ଏହି ଝିଅ ସହିତ ବସରେ ଘଟିଲା ଏକ ଏମିତି ଘଟଣା, ବଦଳିଗଲା ଜୀବନ, ବନିଗଲେ IPS

ମନୁଷ୍ୟ ନିଜ ଜୀବନରେ ଘଟିଥିବା ସମସ୍ତ ଘଟଣାରୁ ବହୁତ କିଛି ଶିଖି ଥାଏ ଓ କେତେ ଥର ଜୀବନରେ କିଛି ଘଟଣା ଏମିତି ବି ଘଟିଥାଏ, ଯାହା ମନୁଷ୍ୟର ଚିନ୍ତାଧାରା ଓ ବିଚାରକୁ ପରିବର୍ତ୍ତନ କରି ଦିଏ । ଏହା ସହିତ କେବେ କେବେ ମନୁଷ୍ୟର ଜୀବନ ପୂରାପୂରି ପରିବର୍ତ୍ତନ ବି ହୋଇଯାଏ । ଏମିତି ହିଁ କିଛି ହୋଇଥିଲା IPS ଶାଲିନୀ ଅଗ୍ନିହୋତ୍ରୀଙ୍କ ସହ । ଆସନ୍ତୁ ଜାଣିବା କେମିତି ଜଣେ ବସ କଣ୍ଡକ୍ଟରଙ୍କ ଝିଅ ଆଜି ଜଣେ IPS ଅଫିସର ହୋଇ ଯାଇଛନ୍ତି ।

ଶାଲିନୀ ଅଗ୍ନିହୋତ୍ରୀ କେବେ ବି IPS ହେବେ ବୋଲି ଚିନ୍ତା କରି ନ ଥିଲେ । କିନ୍ତୁ ଜୀବନରେ ଘଟିଥିବା ଏକ ଘଟଣା ତାଙ୍କୁ IPSର ରାସ୍ତା ଦେଖାଇ ଦେଲା । ଗୋଟିଏ ଇଣ୍ଟରଭିୟୁରେ ଶାଲିନୀ ଅଗ୍ନିହୋତ୍ରୀ କହିଥିଲେ କି, ଥରେ ସେ ଓ ତାଙ୍କର ମା ସେହି ବସରେ ଯାତ୍ରା କରୁଥିଲେ, ଯେଉଁଥିରେ ତାଙ୍କର ପିତା କଣ୍ଡକ୍ଟର ଥିଲେ । ସେ କହିଲେ କି ଯେଉଁଠି ମୋର ମା ବସିଥିଲେ, ସେଠି ତାଙ୍କର ସିଟ ପଛରେ ଜଣେ ବ୍ୟକ୍ତି ସିଟ ଧରି ଛିଡା ହୋଇଥିଲେ ।

ଯାହା ପରେ ମୋର ମା ତାଙ୍କୁ ଅନୁରୋଧ କରିଲେ କି ତାଙ୍କର ହାତକୁ ଏହି ଜାଗାରୁ ଉଠାଇ ଦିଅନ୍ତୁ । କିନ୍ତୁ ସେହି ବ୍ୟକ୍ତି ଜଣକ ନିଜର ହାତକୁ ଉଠାଇଲେ ନାହିଁ । ଏହା ପରେ ସେହି ବ୍ୟକ୍ତି ଜଣକ ଖରାପ ବ୍ୟବହାର କରି କହିଲେ କି ଆପଣ କଣ ଡ଼ିସି (କଲେକ୍ଟର) ଅଟନ୍ତି ଯେ ମୁଁ ଆପଣଙ୍କ କଥା ମାନିବି । ମୁଁ ସେହି ସମୟରେ ଛୋଟ ଥିଲି । ସେହି ସମୟରେ ମୁଁ ଚିନ୍ତା କରିଲି କି ଏହି ଡ଼ିସି କିଏ ହୋଇଥାଏ, ଯାହାର କଥା ସମସ୍ତେ ମାନନ୍ତି ।

ଶାଲିନୀ ଅଗ୍ନିହୋତ୍ରୀ ଆଗକୁ କହିଲେ କି, ଯେତେବେଳେ ମୁଁ ୧୦ମରେ ପଢୁଥିଲି ତେବେ ଏହା ବିଷୟରେ ମୁଁ ଅଳ୍ପ ବହୁତ ଜାଣି ପାରିଲି । ଯାହା ପରେ ମୁଁ ଚିନ୍ତା କରିଲି କି ମୁଁ ପୋଲିସ ଅଫିସର ହେବି । କହିବାକୁ ଗଲେ ଶାଲିନୀ ଅଗ୍ନିହୋତ୍ରୀ ପିଲାଦିନୁ ହିଁ ବୁଦ୍ଧିମାନ ଥିଲେ । ଶାଲିନୀ ଅଗ୍ନିହୋତ୍ରୀଙ୍କ ମା କହିଲେ କି, ସେ ପୁଅମାନଙ୍କ ସହ କାଚ ଗୁଲି ଖେଳୁ ଥିଲା । ଯେତେବେଳେ ମୁଁ କହିଲି କି ଝିଅମାନେ କାଚ ଗୁଲି ଖେଳନ୍ତି ନାହିଁ ତେବେ ସେ ମୋତେ କହୁଥିଲା କି, ନା ମା ଝିଅମାନେ କାଚ ଗୁଲି ବି ଖେଳି ପାରିବେ ।

