ଝିଅ ପ୍ରିୟଙ୍କାକୁ ମାରି ଶ୍ୱଶୁର କଲର ଟେକି ଚ୍ୟାଲେଞ୍ଜ ଦେଉଛି, ମୋ ଇଚ୍ଛା ଯାହା ମୁଁ ସେଇୟା କରିବି

ବାହାଘରର ମାତ୍ର 2 ବର୍ଷ ପରେ । ଝିଅକୁ ମାରି ଦେଇଛନ୍ତି ଶାଶୁଘର ଲୋକେ । ହଁ ଦର୍ଶକ ବନ୍ଧୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି ଭୁବନେଶ୍ଵର ରୁ । ପ୍ରିୟାଙ୍କା ଦାସ ଙ୍କ ସ୍ଵାମୀ ତାଙ୍କୁ ମାଡ ମାରି ମାରି ହତ୍ୟା କରିଥିବାର ଅବିଯୋଗ ହୋଇଛି । ଆଉ ଏ ନେଇ ଏୟାର ପିଲ ଥାନାରେ ଅଭିଯୋଗ ହୋଇଛି । ମୃତ ପ୍ରିୟଙ୍କା ଦାସ ଙ୍କ ପରିବାର ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପ୍ରିୟଙ୍କା ଭଉଣୀ ଏହି ମାମଲାକୁ ନେଇ କହିଛନ୍ତି ଯେ “କାଲୀ ସନ୍ଧ୍ୟା 6ଟା ରେ ତାଙ୍କ ଶାଶୁ ଫୋନ କରିଲେ ଆଉ କହିଲେ ତୋ ଦିଦି ମରି ଯାଇଛି ଆସ ।

ତା ପରେ ମୁଁ ପଚାରିଲି କଣ ହୋଇଛି । ହେଲେ ତାଙ୍କଳ ଶାଶୁ କହିଲେ ଏତେ କଥା କହି ପାରିବିନି । ସମସ୍ତେ ମିଶି ମୋ ଭଉଣୀ କୁ ମାରି ଦେଇଛନ୍ତି । ତାଙ୍କର ନଣନ୍ଦ, ଶ୍ଵଶୁର, ଶାଶୁ ସମସ୍ତେ ଯୌତୁକ ପାଇଁ ମୋ ଦିଦି କୁ ନିର୍ଯ୍ୟାତନା ଦିଅନ୍ତି । ମୋ ଦିଦି କୁ କୁହନ୍ତି ତୋ ବାପା ଭିକାରି, ଘର ଭଙ୍ଗା ବହୁତ କଥା କୁହନ୍ତି । ଦିଦି ର ଦୁଇ ଦୁଇ ଥର ମିସକ୍ୟାରେଜ ମଧ୍ୟ କରାଇଛନ୍ତି ।

କେବଳ ଯୌତୁକ ପାଇଁ ସେ ମୋ ଦିଦି କୁ ମାରି ଦେଇଛନ୍ତ । ପୋଲିସ ଏ ଯାଏଁ କିଛି ବି ପଦକ୍ଷେପ ନେଇ ନାହିଁ । ଶାଶୁଘର ଲୋକଙ୍କୁ ଏ ଯାଏଁ ପୋଲିସ ଆରେଷ୍ଟ କରି ନାହିଁ । ଏ ନେଇ ପ୍ରିୟଙ୍କା ବାପା ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ”ମୋ ଝିଅକୁ ମାରି ଦେଲେ । ଭୁବନେଶ୍ଵର ରେ ବାହା ଦେଇଥିଲି ଝିଅ ଭଲରେ ରହିବା ପାଇଁ । କିନ୍ତୁ ମୋ ଝିଅକୁ ମାରି ଦେଲେ କେହି କିଛି କରିପାରିଲେ ନାହିଁ ।

ମୋ ଝିଅକୁ ସେମାନେ ଭଲ ପାଆନ୍ତି ନାହିଁ । ମୋ ଜ୍ଵାଇଁ ଆଉ କାହା ସହ ସମ୍ପର୍କ ରଖିଛନ୍ତି । କାଲି ଠାରୁ ଆଜି ଯାଏଁ ପୋଲିସ କିଛି ବି କରି ନାହିଁ । ମୋ ଝିଅକୁ ମାଡ ମାରିଛନ୍ତି ଅନେକ ଥର । ମୋତେ 5 ଲକ୍ଷ ଟଙ୍କା ଯୌତୁକ ରେ ମାଗିଛନ୍ତି । ଆଉ ଜାଗା ମଧ୍ୟ ମାଗିଥିଲେ । ମୁଁ ନ୍ୟାୟ ଚାହେଁ । ମୋ ଝିଅ ଝୁଲି ପଡିଛି ଆଉ ମୁଁ କେଇଟି ଦେଖିକି ଏ ସବୁ ସହିବି” ।

ଏବେ ପ୍ରିୟଙ୍କା ଙ୍କ ସ୍ଵାମୀ କୁ ପୋଲିସ ଅଟକ ରଖିକି ପଚରା ଉଚରା କରୁଛି । ତେବେ ଏହି ମାମଲା ହତ୍ୟା ନା ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ଏମିତି କି ପୋଷ୍ଟ ମର୍ଟମ ରିପୋର୍ଟ କୁ ବଦଳାଇ ଦେବା ପାଇଁ ଶାଶୁଘର ତରଫରୁ ଧମକ ଦିଆ ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।