“ଖାଲି Archana ର ଚରିତ୍ରକୁ ଆନାଲିସିସ କରାଯାଉଛି, ହେଲେ ଯେଉଁ ଗ୍ରାହକମାନେ ତା’ ପାଖକୁ ଯାଉଥିଲେ ସେମାନେ ପୁରୁଷ ବେଶ୍ୟା”- Subhashree Das

ବର୍ତ୍ତମାନ ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିରଖିଛି ଅର୍ଚ୍ଚନା ନାଗଙ୍କ କଳା କାରନାମା । ଏନେଇ ସମାଜସେବୀ ଶୁଭଶ୍ରୀ ଦାସ ଗଣମାଧ୍ୟମରେ ନିଜ ମତ ରଖିଛନ୍ତି । ସେ କହିଛନ୍ତି କି, ଛୋଟିଆ ଗାଁରୁ ରାଜଧାନୀ ଆସି ସେ କିଭଳି ଏତେ ବଡ ସାମ୍ରାଜ୍ୟ ତିଆରୁ କରିଛି ନିହାତି ଭାବେ ଏହା ଆଶ୍ଚର୍ଯ୍ୟଜନକ ବିଷୟ । ତାଙ୍କ ଘର ଦେଖିଲେ ମନରେ ପ୍ରଶ୍ନ ଆସେ ଯେ ମାସିକ ରୋଜଗାର କେତେ ହୋଇଥିଲେ ଜଣେ ଲୋକ ଏଭଳି ଘର ତିଆରି କରିପାରିବ !

ତାଙ୍କ ଘର ଏବଂ ସ୍ଵାମୀ ଜଗବନ୍ଧୁଙ୍କ ବ୍ୟାକଗ୍ରାଉଣ୍ଡ ଦେଖିଲେ ମଧ୍ୟ ଜଣାପଡୁଛି କି, ତାଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ବି ଏତେ ବଡଲୋକ କେହି ନଥିବେ ଯିଏ ତାଙ୍କୁ ଏଥିପାଇଁ ସାହାଯ୍ୟ କରିବେ । ଆଉ ଅର୍ଚ୍ଚନାକୁ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ସାହାଯ୍ୟ କରିଥିବା ଲୋକମାନେ ନିଶ୍ଚିତ ଭାବେ ବହୁତ ବଡ ବଡ ବ୍ୟକ୍ତିବିଶେଷ ହୋଇଥିବେ । ଆଉ ଏବେ ସବୁଆଡେ କେବଳ ଅର୍ଚ୍ଚନାର ଚରିତ୍ରକୁ ନେଇ ଚର୍ଚ୍ଚା ହେଉଛି ।

ହେଲେ ଅର୍ଚ୍ଚନା କାହା କେଉଁମାନଙ୍କ ଛତ୍ରଛାୟାରେ ରହି ଏସବୁ କରୁଥିଲା ଓ କେଉଁ ବଡବଡିଆଙ୍କ ସହ ଲିଙ୍କ ରହିଛି ତାହା ମଧ୍ୟ ପୋଲିସ ଏବେ ଯାଏଁ ପର୍ଦ୍ଦାଫାଶ କରିପାରିଲା ନାହିଁ । ତେବେ ଅର୍ଚ୍ଚନାର ବେଶ୍ୟାଳୟକୁ କେଉଁମାନେ ଯାଉଥିଲେ ତାହା ଆମେ ଜାଣିନୁ,ହେଲେ ଯେଉଁମାନେ ତା’ ପାଖକୁ ଯାଉଥିଲେ ସେମାନେ ସବୁ ପୁରୁଷ ବେଶ୍ୟା । ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ନାଁରେ ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିବା ପରେ ସେହି ଯୁବତୀ ସହ ଅର୍ଚ୍ଚନାକୁ ପଦାକୁ ଆଣିଥିଲେ ଅକ୍ଷୟ ପରିଜା ।

ଆଉ ତାଙ୍କ ଅଭିଯୋଗ ଅନୁସାରେ ହିଁ ପୋଲିସ ଅର୍ଚ୍ଚନାକୁ ସାମ୍ନାକୁ ଆଣିବା ସହ ତା’ର କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ ହୋଇଛି । ଅର୍ଚ୍ଚନା ସେହି ଯୁବତୀଙ୍କୁ ନିଜେ ଲଗାଇଥିଲା ଓ ପ୍ରଡ୍ୟୁସରଙ୍କୁ ଫସେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । କିନ୍ତୁ ଝିଅଟି ଯେତେବେଳେ ଜାଣିଲା ଯେ ଭିଡିଓ ଭାଇରାଲ ହୋଇଛି ସେ ଆସି ପ୍ରଯୋଜକଙ୍କ ନାଁରେ ଏତଲା ଦେଲା । ଯାହାଫଳରେ ଅକ୍ଷୟ ତାଙ୍କ ତରଫରୁ ଅଭିଯୋଗ ଦେବା ପରେ ଅର୍ଚ୍ଚନାକୁ ଗିରଫ କରାଯାଇଛି ।

ଗୋଟିଏ ଝିଅ ପାଖରେ ଏମିତି କଣ ଶକ୍ତି ରହିଛି ଯେ ସେ ବିଭିନ୍ନ ବର୍ଗର ବଡବଡିଆ ବ୍ୟକ୍ତିଙ୍କୁ ନିଜ ହାତରେ ରଖିଥିଲା ! ତେଣୁ କେବଳ ଝିଅଟିଏ ସବୁ କରିଛି ତାହା ନୁହେଁ ବରଂ ତାକୁ ସହଯୋଗ କରିଥିବା ବ୍ୟକ୍ତିମାନେ ମଧ୍ୟ ତଦନ୍ତ ପରିସର ମଧ୍ୟକୁ ଅଣାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।