ଭାରତ ପରେ ରୁଷର ଏହି ଜାଗାକୁ ଚୀନ କହୁଛି ନିଜର, ଯାହା ପାଇଁ ଏବେ ହେବାକୁ ଯାଉଛି ଚୀନ ରୁଷ ମଧ୍ୟରେ ଯୁଧ୍ୟ

ବର୍ତ୍ତମାନ ରୁସ ଓ ଚୀନ ମଧ୍ୟରେ ଏକ ଯୁଧ୍ୟ ହୋଇପାରେ । କାରଣ ଚୀନ ରୁସର ସହର ୱ୍ଲାଦିବୋସ୍ତୋକକୁ ନିଜର ସହର ବୋଲି କହିବା ଆରମ୍ଭ କରି ଦେଇଛି । କହିବାକୁ ଗଲେ ଏହି ସହରରେ ବାସ୍ତବରେ ବହୁତ ବର୍ଷ ପୂର୍ବେ ଚୀନର ଅଂଶ ଥିଲା । କିନ୍ତୁ ରୁସ ଅଫିମ ଯୁଧ୍ୟ ସମୟରେ ଏହି ସହର ଉପରେ କବ୍ଜା କରି ନେଇ ଥିଲା । ଯାହାକୁ ବର୍ତ୍ତମାନ ଚୀନ ମୁକ୍ତ କରାଇ ନିଜର ଅଂଶ କରିବାକୁ ଚାହୁଁଛି ।

କହିବାକୁ ଗଲେ ଚୀନର ସରକାରୀ ନ୍ୟୁଜ ଚ୍ୟାନେଲ ସୀଜୀଟୀଏନର ସଂପାଦକ ଶେନ ସିବଈ କହିଲା କି ରୁସର ୱ୍ଲାଦିବୋସ୍ତୋକ ସହର ବର୍ଷ ୧୮୬୦ ପୂର୍ବରୁ ଚୀନର ଅଂଶ ଥିଲା । ସେ କହିଲା କି ସେହି ସହରକୁ ପ୍ରଥମେ ହୈଶେନୱାଈ ନାମ ଦ୍ଵାରା ଜଣା ଯାଉଥିଲା । କିନ୍ତୁ ରୁସ ଏକତରଫା ସଂଧି ଜରିଆରେ ଏହି ସହରକୁ ଆମ ଠାରୁ ଛଡାଇ ନେଇ ଗଲା । ୱ୍ଲାଦିବୋସ୍ତୋକ ସହର ସ୍ଥାପନା ଉପଲକ୍ଷେ ଚୀନରେ ରୁସି ଦୂତବାସ ସୋସିଆଲ ମିଡିଆ ଉପରେ ଏକ ପୋସ୍ଟ ଶେୟାର କରିଥିଲେ ।

ଏହି ଟ୍ୱୀଟ ପରେ ବହୁତ ସଂଖ୍ୟାରେ ଲୋକମାନେ ଟ୍ୱୀଟ କରି ଏହି ସହରକୁ ଚୀନର ଅଂସ ବୋଲି କହିବା ଆରମ୍ଭ କରି ଦେଇଛନ୍ତି । ଏହା ପରେ ଏହି ବିବାଦରେ ସୀଜୀଟୀଏନର ସଂପାଦକ ଶେନ ସିବଈ ସାମିଲ ହେଲା । ସେ କହିଲା କି ରୁସି ଦୁତାବାସର ଏହି ପୋସ୍ଟକୁ ଚୀନର ସୋସିଆଲ ମିଡିଆର ୱେବସାଇଟ ୱୀବୋ ଉପରେ ପସନ୍ଦ କରାଗଲା ନାହିଁ । ୱ୍ଲାଦିବୋସ୍ତୋକର ଇତିହାସ ୧୮୬୦ରୁ ଆରମ୍ଭ ହୋଇଛି, ଯେତେବେଳେ ରୁସ ଏହାକୁ ଏକ ସୈନ୍ୟ ଆଡ୍ଡା ବଣାଇ ଦେଇଛି ।

