ଝିଅ ପଟୁ ନଥିଲେ ବୋଲି କଲେ ଅସ୍ତ୍ରୋପଚାର, ଆଉ ଏବେ ନୂଆ ନୂଆ ଗାର୍ଲଫ୍ରେଣ୍ଡ ଧରି ବୁଲୁଛନ୍ତି, ପ୍ରେମ ପାଇଁ ଯୁବକ ଯାହା କରିଛନ୍ତି ନା…

କୁହାଯାଏ କି, ପ୍ରେମରେ ପଡିଥିବା ଲୋକ ତା’ ପ୍ରେମ ପାଇଁ କିଛି ବି କରିପାରେ । ପ୍ରେମ ପାଇଁ ଜୀବନ ଦେବା ତ ଦୂର କଥା ବରଂ ପ୍ରେମ ପାଇଁ ଏହି ଯୁବକ ଯାହା ପଦକ୍ଷେପ ନେଇଛନ୍ତି ଜାଣିଲେ ଆପଣ ତାଜୁବ ହୋଇଯିବେ । ଯୁବକଜଣକ ଅସ୍ତ୍ରୋପଚାର କରି ନିଜ ଉଚ୍ଚତାକୁ ବଢେଇଛନ୍ତି । ଉଚ୍ଚତା ଟିକେ କମ୍ ଥିବାରୁ କୁଆଡେ ଝିଅମାନେ ତାଙ୍କୁ ସମ୍ମାନ ଦେଉ ନଥିଲେ କି ପଟୁ ନଥିଲେ । ସମସ୍ତେ ଗେଡା ବୋଲି କହି ତାଙ୍କ ଠାରୁ ମୁହଁ ଫେରେଇ ନେଉଥିଲେ ।

ସେଥିପାଇଁ ନିଜ ଉଚ୍ଚତାକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଥିଲେ ଯୁବକ । ଏଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲେ । ଶେଷରେ ସେ ଭାବିଲେ କି, ତାଙ୍କ ଗୋଡ ଦୁଇଟିକୁ ଅସ୍ତ୍ରୋପଚାର କରି ନିଜ ଉଚ୍ଚତା ବଢାଇବେ । ଆଉ ଏଥିରେ ସେ ବେଶ ସଫଳ ମଧ୍ୟ ହୋଇଛନ୍ତି । ଏହି ଯୁବକଜଣକ ହେଉଛନ୍ତି ଜଣେ ଆମେରିକୀୟ, ଯାହାଙ୍କ ଉଚ୍ଚତା ମାତ୍ର 5 ଫୁଟ୍ 5 ଇଞ୍ଚ ଥିଲା । ନିଜ ଉଚ୍ଚତାକୁ ନେଇ ସେ ସବୁବେଳେ ମାନସିକ ଚିନ୍ତାରେ ରହୁଥିଲେ ।

ଡେଙ୍ଗା ହେବାର ନିଶା ତାଙ୍କୁ ଏତେ ଘାରିଥିଲା ଯେ ସେ ନିଜ ଉଚ୍ଚତା ବଢାଇବା ପାଇଁ ଅସ୍ତ୍ରୋପଚାର କରିବାକୁ ବି ପଛାଇ ନଥିଲେ । ଦୀର୍ଘ ସମୟ ଧରି ହୋଇଥିବା ଏହି ଅସୁବିଧାରେ ତାଙ୍କୁ ବହୁତ ଯନ୍ତ୍ରଣା ହେଲା ଏବଂ ବହୁତ ଅସୁବିଧା ମଧ୍ୟ ଦେଖା ଦେଇଥିଲା । ଏହି ଅସ୍ତ୍ରୋପଚାର ପଛରେ ପାଖାପାଖି କୋଟିଏ ଟଙ୍କାରୁ ଅଧିକ ପଇସା ଖର୍ଚ୍ଚ ହୋଇଥିଲା ।

2016 ରେ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର ଏବେ ଶେଷ ହୋଇଛି । ଦୁଇଟି ରାଉଣ୍ଡରେ ତାଙ୍କର ଅସ୍ତ୍ରୋପଚାର କରା ଯାଇଥିଲା । ଯାହା ଫଳରେ ତାଙ୍କ ଉଚ୍ଚତା ଆହୁରି ତିନି ଇଞ୍ଚ ବଢି ଯାଇଛି । ଏହି ଅସ୍ତ୍ରୋପଚାର ପଛରେ ପ୍ରାୟ 1.35 କୋଟି ଟଙ୍କା ଖର୍ଚ୍ଚ ହେଲା । ଆଉ ଉଚ୍ଚତା ବଢାଇବା ପରେ ଯୁବକ ଜଣେ ଗାର୍ଲଫ୍ରେଣ୍ଡ ମଧ୍ୟ ବନେଇ ପାରିଛନ୍ତି । ଗେଡା ବୋଲି ଲୋକେ ତାଙ୍କୁ ବହୁତ ପରିହାସ କରୁଥିଲେ ।

ହେଲେ ଅସ୍ତ୍ରୋପଚାର କରି ଉଚ୍ଚତା ବଢାଇବା ପରେ ତାଙ୍କର ଆତ୍ମବିଶ୍ଵାସ ଅନେକ ବଢି ଯାଇଥିବା ସେ କହିଛନ୍ତି । ଏବେ ଆଉ ଝିଅମାନେ ତାଙ୍କୁ ଗେଡା କହି ଦୂରେଇ ଦେଉନାହାନ୍ତି ବରଂ ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।