ମାତା ପିତାଙ୍କ ଯୋଗଦାନ

ଶାଲିନୀ ଅଗ୍ନିହୋତ୍ରୀ ହିମାଚଲର ଊନାର ଠଠ୍ଠଲ ଗ୍ରାମର ବାସିନ୍ଦା ଅଟନ୍ତି । ଛୋଟ ଗ୍ରାମରେ ପ୍ରାୟତଃ ଝିଅମାନଙ୍କ ଯବାନ ହେବା ପରେ ମାତା ପିତାଙ୍କୁ ତାଙ୍କର ବିବାହର ଚିନ୍ତା ରହିଥାଏ । କିନ୍ତୁ ଶାଲିନୀ ଅଗ୍ନିହୋତ୍ରୀଙ୍କ ମାତା ପିତା ଶାଲିନୀ ଅଗ୍ନିହୋତ୍ରୀଙ୍କୁ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରିତ କରୁଥିଲେ । ଶାଲିନୀ ଅଗ୍ନିହୋତ୍ରୀ କହିଲେ କି, ମୋ ପିତା ଜଣେ ବସ କଣ୍ଡକ୍ଟର ଥିଲେ, କିନ୍ତୁ ମୋର ଶିକ୍ଷାରେ ସେ କୌଣସି ପ୍ରକାରର ଅସୁବିଧା ରଖି ନାହାନ୍ତି ।

ଆପଣଙ୍କୁ କହିଦେଉଛୁ କି ଶାଲିନୀ ଅଗ୍ନିହୋତ୍ରୀ ଧର୍ମଶାଲାର DAV ସ୍କୂଲରେ ପଢିଛନ୍ତି । ଏହା ପରେ ସେ ହିମାଚଲ ପ୍ରଦେଶର ଏଗ୍ରୀକଲ୍ଚର ୟୁନିବର୍ସିଟୀରେ ନିଜର ଗ୍ରେଜୁଏଶନ ପୁରା କରିଲେ ।

ଏମିତି ଆରମ୍ଭ ହେଲା UPSCର ପ୍ରସ୍ତୁତି

ଶାଲିନୀ ଅଗ୍ନିହୋତ୍ରୀ କହିଲେ କି ହିମାଚଲ ପ୍ରଦେଶ ଏଗ୍ରୀକଲ୍ଚର ୟୁନିବର୍ସିଟୀ ଯିବା ସମୟରେ ମୁଁ ଚିନ୍ତା କରି ନ ଥିଲି କି UPSC ପରୀକ୍ଷା ଦେବି । କିନ୍ତୁ ପିଲାଦିନ କଥା ମନେ ପଡିଗଲା । ଯାହା ପରେ ମୁଁ ଏହା ବିଷୟରେ ଜାଣିବାକୁ ଚେଷ୍ଟା କରିଲି, ପୁଣି ଏହି ପରୀକ୍ଷାର ପ୍ରସ୍ତୁତିରେ ଲାଗି ଗଲି । ଶାଲିନୀ ଅଗ୍ନିହୋତ୍ରୀ କେବଳ ୧୮ ମାସର ପ୍ରସ୍ତୁତି ପରେ ୨୦୧୧ରେ ୟୁପିଏସସିର ପରୀକ୍ଷା ଦେଇ ଥିଲେ । କହିଦେଉଛୁ କି ଶାଲିନୀ ଅଗ୍ନିହୋତ୍ରୀ ମେ ୨୦୧୧ରେ UPSCର ପରୀକ୍ଷା ଦେଇଥିଲେ ।

୨୦୧୨ରେ ଇଣ୍ଟରଭିୟୁ ଦେଲେ ଓ ୨୦୧୨ରେ ତାଙ୍କର ରେଜଲ୍ଟ ବି ଆସିଗଲା । ଯେଉଁଥିରେ ସେ ଅଳ ଇଣ୍ଡିଆ ଲେବୁଲରେ ୨୮୫ ପୋଜିସନ ହାସଲ କରିଲେ । ଏହା ପରେ ଡିସେମ୍ବର ୨୦୧୨ରେ ହୈଦରାବାଦରେ ଟ୍ରେନିଂଗ ଜ୍ୱଇନ କରିଲେ । IPS ଟ୍ରେନିଙ୍ଗ ସମୟରେ ଶାଲିନୀ ଅଗ୍ନିହୋତ୍ରୀଙ୍କୁ ୬୫ ତମ ବ୍ୟାଚରେ ପ୍ରଥମ ସ୍ଥାନ ମିଳିଥିଲା । ତାଙ୍କର ପ୍ରଥମ ପୋଷ୍ଟିଙ୍ଗ କୁଲ୍ଲୂ ଜିଲ୍ଲାର ଏସିପି ପଦ ଉପରେ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ସର୍ବେ ପ୍ରଥମେ ଶିମଳାର ସହାୟକ ପୋଲିସ ଅଧୀକ୍ଷକ ରୂପରେ ତାଙ୍କର ପୋଷ୍ଟିଙ୍ଗ କରା ଯାଇ ଥିଲା ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।