ଝରଣାରେ ଗାଧୋଉଥିଲେ ଲୋକ, ହଠାତ ବଢିଲା ଜଳସ୍ତର, ଆଉ ତା’ ପରେ….ଦେଖନ୍ତୁ Video

ପ୍ରକୃତି ଯେତିକି ସୁନ୍ଦର ଓ ଉପକାରୀ, ବେଳେବେଳେ ସେତିକି ଭୟଙ୍କର ମଧ୍ୟ । ପ୍ରକୃତିକୁ ଦେଖି କବି ଲେଖିଥିଲେ, “ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଲାଗୁ ଥାଇ” । କିନ୍ତୁ ଅନେକ ସମୟରେ ମଣିଷ ପ୍ରକୃତିକୁ ଉପଭୋଗ କରିବାକୁ ଯାଇ ବିପଦରେ ପଡିଯାଏ ।

ମଣିଷର ସାମାନ୍ଯ ବେପରୁଆ ଭାବ ଯୋଗୁଁ ଏହି ପ୍ରକୃତି ହାତରେ କେତେବେଳେ ତା ଜୀବନ ଚାଲିଯାଏ, ସେ ମଧ୍ୟ ଜାଣି ପାରେ ନାହିଁ । ଆଜିକାଲି ଏହିପରି ଅନେକ ଘଟଣା ଆପଣ ଶୁଣିବାକୁ ଓ ଦେଖିବାକୁ ପାଉଥିବେ । ତେବେ ଏହିପରି ହୃଦୟ ଥରାଇ ଦେବା ଭଳି ଆଉ ଏକ ଘଟଣା ଘଟିଛି ଅଲିରାଜପୁରରେ । ସେଠାକାରା କାଠିୱାଡାରେ କିଛି ଲୋକ ଝରଣାରେ ଗାଧୋଉ ଥିଲେ ଓ ଝରଣା ପାଣିର ଆନନ୍ଦ ନେଉଥିଲେ । ବର୍ଷା ଦିନ ହୋଇଥିବାରୁ ସେହି ସମୟରେ ବର୍ଷା ମଧ୍ୟ ହେଉଥିଲା ।

କିନ୍ତୁ ଅଳ୍ପ କେତେ ସମୟ ,ମଧ୍ୟରେ ଏହି ଆନନ୍ଦ ଭୟରେ ପରିଣତ ହୋଇ ଯାଇଥିଲା । ଶାନ୍ତ ଭାବେ ବୋହୁଥିବା ଝରଣା ହଠାତ ଉଛୁଳିବାକୁ ଲାଗିଲା ଓ ଝରଣାରେ ବଢିବାକୁ ଲାଗିଥିଲା ଜଳସ୍ତର । ଏହା ଦେଖି ସମସ୍ତେ ଡରି ଯାଇଥିଲେ ଓ ସେଠାରେ ଲୋକଙ୍କ ମଧ୍ୟରେ ଭୟରେ କୋଳାହଳ ଓ ଚିତ୍କାର ସୃଷ୍ଟି ହୋଇ ଯାଇଥିଲା । କିଛି ଲୋକ ସାଙ୍ଗେ ସାଙ୍ଗେ ଝରଣା ଭିତରୁ ନିକଟରେ ଥିବା ସୁରକ୍ଷିତ ସ୍ଥାନକୁ ବାହାରି ଆସିଥିଲେ ଓ ପାଣିରୁ ବାହାରିବା ପାଇଁ ପରସ୍ପରର ସାହାଯ୍ୟ ମଧ୍ୟ କରିଥିଲେ ।

ଏହିପରି ଭାବେ ଝରଣାରେ ଗାଧୋଉଥିବା ଲୋକମାନେ ସେଠାରୁ ଧାଇଁ ଯାଇ ନିଜ ପ୍ରାଣ ବଞ୍ଚାଇ ଥିଲେ । ତଥାପି କିଛି ଲୋକ ଖାତିର ନ କରି ଉଛୁଳୁ ଥିବା ପାଣି ନିକଟକୁ ଯାଉଥିଲେ । ଲୋକମାନଙ୍କ ଏହିପରି ବେପରୁଆ ଗୁଣ ହିଁ ଦୁର୍ଘଟଣାକୁ ଆମନ୍ତ୍ରଣ କରିଥାଏ ।

ସେତେବେଳେର ଭୟାନକ ଦ୍ରୁଶ୍ଯ ଦେଖିଲେ ଯେ କେହି ଆଉ କେବେ ଏହିପରି ସ୍ଥାନରେ ଗାଧୋଇବା ପାଇଁ କୁଣ୍ଠାବୋଧ କରିବ । ତେବେ ଏବେ ବର୍ଷା ଦିନ ହୋଇଥିବାରୁ ଆମେ ଆପଣଙ୍କୁ ମଧ୍ୟ ଅନୁରୋଧ କରୁଛି, ଅତ୍ୟାବଶ୍ୟକ ନ ହେଲେ ଜମାରୁ ଏପରି ପାହାଡ ଏବଂ ଝରଣା ଆଦି ସ୍ଥାନକୁ ଯାଆନ୍ତୁ ନାହିଁ ।

ବର୍ଷା ଦିନେ ଏପରି ସ୍ଥାନ ମାନଙ୍କରେ କେତେବେଳେ ମଧ୍ୟ ଅଘଟଣ ଘଟି ଯାଇ ପାରେ । ଏଥି ପ୍ରତି ସାବଧାନ ରୁହନ୍ତୁ ଓ ନିଜ ପ୍ରିୟଜନ ମାନଙ୍କୁ ମଧ୍ୟ ସୁରକ୍ଷିତ ରହିବାକୁ କୁହନ୍ତୁ । ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।