କ୍ରିକେଟର ମାନେ ବଲିଉଡର ଦିୱାନା ହୋଇଥିଲେ କ୍ରିକେଟ ମଧ୍ୟ ଫିଲ୍ମ ସୀତାରା ମାନଙ୍କ ଉପରେ ରାଜ କରିଥାନ୍ତି । ସିନେମା ଓ କ୍ରିକେଟକୁ ଆମ ଦେଶରେ ବହୁତ ପସନ୍ଦ କରାଯାଏ । କ୍ରିକେଟକୁ ଭାରତର ଧର୍ମ ଭାବେ ଦେଖାଯାଏ ଠିକ ସେହିପରି ସିନେମା ଦେଖିବାକୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରିଥାନ୍ତି ।
ସିନେମା ଓ କ୍ରିକେଟ ବିନା ହିନ୍ଦୁସ୍ଥାନ ଅଧୁରା ଲାଗିଥାଏ । ଏମିତି କେହି ନାହାନ୍ତି ଯିଏ ସିନେମା ଦେଖିବାକୁ ଭଲ ପାଏନି । ବଲିଉଡ ଷ୍ଟାର ଓ କ୍ରିକେଟରଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି ବୋଲି କୁହାଯାଏ । ହିନ୍ଦୀ ସିନେମାର ଅଭିନେତା ଅମିର ଖାନ କ୍ରିକେଟର ବହୁତ ବଡ ଫ୍ୟାନ ଅଟନ୍ତି । ୨୦୧୧ରେ ଭାରତୀୟ କ୍ରିକେଟ ଟିମ ଯେବେ ୨୮ ବର୍ଷ ପରେ ବିଶ୍ଵକପ ଜିତିବାକୁ ଯାଉଥିଲା ସେହି ସମୟରେ ଅମିର ଖାନ ଷ୍ଟାଡିୟମରେ ବସି ମ୍ଯାଚ ଦେଖୁଥିଲେ ।
ସେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କର ଫ୍ୟାନ ଅଟନ୍ତି । ଗୋଟେ ସମୟରେ ଅମିର ସୌରଭ ଗାଙ୍ଗୁଲିଙ୍କ ଘରକୁ ବେଶ ବଦଳାଇ ଯାଇଥିବାରୁ ତାଙ୍କର ଗାର୍ଡ ମାନେ ତାଙ୍କୁ ଘରୁ ବାହାର କରି ଦେଇଥିଲେ ।
ଏହି ଘଟଣାଟି ୨୦୦୯ର ଯେବେ ଅମିର “ଥ୍ରୀ ଇଡିଅଟ୍ସ” ଫିଲ୍ମର ପ୍ରୋମସନ ପାଇଁ କୋଲକାତା ଯାଇଥିଲେ । କୋଲକାତାରେ ସୌରଭ ଗାଙ୍ଗୁଲିଙ୍କର ଆଲିଶାନ ବଙ୍ଗଳା ଥିଲା ଯେଉଠାରେ ସେ ରହୁଥିଲେ । ସୌରଭ ଗାଙ୍ଗୁଲିଙ୍କୁ ଦେଖା କରିବା ପାଇଁ ଅମିର ଖାନ ତାଙ୍କ ଘରକୁ ଯାଇଥିଲେ ମଧ୍ୟ ତାଙ୍କ ଗାର୍ଡ ମାନେ ଅମିରଙ୍କୁ ନ ଜାଣିପାରି ଘରୁ ବାହାର କରି ଦେଇଥିଲେ । ଅମିର ଖାନ ସାଧାରଣ ଫ୍ୟାନ ମାନଙ୍କ ଭଳି ବେଶ ବଦଳାଇ ଯାଇ ଥିବାରୁ ସୌରଭ ଗାଙ୍ଗୁଲିଙ୍କର ଗାର୍ଡ ମାନେ ତାଙ୍କୁ ଚିହ୍ନି ପାରି ନ ଥିଲେ ।
ଅମିର ନିଜର ଲୁକକୁ ପୁରା ବଦଳିଆ ଦେଇଥିଲେ । “ଦାଦା” ସୌରଭ ଗାଙ୍ଗୁଲୀଙ୍କୁ ଦେଖା କରିବା ପାଇଁ ଫ୍ୟାନ ଗେଟ ଅପରେ ଯାଇଥିଲେ । ଅମିର ତାଙ୍କ ଗାର୍ଡ ମାନଙ୍କୁ କହିଥିଲେ ଯେ ସେ ଦାଦା ସୌରଭଙ୍କୁ ଦେଖା କରିବାକୁ ଆସିଛନ୍ତି କିନ୍ତୁ ତାଙ୍କ ଗାର୍ଡ ମାନେ ତାଙ୍କୁ ଘର ବାହାରୁ ହିଁ ବିଦା କରି ଦେଇଥିଲେ । ଏହା ପରେ ଯେତେବେଳେ ସୌରଭ ଗାଙ୍ଗୁଲି ଜାଣି ପାରିଲେ ଯେ ଅମିର ଖାନ ତାଙ୍କୁ ଦେଖା କରିବାକୁ ଆସି ଫେରି ଯାଇଛନ୍ତି । ଏହା ପରେ ସେ ଅମିର ଖାନ ଓ ତାଙ୍କ ସ୍ତ୍ରୀ କିରନ ରାଓଙ୍କୁ ଡିନର ପାଇଁ ଘରକୁ ନିମନ୍ତ୍ରଣ କରିଥିଲେ ।
ଏହା ପରେ ଅମିର ଖାନ ନିଜର ଅସଲ ପରିଚୟରେ ସୌରଭ ଗାଙ୍ଗୁଲିଙ୍କ ଘରେ ପହଞ୍ଚି ଥିଲେ । ତାଙ୍କ ପରିବାର ସହ ଅମିର ବହୁତ କ୍ଵାଲିଟି ଟାଇମ ସ୍ପେନ୍ଡ କରିଥିଲେ । ସେହି ସମୟରେ ବେଶ ବଦଳିଆ ସୌରଭ ଗାଙ୍ଗୁଲିଙ୍କ ଘରକୁ ଯିବା ଓ ଡିନର ପାଇଁ ଯିବାର ଭିଡିଓ ଖୁବ ଜୋରସୋରରେ ଭାଇରାଲ ହୋଇଥିଲା । ଗୋଟେ ଭିଡିଓରେ ଅମିର ଖାନ ସୌରଭ ଗାଙ୍ଗୁଲିଙ୍କର ଘରର ଠିକଣା ପଚାରି ଚାଲି ଚାଲି ଆସୁଥିବାର ଦେଖା ଯାଇଥିଲା ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।