ଶୁଣିଲାଣି ପ୍ରଶାସନ ! ଶେଷରେ ଝରଣା ପାଣିକୁ ଗାଁକୁ ନେଇ ଆସିଲେ ଗ୍ରାମବାସୀ, ଏବେ ଆଉ ନାହିଁ ପାଣିର ଅଭାବ, ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ଗାଁରେ ପାଣିକଳ ଲାଗିଛି ଆଉ ଅନବରତ ପାଣି ବୋହୁଛି । ଗାଧୁଆପାଧୁଆ ଠାରୁ ଆରମ୍ଭ କରି ମଜାଧୁଆ ଓ ପିଇବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଏହି ପାଣିକୁ ବ୍ୟବହାର କରୁଛନ୍ତି ଲୋକେ । ହେଲେ ଏହି ପାଣି କେଉଁ ସରକାରୀ ଟାଙ୍କିରୁ ଆସୁନି । ପାଣି କେଉଁଠୁ ଆସୁଛି ଶୁଣିଲେ ଆପଣ ଏକଦମ ତାଯୁବ ହୋଇଯିବେ । କାରଣ ଏହି ପାଣି ହେଉଛି 2 କିମି ଦୂରରୁ ଗଡି ଗଡି ଆସୁଥିବା ପ୍ରାକୃତିକ ଝରଣା ପାଣି । ଲୋକେ କୁହନ୍ତି କି, ବୁଦ୍ଧି ଏବଂ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ।

ଆବଶ୍ୟକତା ମନୁଷ୍ୟକୁ ନୂତନ ଉଦ୍ଭାବନ କରିବାରେ ସାହାଯ୍ୟ କରିଥାଏ ବୋଲି ମଧ୍ୟ କୁହାଯାଏ । ଆଉ ଏଭଳି କିଛି କରି ଦେଖାଇଛନ୍ତି କୋରାପୁଟ ଏ କେ.ବଡଦାଣ୍ଡ ଗାଁର ଲୋକେ । ପାହାଡ ଉପରେ ବୋହୁଥିବା ଝରଣାକୁ ବନ୍ଧ ବାନ୍ଧି ଓ ପାହାଡ ଉପରୁ ପାଇପ ପକାଇ ଗାଁ’କୁ ପାଣି ଆଣିଛନ୍ତି ଏହି ଗାଁର ଲୋକମାନେ । କାରଣ ଏହା ପୂର୍ବରୁ ପାଣି ଟିକକ ପାଇଁ ଗ୍ରାମବାସୀଙ୍କୁ ନାକେଦମ ହେବାକୁ ପଡୁଥିଲା । ଖରାଦିନ ଆସିଲେ ସେଠାରେ ପାଣି ଶୁଖି ଯାଏ ଓ ପାଣି ପାଇଁ ଅନେକ ଦୂର ମଧ୍ୟ ଯିବାକୁ ପଡେ ।

ସେମାନଙ୍କ ଗାଁ ଠାରୁ ମାତ୍ର 2 କିମି ଦୂରରେ ବୋହି ଯାଉଥିବା ଝରଣା ପାଣିକୁ ଆଣି ସେମାନେ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ଯେତେ ଖରାତାତି ହେଉ ପଛେ ଗାଁର ମହିଳାମାନେ ଚାଲି ଚାଲି ଯାଇ ସେଠାରୁ ପାଣି ଆନୁଥିଲେ । ସେଠାରେ ପାଣି ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୟୟ ବ୍ଲକ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଅବଗତ କରାଇଥିଲେ ଗ୍ରାମବାସୀ ।

ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ନିଜେ ବୁଦ୍ଧି ଖଟାଇ ପରିଶ୍ରମ କରି ଗାଁକୁ ନେଇ ଆସିଛନ୍ତି ପାଣି । ନିଜ ସୁବିଧା ନିଜ ନିଜେ କାମ କରିବାକୁ ପଡିବ ବୋଲି ବୁଝିବା ପରେ ଗ୍ରାମାବାସୀ ମାନେ ଗାଁକୁ ପାଣି ଆଣିବାକୁ ଅଣ୍ଟା ଭିଡିଥିଲେ । ସେମାନେ ନିଜସ୍ଵ ଉଦ୍ୟମରେ ପାହାଡ ଉପରୁ ପାଇପ ପକାଇ ଗାଁକୁ ପାଣି ଆଣିବାରେ ସକ୍ଷମ ହୋଇଛନ୍ତି ।

ଆଉ ଏବେ ଗାଁରେ ପାନୀୟଜଳ ସମସ୍ଯା ଦୂର ହେବାସହ ଚାଷକାର୍ଯ୍ୟ ପାଇଁ ମଧ୍ୟ ପର୍ଯ୍ୟାପ୍ତ ଜଳ ମିଳିପାରୁଛି । ଏହିଭଳି ଏକ କାର୍ଯ୍ୟ କରି ଏବେ ଚାରିଆଡେ ପ୍ରଶଂସା ସାଉଁଟୁଛି ଏହି ଗାଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।