ଚାଣକ୍ୟ ନୀତି : ଯେଉଁ ଲୋକମାନଙ୍କ ପାଖରେ ଥାଏ ଏହି ୫ ଟି ଗୁଣ, ସେମାନେ ସବୁବେଳେ ରୁହନ୍ତି ଖୁସିରେ

ମଣିଷ ମଧ୍ୟରେ ବହୁତ ପ୍ରାକୃତିକ ଗୁଣ ରହିଥାଏ ଓ ଏହି ଗୁଣର ଆଧାରରେ ମଣିଷର ପରିଚୟ ହୋଇଥାଏ । ଚାଣକ୍ୟ ନୀତିରେ ଏମିତି କିଛି ପ୍ରାକୃତିକ ଗୁଣ ବିଷୟରେ କୁହାଯାଇଛି ଯାହା ମଣିଷକୁ ଏକ ପ୍ରଭାବଶାଳି ବ୍ୟକ୍ତି କରିଥାଏ । ଏହି ଗୁଣ ଗୁଡିକୁ ଯଦି ଠିକ ଭାବରେ ବ୍ୟବହାର କରାଯାଏ, ତେବେ ମଣିଷ ତା’ର ଜୀବନରେ ସବୁକିଛି ହାସଲ କରିପାରିବ । ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଏହି ପାଞ୍ଚଟି ନୀତି ବିଷୟରେ ଯାହା ଏକ ସାମାନ୍ୟ ମଣିଷକୁ ଭଲ ମଣିଷରେ ପରିବର୍ତ୍ତନ କରିପାରିବ ।

ଧୈର୍ଯ୍ୟ ରଖିବା

ଜୀବନରେ ଧୈର୍ଯ୍ୟ ରଖିବା ଦ୍ଵାରା ବହୁତ ସମସ୍ୟାକୁ ଦୁର କରାଯାଇପାରିବ । ତେଣୁ ଧୈର୍ଯ୍ୟ ରଖିବା ବହୁତ ଜରୁରୀ ଅଟେ । ଯେଉଁ ଲୋକମାନଙ୍କ ଭିତରେ ଧୈର୍ଯ୍ୟର ଅଭାବ ଥାଏ ସେମାନଙ୍କର ଉନ୍ନତି ଠିକ ଭାବରେ ହୋଇପାରେ ନାହିଁ । ତେଣୁ ଆପଣମାନେ ଧୈର୍ଯ୍ୟର ସହ ସବୁ ନିସ୍ପତି ନିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ଆଗାମୀ ଭବିଷ୍ୟତ ସୁଖମୟ ହେବ ।

ଦାନ କରିବା

ବସ୍ତୁ ଗୁଡିକୁ ଦାନ କରିବାର ଭାବନା ସମସ୍ତଙ୍କ ପାଖରେ ରହିବା ଦରକାର । ଦାନ କରିବାର ଗୁଣ ବହୁତ କମ ଲୋକଙ୍କ ପାଖରେ ଥାଏ । ଚାଣକ୍ୟଙ୍କ ମତରେ ଦାନ କରିବା ସବୁଠୁ ବଡ ପୂଣ୍ୟ ଅଟେ । ସାଧାରଣତଃ ବହୁତ ଲୋକ ଯେଉଁ ମାନେ ଧନୀ ନୁହେନ୍ତି ସେମାନେ ଦାନ କରନ୍ତି । ତେଣୁ ଯେଉଁ ଲୋକମାନଙ୍କ ଭିତରେ ଏହି ଗୁଣ ଥାଏ ସେମାନେ ବହୁତ ଭଲ ମଣିଷ ହୋଇଥାନ୍ତି ।

ନିସ୍ପତି ନେବାର କ୍ଷମତା

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନରେ ଗୁରୁତ୍ଵପୂର୍ଣ୍ଣ ନିସ୍ପତି ନେଇପାରନ୍ତି ନାହିଁ ଓ ସେମାନେ ଅନ୍ୟ କାହା ଉପରେ ନିର୍ଭର କରିଥାନ୍ତି । ସବୁ ମଣିଷଙ୍କ ମଧ୍ୟରେ ନିସ୍ପତି ନେବାର କ୍ଷମତା ରହିବା ଦରକାର । କାରଣ ନିଜେ ନେଇଥିବା ନିସ୍ପତି କେବେ ଅସଫଳ ହୋଇନଥାଏ ।

ମଧୁର ବାଣୀ

ମଧୁର ବାଣୀ କହୁଥିବା ଲୋକମାନଙ୍କୁ ସମସ୍ତେ ପ୍ରଶଂସା କରିଥାନ୍ତି ଓ ଏମାନଙ୍କ ସହ ସମ୍ପର୍କ ରଖିବା ପାଇଁ ଚାହାଁନ୍ତି । ତେଣୁ ମଧୁର ବାଣୀ କହୁଥିବା ଲୋକମାନେ ସବୁବେଳେ ସକରାତ୍ମକ ନଜର ଆସିଥାନ୍ତି । ଏମାନଙ୍କର କଥା ସମସ୍ତେ ଶୁଣନ୍ତି । ତେଣୁ ଆପଣଙ୍କୁ ମଧ୍ୟ ମଧୁର ବାଣୀ କହିବା ଉଚିତ ।

ସକରାତ୍ମକ ଭାବନା


ଆମ୍ଭେମାନେ କଣ ଚିନ୍ତା କରିଥାଉ ଏହା ଆମ ଉପରେ ନିର୍ଭର କରିଥାଏ । ତେଣୁ ଆପଣ ନିଜର ଚିନ୍ତା ଶକ୍ତିକୁ ସବୁବେଳେ ନିଜ ନିୟନ୍ତ୍ରଣରେ ରଖିବା ଉଚିତ ଓ ସକରାତ୍ମକ ବିଚାର ଆଣିବା ଉଚିତ । ସକରାତ୍ମକ ଭାବନା ବ୍ୟକ୍ତିକୁ ଏକ ପ୍ରଭାବଶାଳି ବ୍ୟକ୍ତି କରିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।