ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ଜନ୍ମ ହେବା ପରେ ହିଁ ତାର ବାପା ମା ନେଇ ତାକୁ କିନ୍ନର ପାଖରେ ଛାଡିଦେଲେ । ଟିକେ ଚିନ୍ତା କରି ଦେଖନ୍ତୁ ସେହି ଝିଅର ଅବସ୍ଥା କଣ ହୋଇଥିବ । ଆମେ ଯେଉଁ ଝିଅ ବିଷୟରେ କହୁଛୁ ତାର ନାମ ଜ୍ୟୋତି ଓ ୨୩ ବର୍ଷ ପୂର୍ବରୁ ତାର ବାପା ମା ନିଜେ ଡିମ୍ପଲ ବାବାଙ୍କ ନିକଟରେ ଛାଡିଥିଲେ । ଡିମ୍ପଲ ବାବା ତାକୁ ପାଳି ପୋଷି ବଡ କରିଥିଏ ଓ ବାପା ମା’ ଉଭୟଙ୍କର ଭଲପାଇବା ଦେଇଥିଲେ । ଆସନ୍ତୁ ଜାଣିବା ଏହି ଡିମ୍ପଲ ବାବା କିଏ ।
ଡିମ୍ପଲ ବାବା ତାକୁ ଏତେ ପାଠ ପଢାଇଲେ ଯେ ସେ ସମାଜରେ ମୁଣ୍ଡ ଟେକି ଚାଲିପାରିବ ଓ କଥା କହିପାରିବ । କେବଳ ସେତିକି ନୁହେଁ ସେ ଅମୃତସର ସହରର ଇବଲା ରୋଡ ନିକଟରେ ଚୌଧୁରୀ ବଂଶରେ ଜ୍ୟୋତିର ବିବାହ କରିଥିଲେ । ଡିମ୍ପଲ ବାବା ଜଣେ କିନ୍ନର ଥିଲେ, ସେ ଜ୍ୟୋତିକୁ ନିଜ ଝିଅ ପରି ଲାଳନ ପାଳନ କରିଥିଲେ। ଯେତେବେଳେ ଜ୍ୟୋତିର ବିବାହ ହୋଇଥିଲା ସେତେବେଳେ ଲୋକମାନେ ସେହି ଝିଅକୁ ଗିଫ୍ଟ ଓ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଏହିପରି ଏକା ଅନୋଖା ଆପଣ ବିବାହ ଦେଖିଛନ୍ତି କି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯେତେବେଳେ ଜ୍ୟୋତି ଡିମ୍ପଲ ବାବାଙ୍କୁ ମିଳିଥିଲା ସେ ମାତ୍ର ଗୋଟିଏ ଦିନର ହୋଇଥିଲା । ଏହାପରେ ଜ୍ୟୋତି ତାଙ୍କ ପରିବାରର ସଦସ୍ୟ ହୋଇଗଲା । ଡିମ୍ପଲ ବାବା ତାକୁ ଝିଅ ପରି ପାଳନ କରୁଥିଲେ । ବାବା କହିଲେ ଯେ ସେହି ତା’ ବାପା ମାଙ୍କର ଆଗରୁ ୪ଟି ଝିଅ ଥିଲେ ସେଥିପାଇଁ ସେ ଏହି ଝିଅଟିକୁ ଆଣି ମୋ ପାଖରେ ଛାଡିଦେଲେ । ଯଦି ସେ ତାକୁ ନ ରଖିଥାନ୍ତେ ତେବେ ସେହି ଝିଅଟି ମରିଯାଇଥାନ୍ତା । ଯେତେବେଳ ଜ୍ୟୋତି ତାଙ୍କୁ ମିଳିଲା ସେ ତାକୁ ମହୁ ଚଟାଇ ଥିଲେ ଓ ଗୀତ ଗାଈ ଶୁଆଇଥିଲେ।
ସେ ଯେତେବେଳେ ରାତିରେ କାନ୍ଦେ ସେ ତାକୁ ବୋତଲରେ କ୍ଷୀର ଦେଇ ପିଆଉଥିଲେ । ସେ ପାଠ ପଡି ଚାକିରି କରିବାକୁ ଚାହୁଁ ଥିଲା ନିଜ ଗୋଡରେ ନିଜେ ଠିଆ ହେବାକୁ ପ୍ରସ୍ତୁତ ଥିଲା । ଡିମ୍ପଲ ବାବା ତାର ଏହି ସ୍ଵପ୍ନକୁ ପୂରଣ କଲେ ଓ ତାକୁ ବିବାହ ମଧ୍ୟ ଦେଲେ । ସେ ତାର ସମ୍ପୂର୍ଣ୍ଣ ଦ୍ଵାୟିତ୍ଵ ନେଇଥିଲେ ଓ ତାହା ପୂରଣ ମଧ୍ୟ କରିଛନ୍ତି । ଜ୍ୟୋତି ୫ ବର୍ଷର ହେଲା ପରେ ଘର ନିକଟେରେ ଥିବା ସ୍କୁଲରେ ପାଠ ପଢିଥିଲା ।
ଯେତେବେଳେ ତାର ବିବାହ ସମୟ ହୋଇଗଲା ତାକୁ ତାର ମା ବାପା ବିଷୟରେ ପଚାରିଲେ ସେ ସମସ୍ତଙ୍କୁ କହୁଥିଲା ଯେ ଡିମ୍ପଲ ବାବା ମୋର ସବୁ କିଛି । ଡିମ୍ପଲ ବାବା ତାକୁ ଗ୍ରାଜୁଏସନ କରାଇଲେ ଓ କମ୍ପୁଟର ଡିପ୍ଲୋମା ମଧ୍ୟ କରାଇଥିଲେ । ଏହିପରି ଜ୍ୟୋତି କହିଲେ କି ସେ ଯେପରି ମତେ ପାଳନ କରିଛନ୍ତି ସେହିପରି ମୋର ନିଜ ମା ବାପା ମଧ୍ୟ ଲାଳନ ପାଳନ କରିପାରି ନଥାନ୍ତେ । ଜ୍ୟୋତି ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥାନ୍ତି କି ସେ ବାବାଙ୍କ ପରି ମା ବାପା ତାଙ୍କୁ ଦେଇଛନ୍ତି ଯିଏ ତାର ସବୁ ଛୋଟ ବଡ ସ୍ଵପ୍ନକୁ ପୂରଣ କରିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।