ଝିଅ ବାହାଘର ପାଇଁ ଅଦ୍ଭୁତ ବିଜ୍ଞାପନ ! ବରଖୋଜା ପାଇଁ ଏହି ଭାଇରାଲ ବିଜ୍ଞାପନ ପଢିଲେ ଆପଣ ଆବାକାବା ହୋଇଯିବେ, ଥରେ ନଜର ପକାନ୍ତୁ…

ଝିଅ ବାହାଘର ପାଇଁ ଜାରି କରାଯାଇଛି ବିଜ୍ଞାପନ । ଆଉ ସେଥିରେ ଯେଉଁ ସବୁ ସର୍ତ୍ତ ଲେଖା ହୋଇଛି ଆପଣ ପଢିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ । ଝିଅଘର ପକ୍ଷରୁ ବର ଖୋଜିବା ପାଇଁ ଏଭଳି କିଛି ସର୍ତ୍ତ ରହିଛି ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାହାଘର ବିଜ୍ଞାପନଟି ଯଦ୍ୟପି କିଏ କାହା ପାଇଁ ଦେଇଛି ଜଣା ପଡିନାହିଁ କିନ୍ତୁ ବିଜ୍ଞାପନ ପଢିଲେ ଆପଣ ହସି ହସି ଗଡିଯିବେ ।

ଏହା କୌଣସି ଝିଅଘର ପକ୍ଷରୁ ବରଖୋଜା ବିଜ୍ଞାପନ ହୋଇଥିବା ଜଣାପଡିଛି । ଆଉ ଏଥିରେ ପାର୍ଟନର ପାଇଁ ରହିଥିବା ସର୍ତ୍ତ ଗୁଡିକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଜ୍ଵାଇଁର ବୟସକୁ ନେଇ ବାହାଘର ବିଜ୍ଞାପନର ପ୍ରଥମ ସର୍ତ୍ତ ରହିଛି । ସେଥିରେ ଲେଖାଯାଇଛି, ବିବାହ ପ୍ରସ୍ତାବ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଯେପରି ୧୯୯୨ ପୂର୍ବରୁ ଜଣ ହୋଇ ନଥିବେ । ଏହାପରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବରପ୍ରାର୍ଥୀ MBA, MTech, MS କିମ୍ବା PGDM କରିଥିବେ ଏବଂ କୌଣସି ବିଶେଷ ଇନଷ୍ଟିଚ୍ୟୁଟରୁ ଏହି ଡିଗ୍ରୀ ହାସଲ କରିଥିବେ ।

କେବଳ ଏତିକି ନୁହେଁ ବିଜ୍ଞାପନରେ NIT, IIIT, IISC Bengaluru, BITS Pilani, DTU, NSIT ଏବଂ Kolkata Jadavpur ୟୁନିଭର୍ସିଟି ଭଳି ୭ଟି IIT ଇନଷ୍ଟିଚ୍ୟୁଟର ନାମ ମଧ୍ୟ ରଖାଯାଇଛି । ତେବେ ବିଜ୍ଞାପନ ଅନୁସାରେ, କିଛି ଖାସ୍ ଅନୁଷ୍ଠାନରୁ MBA କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ବିବାହ ପାଇଁ ସୁଯୋଗ ମିଳିବ । ଏହି ଲିଷ୍ଟରେ IIM, FMS, IIFT, ISB, JBIMS, MDI, NITIE, SP Jain, SJMSOM ଏବଂ XLRI ରେ ପଢିଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ ବୋଲି ଲେଖାଯାଇଛି ।

ଏହାସହ ବରପ୍ରାର୍ଥୀ କର୍ପୋରେଟ ଚାକିରି ସହ ମାସିକ ଦରମା ୩୦ ଲକ୍ଷରୁ କମ୍ ହୋଇ ନଥିବା ନେଇ ମଧ୍ୟ ସର୍ତ୍ତ ରହିଛି । ବରର ଛୋଟ ପରିବାର ସହ ସେ ଦିଲ୍ଲୀ NCR ର ବାସିନ୍ଦା ହୋଇଥିବେ । ଭାଇ, ଭଉଣୀ ଦୁଇଜଣ ଥିବା ସହ ବରର ପୁରା ପରିବାର ଉଚ୍ଚ ଶିକ୍ଷିତ ହୋଇଥିବେ । ବରର ଉଚ୍ଚତା ୫’୭ ରୁ ୭ ଫୁଟ୍ ହୋଇଥିବା ଆବଶ୍ୟକ । ବରର ଜାତିକୁ ନେଇ ମଧ୍ୟ ଖାସ୍ ସର୍ତ୍ତ ରହିଛି । ବର ଅଣମାଙ୍ଗଳିକ ଅଗ୍ରୱାଲ ଜାତିର ହୋଇଥିବେ । ତେବେ ଭାଇରାଲ ହେଉଥିବା ଏହି ବିଜ୍ଞାପନକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଏପରି ବିଜ୍ଞାପନକୁ ଏଡାଇ ଦିଆଯିବା ଉଚିତ, ଫଳରେ ଜଣେ ପୁଅର ଜୀବନ ବଞ୍ଚିଯିବ ବୋଲି ଜଣେ ୟୁଜର୍ସ କମେଣ୍ଟ କରିଥିବା ବେଳେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ବୋଧେ ଯୁବତୀଙ୍କ ବୟଫ୍ରେଣ୍ଡଙ୍କ କ୍ବାଲିଫିକେସନ । ସେହିପରି ଆଉ କିଛି ୟୁଜର୍ସ ଲେଖିଛନ୍ତି, ଏହି ବିଜ୍ଞାପନ ଯିଏ ଦେଇଥାଉ ନା କାହିଁକି ଏ ଜନ୍ମରେ ତା’ ବିବାହ ହୋଇପାରିବ ନାହିଁ ।

ସେହିପରି ବାହାଘର ପାଇଁ ବିଜ୍ଞାପନ ଦେଇଥିବା ଝିଅର ଯୋଗ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି କିଛି ୟୁଜର୍ସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।