ ଚିନ୍ତାରେ ରହିପାରନ୍ତି । କିନ୍ତୁ ସନ୍ଧ୍ୟା ସମୟରେ ଠିକ ହୋଇଯିବ । ବିବାହ ଲୋକଙ୍କ ଜୀବନରେ ସବୁ କିଛି ଠିକ ଠାକ ରହିବ । ଘରେ କୌଣସି ଅତିଥି ଆସିପାରନ୍ତି । ସନ୍ତାନର ସହଯୋଗ ଏହି ସମୟରେ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଆପଣ ଘରର ବିକାସ ପାଇଁ ଚେଷ୍ଟା କରିବା ଉଚିତ । ଆର୍ଥିକ ଲାଭ ପ୍ରାପ୍ତି ପାଇଁ ଆପଣ ଚେଷ୍ଟା କରିବା ଦ୍ଵାରା ଆପଣ ସଫଳ ହେବେ । ଆପଣ ନିଜର କାର୍ଯ୍ୟକୁ ବୁଝି ବିଚାରି କରନ୍ତୁ । ସୂର୍ଯ୍ୟ ଦେବଙ୍କୁ ନମସ୍କାର କରନ୍ତୁ, ସ୍ୱାସ୍ଥ୍ୟ ଆପଣଙ୍କ ଭଲ ରହିବ ।

ସିଂହ

ଆଜି କୌଣସି କାର୍ଯ୍ୟକୁ ନେଇ ଦୌଡ ଦଉଡି କରିପାରନ୍ତି । ପରିବାର କୌଣସି ସଦସ୍ୟଙ୍କ ନେଇ କିଛି ବିବାଦ ହୋଇପାରେ । ଆପଣ ନିଜର ଖର୍ଚକୁ ନେଇ ଚିନ୍ତାରେ ପଡ଼ିପାରନ୍ତି । ଆର୍ଥିକ ଲାଭ ମଧ୍ୟ ଭଲ ହେବ । ଆପଣ କୌଣସି ମିତ୍ରତା ସହିତ ମିଶି କାର୍ଯ୍ୟକୁ ସଫଳ କରି ପାରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କୁ ଅଚଳ ସମ୍ପତ୍ତି ପ୍ରାପ୍ତି ମଧ୍ୟରେ ବ୍ୟବଧାନ ଉତ୍ପନ୍ନ ହୋଇପାରେ ତଥା ନିଜ ସମ୍ପର୍କୀୟମାନଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ଜରୁରୀ ଲୋକମାନଙ୍କୁ ବସ୍ତ୍ର ଦାନ କରନ୍ତୁ, ଆପଣଙ୍କ ସବୁ ଭଲ ହେବ ।

କନ୍ୟା

ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । ସନ୍ଧ୍ୟା ସମୟରେ ଜୀବନସାଥିଙ୍କ ସହ ଫିଲ୍ମ ଦେଖିବାର ପ୍ଳାନ ହୋଇ ପାରିବ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ଯଦି ଆପଣ ଆର୍ଥିକ ଲାଭ ପ୍ରାପ୍ତି ପାଇଁ କିଛି ଶୁଭ କାର୍ଯ୍ୟ ଆରମ୍ଭ କରୁଛନ୍ତି ତାହା ଆଗକୁ ଯାଇ ବହୁତ ଲାଭ ହେବ । ଭାଗ୍ୟ ଆପଣଙ୍କ ଭଲ ସାଥ ଦେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ହେବାର ସମ୍ଭାବନା ହୋଇପାରେ । କୌଣସି କାର୍ଯ୍ୟରେ ଆପଣ ନିବେଶ କରିବା ପାଇଁ ବଞ୍ଚନ୍ତୁ । ପରିବାରର ଚିନ୍ତା ବଢିପାରେ । କ୍ଷୀରୀ ଓ ପ୍ରସାଦ ବାଟନ୍ତୁ, ଆପଣଙ୍କୁ ଲାଭର ଅବସର ପ୍ରାପ୍ତ ହେବ ।

ତୁଳା

ଆଜି ଆପଣ ବାପା ମାଙ୍କ ଓ ପିଲାଙ୍କ ସହ ଆଖ ପାଖ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଆପଣ ସମାରୋହରେ ଯିବା ପାଇଁ ପ୍ଲାନିଂ ବି କରିପାରନ୍ତି । ଅଫିସର ମହୋଲ ଅଳ୍ପ ଗମ୍ଭୀର ହୋଇପାରେ । ଆପଣଙ୍କ ମଧ୍ୟରେ ବୁଝିବାର କ୍ଷମତା ଭଲ ଅଛି । ବୈବାହିକ ଜୀବନରେ ବିଦେଶ ଯାତ୍ରା ସଫଳ ହୋଇପାରେ । ଭଲ ଚିନ୍ତା ଧାରାକୁ ନେଇ ଆଗକୁ ବଢିବା ଦ୍ଵାରା ଫଳ ଦାୟକ ଅଟେ । ପକିନ୍ତୁ କିଛି ନିବେଶ କରିବା ପୂର୍ବରୁ ସମସ୍ତ ଗତିବିଧିକୁ ଜାଣିବା ଆବଶ୍ୟକ ଅଟେ । ନିଜର ଗୁରୁଙ୍କୁ ଭଲ ଉପହାର ଦିଅନ୍ତୁ, ଆପଣଙ୍କୁ ସବୁ ଚିନ୍ତାରୁ ମୁକ୍ତି ମିଳିପାରିବ ।

