ଯେତେ ଖାଇଲେ ଦେହରେ ଲାଗୁନି ! ତେବେ ସୁସ୍ଥ, ସବଳ ଚେହେରା ପାଇଁ ଖାଆନ୍ତୁ ଏହି ଜିନିଷ ! Health tips

ବନ୍ଧୁଗଣ ବହୁତ ଲୋକଙ୍କର ଏହି କମ୍ପ୍ଲେନ ରଷିଥାଏ । ଯେ ପିଲା ଯେତେ ଖାଇଲେ, ପିଇଲେ ମଧ୍ୟ ତା’ ର ଦେହରେ ଲାଗୁନାହିଁ । ଝିଅ କିମ୍ବା ପୁଅ ହେଉ ସେ ବହୁତ ପତଳା ହୋଇଯିବ କାରଣରୁ ତାଙ୍କୁ ବହୁତ ପ୍ରକାର ପ୍ରୋବ୍ଲେମର ଫେସ ମଧ୍ୟ କରିବାକୁ ପଡିଥାଏ । ତେବେ କେଉଁ ସବୁ ଉପାୟ ଅବଲମ୍ବନ କରି ପତଳା ପିଲା କିଛି ଦିନ ଭିତରେ ପ୍ରାକୃତିକ ରୂପେ ଧୀରେ ଧୀରେ ସୁସ୍ଥ ସବଳ ସ୍ଵାସ୍ଥ ତଥା ଚେହେରା ପାଇପାରିବେ ଆସନ୍ତୁ ବାଡା ଦିବାକର ଦାସଙ୍କ ମୁହଁରୁ ଜାଣିବା ।

ତେବେ ଓଜନ ବଢାଇ ସୁସ୍ଥ ସବଳ ଚେହେରା ପାଇବା ପୂର୍ବରୁ ପ୍ରଥମେ ଅଧିକ ପତଳା ପିଲା ମାନେ କିପରି ହୋଇଯାଇଥାନ୍ତି ? ସେ ସମ୍ପର୍କରେ ପ୍ରଥମେ ଜାଣନ୍ତୁ । ତେବେ ଖାଇବା ସମୟରେ ଭୂମୀରେ ହାତ ଭରା ଦେଇ ଖାଆନ୍ତୁ ନାହିଁ, ଦୁଇ ଆଙ୍ଗୁଠିରେ ଅଳ୍ପ ଅଳ୍ପ କରି ନଖାଇ ଶରୀରର ଆବଶ୍ୟକ ମୁତାବକ ଅଧିକ ଅଧିକ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ରାତିରେ 7 ରୁ 8 ଘଣ୍ଟା ଭଲ ଭାବେ ଶୋଇବାକୁ ଚେଷ୍ଟା କରନ୍ତୁ ।

ଏଥିସହ ଯେତେ ସମ୍ଭବ ମାନସିକ ଚିନ୍ତା ତହରୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଯେତେବେଳେ ବ୍ୟକ୍ତି କୌଣସି କଥାକୁ ନେଇ ଅଧିକ ମାନସିକ ଭାବେ ଚିନ୍ତା କରୁଥାଏ । ତେବେ ସେ ପ୍ରତିଦିନ ଯେତେ ଅଧିକ ଖାଇଲେ ମଧ୍ୟ ତାହାର ଶରୀରରେ ସେ ଖାଦ୍ୟ ଲାଗିନଥାଏ । ଯେଉଁ କାରଣରୁ ସେ ଅଧିକ ପତଳା ହୋଇଯାଇଥାଏ । ଏହାଛଡା ଯେତିକି ମଧ୍ୟ ଖାଦ୍ୟ ଖାଆନ୍ତୁ । ହେଲେ ସଠିକ ସମୟରେ ଭୋଜନ କରିବାକୁ ଚେଷ୍ଟା କରନ୍ତୁ ।

ଖାଦ୍ୟରେ ଅନିୟମିତତା ନଆଣି ଠିକ ସମୟରେ ଠିକ ପରିମାଣରେ ଠିକ ଭୋଜନ ଖାଇବା ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ । ଖାଦ୍ୟ ଖାଇବା ସମୟରେ କେବେବି ମନରେ ଅଶାନ୍ତି ଭାବ ଆଣନ୍ତୁ ନାହିଁ । କାରଣ ଯିଏ ଖାଦ୍ୟ ଖାଇବା ସମୟରେ ଚିଡିଚିଡି କିମ୍ବା ଅଶାନ୍ତି ହୋଇଥାଏ । ସେମାନଙ୍କ ଦେହରେ ଖାଦ୍ୟ ଲାଗିନଥାଏ । ପ୍ରତିଦିନ ସକାଳୁ ଉଠି ବ୍ୟାୟମ କରନ୍ତୁ । ବ୍ୟାୟମ କରିସାରିବା ପରେ ଗୋଟିଏ କିମ୍ବା 2 ଟି ଲେଖାଏଁ କଦଳୀ କିଛି ଦିନ ପର୍ଯ୍ୟନ୍ତ ଖାଇବାକୁ ଚେଷ୍ଟା କରନ୍ତୁ ।

କଦଳୀ ଖାଇବା ସମୟରେ ସାମାନ୍ୟ ଲୁଣ ମଡାଇ ଖାଆନ୍ତୁ । ଯାହା ଦ୍ଵାରା ଶରୀରରେ କଫ ସୃଷ୍ଟି ହୋଇନଥାଏ । କଦଳୀ ଖାଇବାର ଅଧ ଘଣ୍ଟା କିମ୍ବା ଘଣ୍ଟାଏ ପରେ ଦହି ଅଧ କପ ଖାଇବାକୁ ଚେଷ୍ଟାକରନ୍ତୁ । ନଚେତ ରାତିରେ ପାଣିରେ କିଛି ଗଜାମୁଗ ବା ଗଜା ବୁଟ ଭେଦାଇ ରଖିଦିଅନ୍ତୁ । ସକାଳୁ ଉଠି ଖାଲି ପେଟରେ ସେହି ଭେଦା ଯାଇଥିବା ଗଜା ମୁଗ କି ବୁଟ ସହ ଅଳ୍ପ ଗୁଡ ମିଶାଇ ଖାଆନ୍ତୁ ।

ତେବେ ଏହି ସବୁ ନିୟମ ମାନି ଉପାୟକୁ ପାଳନ କରିବା ଦ୍ଵାରା ଧୀରେ ଧୀରେ ଦୁର୍ବଳ ପତଳା ଶରୀର ସୁସ୍ଥ ସବଳ ହେବାକୁ ଲାଗିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