ଝିଅଙ୍କୁ କମେଣ୍ଟ ମାରୁଥିଲେ ସାବଧାନ ! ନଚେତ ଭୋଗିବାକୁ ପଡିବ ଏଭଳି ପରିଣାମ…

ଝିଅଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡିଲା । ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୫ ଜଣ ଆହତ ହେବା ପରେ ଗାଁରେ ଏବେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ଝିଅଙ୍କୁ ଯଦି କେହି କମେଣ୍ଟ ମାରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ ହୋଇଯାନ୍ତୁ । କାରଣ କୌଣସି ବି ପରିସ୍ଥିତିରେ ଆପଣଙ୍କ ଅଞ୍ଚଳରେ ପୋଲିସ ପହରା ଦେଇପାରେ । ଅର୍ଥାତ ଝିଅଙ୍କୁ ପ୍ରଥମେ କମେଣ୍ଟ ମରା ଯାଇଥିଲା ଓ ପରେ ଏହାକୁ ନେଇ ଗିଷ୍ଠୀ ସଂଘର୍ଷ ହୋଇଥିଲା ।

ଆଉ ଏହାପରେ ବର୍ତ୍ତମାନ ସେଠାରେ ପୋଲିସ ଫୋର୍ସ ମୁତୟନ କରା ଯାଇଛନ୍ତି । ଏହା ହେଉଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନନ୍ତପୁର ଗ୍ରାମର ଦୃଶ୍ୟ । ଝିଅଙ୍କୁ କମେଣ୍ଟ ମାରିବାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡା ଏବଂ ମାରପିଟ ହୋଇଥିଲା । ଏହି ମାରପିଟରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଝିଅଙ୍କୁ କମେଣ୍ଟ ମାରିବା ସତରେ କେତେ ଭୟାନକ ରୂପ ନେଇପାରେ ।

କିଛି ଯୁବକ ଗାଁ ଦାଣ୍ଡ ଏବଂ ଛକ ମାନଙ୍କରେ ବସି ରହି ସେହି ବାଟ ଦେଇ ଯିବା ଆସିବା କରୁଥିବା ଝିଅଙ୍କୁ କମେଣ୍ଟ ମାରିଥାନ୍ତି । ଏହିଭଳି କମେଣ୍ଟ ମାରି ଅନେକ ଖସି ଯାଉଥିବା ବେଳେ ଆଉ କିଛି ଘଟଣାକୁ ନେଇ ଏହିଭଳି ଭୟଙ୍କର ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳେ । ସେହି ଗ୍ରାମରେ ଝିଅଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଆଉ ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି । ଏହା ସହ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଦୁଇଟି ପୃଥକ ମାମଲା ମଧ୍ୟ ରୁଜୁ ହୋଇଛି । ଆଉ ସେପଟେ ଉଭୟଙ୍କ ପକ୍ଷରୁ ଚାରି ଜଣ ଥାନାରେ ଅଟକ ମଧ୍ୟ ରହିଛନ୍ତି । ଏହା ବ୍ଯତୀତ ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସତରେ ଥରେ ଭାବି ଦେଖନ୍ତୁ ଗାଁ ହେଉ ବ ସହର କୌଣସି ବି ଝିଅଙ୍କୁ କମେଣ୍ଟ ମାରିବା କଣ ଠିକ କି ?

ଆପଣ କି ଆପଣଙ୍କ ବନ୍ଧୁମାନେ ଯଦି କେହି ଏପରି କରୁଛନ୍ତି ତେବେ ବେଳ ଥାଉ ଥାଉ ସୁଧୁରି ଯାଆନ୍ତୁ । କାରଣ ସାମାନ୍ଯ ମଜାମସ୍ତି ପାଇଁ ଏହିଭଳି କମେଣ୍ଟ ମାରିବା ବି ଭୟଙ୍କର ରୂପ ନେଇପାରେ ଓ ଆପଣ ଜେଲ ଯାଇପାରନ୍ତି । ଏ ସମ୍ପର୍କରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।