ସିବଈ କହିଲେ କି ରୁସ ସହିତ ଆକାଶ ସନ୍ଧି ପୂର୍ବରୁ ହୈଶେନୱାଈ ସହର ଚୀନର ସମ୍ପତ୍ତି ଥିଲା । ସିବଈର ଏହି ଟ୍ୱୀଟ ଭାଇରାଲ ହେବା ପରେ ସେ ସମସ୍ତ ଦୋଷ ଭାରତୀୟ ମିଡିଆ ଉପରେ ଲଦି ଦେଲେ । ସେ କହିଲେ କି ସୀମା ସନ୍ଧି ଉପରେ ହସ୍ତାକ୍ଷର ହୋଇ ଯାଇଛି, ଏମିତିରେ ମୁଁ ଏହି ସ୍ଥାନକୁ ନେଇ ଟ୍ୱୀଟ କରୁ ନାହିଁ । ସିବଈ ନିଜର ଟ୍ୱୀଟକୁ ନେଇ ନିଜର ଭାବନା ତ ବ୍ୟକ୍ତି କରିଦେଲେ । କିନ୍ତୁ ଚୀନ ମନରେ ଚାଲୁଅଛି କି ତାହାର କୁଟିଳ ଯୋଜନା ବର୍ତ୍ତମାନ ଉଜାଗର ହୋଇ ଯାଇଛି ।

ଆପଣଙ୍କୁ କହିଦେଉଛୁ କି ଚୀନରେ ଯେତିକି ବି ମିଡିଆ ସଂଗଠନ ଅଛି, ତାହା ସବୁ ସରକାରୀ ଅଟେ । ଏଠି ବସିଥିବା ଚିନୀ କମ୍ୟୁନିସ୍ଟ ପାର୍ଟୀ ସଂକେତରେ ଏମାନେ କିଛି ବି ଲେଖିବେ ଓ କହିବେ । ରୂସର ୱ୍ଲାଦିବୋସ୍ତୋକ ସହର ପ୍ରଶାନ୍ତ ମହାସାଗରରେ ଥିବା ତାହାର ସୈନ୍ୟମାନଙ୍କ ଏକ ପ୍ରମୁଖ ବେସ ଅଟେ । ରୁସର ଉତ୍ତର ପୂର୍ବରେ ସ୍ଥିତି ଏହି ସହର ପ୍ରିମୋର୍ସ୍କୀ କ୍ରାୟ ରାଜ୍ୟର ରାଜଧାନୀ ଅଟେ । ଏହି ସହର ଚୀନ ଓ ଉତ୍ତର କୋରିୟାର ସୀମା ପାଖାପାଖି ଅବସ୍ଥିତ ଏବଂ ବ୍ୟାପାରିକ ଓ ଐତିହାସିକ ରୂପରେ ୱ୍ଲାଦିବୋସ୍ତୋକ ସହର ରୁସର ସବୁଠୁ ମୁଖ୍ୟ ସହର ଅଟେ ।

ରୁସରେ ପ୍ରାୟତଃ ବ୍ୟାପାର ଏହି ସହରରୁ ହୋଇଥାଏ । ଦ୍ଵିତୀୟ ବିଶ୍ଵ ସମୟରେ ଏହି ସ୍ଥାନରେ ଜର୍ମାନୀ ଓ ରୁସ ସେନା ମଧ୍ୟରେ ଯୁଧ୍ୟ ହୋଇଥିଲା । ଏହି ସହର ୧୮୬୦ ପୂର୍ବରୁ ଚୀନର ଅଂସ ଥିଲା କିନ୍ତୁ ଅଫିମ ଯୁଧ୍ୟରେ ବ୍ରିଟେନ ଓ ଫ୍ରାଂସର ହାତରୁ ଡ୍ରୈଗନର ପରାଜୟ ପରେ ଏହି ପୁରା ଅଞ୍ଚଲକୁ ରୁସକୁ ଦିଆ ଯାଇଥିଲା । ଏହା ପରେ ବର୍ଷ ୨୦୦୮ ସୀମା ବିବାଦକୁ ସମାଧାନ କରିବା ପାଇଁ ରୁସ ଓ ଚୀନରେ ଏକ ସନ୍ଧି ବି ହୋଇଥିଲା ।

କହିବାକୁ ଗଲେ ଚୀନର ଲୋକମାନଙ୍କ ରୁସ ବିରୋଧରେ ଏହି ମାମଲା ଏହିଭଳି ସମୟରେ ଆରମ୍ଭ ହୋଇଛି ଯେତେବେଳେ ହଙ୍ଗ କଙ୍ଗରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ ହେବା ପରେ ବିରୋଧ ଆରମ୍ଭ ହୋଇଛି ଏବଂ ଅନ୍ୟ ପଟେ ଲଦ୍ଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ବିବାଦ ଚରମ ସୀମାରେ ଅଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।