ବିଚ୍ଛା

ଆଜି ଆପଣ ଯେଉଁ କାମକୁ କରୁଛନ୍ତି ତାହା ଆରମରେ ପୁରା ହୋଇଯିବ । ଆପଣ ନିଜର ମାନ ପ୍ରତିଷ୍ଠା ବଜାଇ ରଖିବା ପାଇଁ ସମାଜର କାର୍ଯ୍ୟରେ ସହଯୋଗ ଦେବା ଉଚିତ । ନିଜର ସମ୍ପର୍କୀୟମାନଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ସ୍ଥିରତା ଆଉ ଗମ୍ଭୀରତା ସହ କରିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାର ସମ୍ଭାବନା ଅଛି । ପରିବାରରେ ଛୋଟ ମୋଟ ଚିନ୍ତା ଆସିପାରେ । ମନ୍ଦିରରେ ଗୁଡ ଦାନ କରନ୍ତୁ, ମାନ ସମ୍ମାନ ବୃଦ୍ଧି ହେବ ।

ଧନୁ

ଆଜି ପୁରା କାମ ଆପଣଙ୍କ ମନ ମୁତାବିକରେ ପୁରା ହେବ । ଆପଣ ନିଜର ପିଲାମାନଙ୍କ ସହ କିଛି ସମୟ ଖୁସିରେ ରହିବେ । ପାରିବାରିକ ସମ୍ପର୍କ ମଜବୁତ ରହିବ । ଆପଣଙ୍କୁ ରାଜନୀତିରେ ଲାଭ ମିଳିପାରିବ । ଆପଣ ସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟ କରନ୍ତୁ । କ୍ୟାରିୟର ଦୃଷ୍ଟିକୋଣରୁ ଯଦି ଆପଣ ଚାକିରି କରୁଛନ୍ତି ତେବେ ଉଚ୍ଚ ପଦ ପ୍ରାପ୍ତି ପାଇଁ ଏହି ସମୟଟି ଶୁଭ ସମୟ ଅଟେ । ଗଙ୍ଗା ଜଳ ଆଉ ଚାଉଳର କିଛି ଦାନାକୁ ମିଶେଇ କରି ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ, କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ ।

ମକର

ଆଜି ଆପଣଙ୍କ କାର୍ଯ୍ୟଟି ହେଉ ହେଉ ବିଗିଡି ଯିବ । ସେଥିପାଇଁ ଆପଣ ବହୁତ ଚିନ୍ତାରେ ରହିପାରନ୍ତି । ଆପଣ କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ବଡ ମାନଙ୍କ ରାୟ ନେଇ କାର୍ଯ୍ୟକୁ କରନ୍ତୁ । ଲାଭ ପ୍ରାପ୍ତ ହେବାର ଅବସର ମିଳିବ । ଘରରେ ସମସ୍ୟା ଉତ୍ପନ ହୋଇପାରେ । ଯାହା ଦ୍ଵାରା ଘର ପରିବାର ସମସ୍ୟ ବିଗିଡି ଯାଇପାରେ । ବିଦେଶ ଯାତ୍ରାରେ ମଧ୍ୟ ସମସ୍ୟା ଉତ୍ପନ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଖରାପ ପ୍ରଭାବ ପଡିପାରେ । ସେଥିପାଇଁ ଆପଣ ଗାଇଙ୍କୁ ରୋଟି ଖୁଆନ୍ତୁ , ଆପଣଙ୍କ ସ୍ଥିତି ଭଲ ରହିବ ।

କୁମ୍ଭ

ଏହି ରାଶିର ବ୍ୟକ୍ତିମାନଙ୍କ ବଡ କାମ ସନ୍ତାନ ଦ୍ଵାରା ପୁରୁଣ ହେବ । ମା ଓ ବାପଙ୍କ ସହଯୋଗ ରହିବ । ସନ୍ଧ୍ୟା ସମୟରେ ବାପା ଓ ମାଙ୍କ ସହ ଧାର୍ମିକ ସ୍ଥଳକୁ ଯିବେ । ଧାନ ଓ ଧାନ୍ୟରେ ଅଚଳ ସମ୍ପତ୍ତି ପ୍ରାପ୍ତି ହେବ । ଏହି ସମୟରେ ପଦ ଓ ଉନ୍ନତି ପାଇଁ ଭଲ ଅବସର ପ୍ରାପ୍ତ ହେବ । ସମୟାନୁସାରେ କାର୍ଯ୍ୟଟିକୁ ଚେଷ୍ଟା କରିବା ଦ୍ଵାରା ଆପଣଙ୍କ ଲାଭଦାୟକ ରହିବ । ମାନସିକ ଚିନ୍ତାରେ ଆପଣ ପଡ଼ିପାରନ୍ତି । ସେଥିପାଇଁ ଅନାଥଲାୟକୁ କିଛି ବି ଦାନ କରନ୍ତୁ , ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ ।

ମୀନ

ଆପଣଙ୍କ କିଛି ମାମଲାରେ ବଡ ନିର୍ନୟ ନେଇପାରନ୍ତି । ଆପଣ ସାଙ୍ଗ ସହିତ ବାହାରକୁ ଯାଇ କିଛି ସମୟ ବିତାଇପାରନ୍ତି । ଘର ପରିବାର ସହିତ କିଛି ଶୁଭ କାର୍ଯ୍ୟ ସମ୍ପର୍ଣ୍ଣ ହେବାର ସମ୍ଭାବନା ଅଛି । ଆର୍ଥିକ ଦୃଷ୍ଟି କୋଣରୁ ଭଲ ସମୟ ରହିପାରେ । ସନ୍ତାନ ପକ୍ଷକୁ ନେଇ ସାମାନ୍ୟତଃ ଶୁଭ ରହିବ । ଜଣେ ଅନ୍ୟ ଜଣଙ୍କ ସହ ଝଗଡା ହୋଇପାରେ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ , ସ୍ୱାସ୍ଥ୍ୟ ଆପଣଙ୍କ ଭଲ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।