ଯେତେବେଳେ ଶିବ ଭକ୍ତଙ୍କୁ ବଞ୍ଚେଇବା ପାଇଁ ନନ୍ଦୀ ବଳଦ ରୂପରେ ଦଉଡି ଚାଲି ଆସିଲେ, ତା’ ପରେ ଯାହା ହେଲା ଶୁଣିଲେ ବିଶ୍ଵାସ କରି ପାରିବେନି

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ନେଇ ଆସିଛୁ ଯାହାକୁ ଆପଣ ମାନେ କେବେ ଶୁଣି ନ ଥିବେ କି ଦେଖି ନ ଥିବେ । ତେବେ ଆସନ୍ତୁ ଜାଣିବା ସେହି ଘଟଣାଟି କେଉଁଠି ଘଟିଥିଲା ଓ କାହା ସହ ଘଟିଥିଲା ।

ଏହି କାହାଣୀ ହେଉଛି ଏମିତି ଏକ ଭକ୍ତର ଯିଏ କଳାହାଣ୍ଡି ଜିଲ୍ଲାର କଲମ ପୁର ରେ ରହୁଥିବା ବ୍ରିଜେସଙ୍କର ଯିଏ ସବୁ ସମୟରେ ପ୍ରଭୁ ଶିବଙ୍କର ଗୁଣଗାନ କରିବା ସହ ଭକ୍ତିର ସହ ତାଙ୍କର ପୂଜା ଆରାଧନା କରିଥାଏ । କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏହି ଭକ୍ତ ଜଣଙ୍କ ମହାଦେବଙ୍କର ନାମ ସ୍ମରଣ କରିଥାନ୍ତି । ଗୋଟେ ସମୟ ଏପରି ଆସିଲା ଯାହା ଫଳରେ ସେହି ବ୍ଯକ୍ତିର ପରିବରା ଲୋକଙ୍କ ଉପରେ ବିପଦ ପଡିଥିଲା ।

ଏହା ସତ୍ତ୍ଵେ ମଧ୍ୟ ସେହି ଭକ୍ତର ପ୍ରଭୁଙ୍କ ଉପରୁ ଆସ୍ଥା କମି ନ ଥିଲା । ଏହି ଘଟଣାଟି ତାଙ୍କ ସହ ସେହି ସମୟରେ ଘଟିଥିଲା ଯେଉଁ ସମୟରେ ପୁରା ଦେଶରେ ଲକ ଡାଉନ ଲାଗୁ କରା ଯାଇଥିଲା । ସେହି ସମୟରେ ତାଙ୍କର ଓ ତାଙ୍କ ପିତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇ ଯାଇଥିଲା ।

କିଛି ଦିନ ଯାଏଁ ସେ ତାଙ୍କ ପିତାଙ୍କର ଚିକିତ୍ସା ଘରେ କରିଥିଲେ ମଧ୍ୟ ଅଧିକ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବାକୁ ପଡିଥିଲା । ରାସ୍ତାରେ ଯିବା ସମୟରେ ତାଙ୍କୁ ଏକ ପୋ-ଲି-ସ ବାଲା ଅଟାକାଇ ଦେଇଥିଲେ । ସେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ବୋଲି ଯେତେ ଅନୁରୋଧ କରିଥିଲେ ମଧ୍ୟ ପୋ-ଲି-ସ ଜଣକ ତାଙ୍କୁ ଛାଡି ନ ଥିଲେ ।

ଏହି ଭିତରେ ପୂରାପୂରି ୧ ଘଣ୍ଟା ବିତି ଯାଇଥିଲା । ଅନେକ ଚେଷ୍ଟା କରିବା ପରେ ମଧ୍ୟ ସେହି ପୋ-ଲି-ସ ଜଣକ ଡ୍ରାମା କରୁଛନ୍ତି କହି ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଛାଡି ନ ଥିଲେ । ଏହା ପରେ ବ୍ରିଜେସ କାନ୍ଦିବାରେ ଲାଗିଲେ ଓ ପ୍ରଭୁ ଶିବଙ୍କର ସ୍ମରଣ କରିବା ସହ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ଆରମ୍ଭ କରିଦେଲେ । ଏହାର କିଛି କ୍ଷଣ ପରେ ଏକ ଷଣ୍ଢ ଆସି ସେହି ପୋ-ଲି-ସ ବାଲା ଉପରେ ଆକ୍ରମଣ କରିବାରୁ ସେହି ପୋ-ଲି-ସ ଜଣକ ସେଠାରୁ ପଳାୟନ କରିଥିଲେ ।

ଏହି ସମୟର ସୁଯୋଗ ନେଇ ସେ ତାଙ୍କ ପିତାଙ୍କୁ ନେଇ ସେଠାରୁ ସିଧା ହସପିଟାଲକୁ ନେଇ ଯାଇଥିଲେ । ହସପିଟାଲରେ ପହଞ୍ଚିବା ପରେ ଡାକ୍ତର ମାନେ ତାଙ୍କ ପିତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ଓ ଯଦି ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା ତେବେ ତାଙ୍କର ପ୍ରା-ଣ ଚାଲି ଯାଇଥାନ୍ତା ବୋଲି ଡାକ୍ତର କହିଥିଲେ । ଏହି ଘଟଣାରୁ ସେ ବୁଝି ପାରିଥିଲେ ଯେ ସ୍ଵୟଂ ମହାଦେବ ପୃଥିବୀ ପୃଷ୍ଠକୁ ଷଣ୍ଢ ବେଶରେ ଆସି ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ଜୀବନ ରକ୍ଷା କରିଥିଲେ । ଏହା ପରେ ଚିରଦିନ ପାଇଁ ମହାଦେବଙ୍କ ଉପରେ ତାଙ୍କର ବିଶ୍ବାସ ଅଧିକ ହୋଇଥିଲା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