ଝାଡୁକୁ ଘରର କେଉଁ ଜାଗାରେ ରଖିଲେ ହୋଇଥାଏ ଧନ ପ୍ରାପ୍ତି ? କେଉଁ ଜାଗାରେ ଥିଲେ ଘରେ ଅଶାନ୍ତି ବଢେ ? Astrologer Pragyan Tripathy

ଆଜି ଆମେ ଜାଣିବା ଘରର ଝାଡୁକୁ କେଉଁ ଜାଗାରେ ରଖିଲେ ଅଶାନ୍ତି ସୃଷ୍ଟି ହୋଇଥାଏ ଓ କେଉଁ ଜାଗାରେ ରଖିଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଝାଡୁ ଆମ ଘରର ମଇଳାକୁ ବାହାର କରି ଘରକୁ ପରିଷ୍କାର କରିଥାଏ । ତେଣୁ ଝାଡୁକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମଧ୍ୟ କୁହାଯାଏ । ଝାଡୁକୁ ଏଣେତେଣେ ଫୋପାଡିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୁଏ । ତେବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ଝାଡୁ ରଖିବାର ସଠିକ ସ୍ଥାନ ବିଷୟରେ ।

ଝାଡୁକୁ ଆପଣ ଘରର ତିନୋଟି ଜାଗାରେ କେବେବି ରଖିବେ ନାହିଁ । ପ୍ରଥମ ଜାଗାଟି ହେଉଛି ଆପଣଙ୍କ ବେଡ ରୁମ୍ ବା ଶୋଇବା ଘରେ କଦାପି ଝାଡୁ ରଖନ୍ତୁ ନାହିଁ । ଝାଡୁକୁ ବେଡ ରୁମ୍ ରେ ରଖିବା ଦ୍ଵାରା ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଅଧିକ କଳହ ସୃଷ୍ଟି ହେବ ଏବଂ ସନ୍ଦେହ ମଧ୍ୟ ସୃଷ୍ଟି ହେବ । ଦ୍ଵିତୀୟରେ ହେଉଛି ଆପଣଙ୍କ ଡ୍ରଇଂ ରୁମ୍ ରେ ବା ଯେଉଁଠି ସମସ୍ତେ ବସାଉଠା କରନ୍ତି ଓ ଅତିଥି ଆସିଲେ ବସନ୍ତି ସେହି ରୁମ୍ ରେ କେବେବି ଝାଡୁ ରଖିବେ ନାହିଁ ।

ନଚେତ ଶାଶୁ ଓ ବୋହୂଙ୍କ ମଧ୍ୟରେ ସବୁବେଳେ କଳିଝଗଡା ଲାଗି ରହିବ ଓ ସେମାନଙ୍କ ମଧ୍ୟରେ କେବେବି ପଡିବନି । ତୃତୀୟ ସ୍ଥାନ ହେଉଛି ରୋଷେଇ ଘର । ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ । ରୋଷେଇ ଘର ସବୁବେଳେ ପରିଷ୍କାର ରହିବା ଉଚିତ ।

କିନ୍ତୁ ଝାଡୁ ମଇଳାକୁ ସଫା କରେ ଓ ସେଥିରେ ମଧ୍ୟ ମଇଳା ରହିଥାଏ । ତେଣୁ ରୋଷେଇ ଘରେ ଝାଡୁ ରଖିବା ଦ୍ଵାରା ଆପଣଙ୍କ ପିଲା କେବେବି ଆପଣଙ୍କ କଥା ମାନିବେ ନାହିଁ । ରୋଷେଇ ଘରେ ଝାଡୁ ରଖିବା ଦ୍ଵାରା ପିତାମାତାଙ୍କ ସହ ପିଲାଙ୍କର ମନୋମାଳିନ୍ୟ ଦେଖାଦେବ । ବିଶେଷ କରି ପାର୍ଟନର ବାଛିବାରେ ସବୁଠୁ ବେଶୀ ମନୋମାଳିନ୍ୟ ହେବ ।

ଆପଣ ଗୋଟିଏ ଜାଗାରେ ପ୍ରସ୍ତାବ ଦେଖୁଥିବେ ହେଲେ ସେ ଆଉ ଗୋଟିଏ ଜାଗାରେ ପାର୍ଟନର ପସନ୍ଦ କରୁଥିବେ । ଆଉ ଏକ ବିଶେଷ କଥା ହେଉଛି ଆପଣା ଝାଡୁକୁ କେବେବି ଠିଆ କରି ରଖିବେ ନାହିଁ । ଝାଡୁକୁ ରଖିବା ବେଳେ ସବୁବେଳେ ତାକୁ ଶୁଆଇକି ରଖନ୍ତୁ ।

ଝାଡୁକୁ ଆପଣ ଅନ୍ୟ ଗେଷ୍ଟରୁମ୍ କିମ୍ବା ଲବି ର ବେଡ ତଳେ କିମ୍ବା କବାଟ ପଛରେ ରଖିବେ । ଏମିତି ଜାଗାରେ ଝାଡୁ ରଖିବେ ଯେଉଁଠି କାହାର ନଜର ପଡିବ ନାହିଁ । ଯଦି ଘରେ ଅଧିକ ରୁମ୍ ନାହିଁ ଗୋଟିଏ ରୁମ୍ ଅଛି ତେବେ ଝାଡୁକୁ କବାଟ କୋଣରେ ରଖି ସେଥିରେ କପଡା ପକାଇ ରଖିବେ ।

ଏହାସହ ଝାଡୁରେ ଦୁଇଟି ଘୁଙ୍ଗୁର ମଧ୍ୟ ବାନ୍ଧିଦେବେ, ଦେଖିବେ ଆପଣଙ୍କ ଘରେ କେତେ ସୁନ୍ଦର ପରିବର୍ତ୍ତନ ଆସିବ । ଘରେ ସୁଖଶାନ୍ତି ଓ ସମୃଦ୍ଧି ସବୁକିଛି ପୁରି ଉଠିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।