ମହିଳା ମାନେ ଏହି ଭୁଲ୍ କରୁଥିଲେ, ଘରୁ ଚାଲିଯାଇଥାନ୍ତି ମା’ ଲକ୍ଷ୍ମୀ ! ଏହି ସବୁ ନିୟମ ଅବଶ୍ୟ ପାଳନ କରନ୍ତୁ । Vastu tips

ବନ୍ଧୁଗଣ ଜୀବନରେ କେବେବି ଶିଖିବାର ସମୟ ସରିନଥାଏ । ଆମେ ଯେତେ ଆଗକୁ ବଢୁଥିବୁ । ସେତେ ସେତେ କିଛି କିଛି ନୂଆ ନୂଆ ଜିନିଷ ଶିଖିବାକୁ ମଧ୍ୟ ଆମେ ପାଇଥାଉ । ତେବେ ବନ୍ଧୁଗଣ ଏଠାରେ କିଛି ଏଭଳି ଶିକ୍ଷଣୀୟ କଥା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାକୁ ଶିଖିକି ପାଳନ କରିବା ଦ୍ଵାରା ଘରୁ କେବେବି ଲକ୍ଷ୍ମୀଯ ଯାଆନ୍ତି ନାହିଁ । ବିଶେଷ କରି ଘରର ମହିଳା ମାନେ ଏହି ସବୁ ବିଷୟରେ ନିହାତି ଭାବେ ଜାଣିରଖିବା ଆବଶ୍ୟକ ।

1- ଘରେ କେବେବି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ । କାରଣ ବହୁତ ଜଣ ମହିଳା ଅବହେଳା କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇ ସାରି ବାସନକୁ ସଙ୍ଗେ ସଙ୍ଗେ ନମାଜି ଖାଇବାର ବହୁତ ସମୟ ପରେ ଯାଇ ଅଇଁଠା ବାସନକୁ ମାଜିଥାନ୍ତି । ତେବେ ଏହି ଭୁଲ ଘରର ମହିଳା ବିଲକୁଲ ବି କରିବା ଉଚିତ । ଏହି ଭୁଲ୍ ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇ ଘରୁ ଚାଲିଯାଇଥାନ୍ତି ।

2-  ବସ୍ତ୍ର ସଫା କରି ସାରିବା ପରେ ତାହାକୁ ମାଡିକୁ କୌଣସି ଠାରେ ଓଦା ରଖନ୍ତୁ ନାହିଁ । ବସ୍ତ୍ରକୁ ସଫା କରିସାରିବା ପରେ ସେହି ଓଦା ବସ୍ତ୍ରକୁ ନେଇ ଭଲ ଭାବେ ଶୁଖାଇ ଦିଅନ୍ତୁ । କାରଣ ଓଦା ବସ୍ତ୍ରକୁ ନଶୁଖାଇ ବହୁତ ସମୟ ପର୍ଯ୍ୟନ୍ତ ମାଡିକି ରଖିବା ମଧ୍ୟ ଏକ ଲକ୍ଷ୍ମୀଛଡା କାମ ଅଟେ ।

3- ସନ୍ଧ୍ଯା ହେବା ମାତ୍ରେ ଘରେ ସନ୍ଧ୍ଯାଧୂପ ଦିଅନ୍ତୁ । କାରଣ ବହୁତ ଲୋକ ଆଳସ୍ୟପାଣ କାରଣ ସନ୍ଧ୍ଯା ଗଡିଯିବା ପରେ ସନ୍ଧ୍ଯାଧୂପ ଘରେ ଦେଇଥାନ୍ତି । ଏହାଦ୍ବାରା ଘରର ବହୁତ ବଡ କ୍ଷତି ହୋଇଥାଏ । ଘରର ଅନର୍ଥ ହୋଇଥାଏ । ତେଣୁ ବାରମ୍ବାର ସନ୍ଧ୍ଯା ଗଡିଯିବା ପରେ ସନ୍ଧ୍ଯାଧୂପ ଘରେ ଦେବା ଉଚିତ ନୁହେଁ ।

4- ସନ୍ଧ୍ଯା ସମୟ ଗଡିଯିବା ପରେ ମହିଳା ମାନେ କେଶ ମୁକୁଳା କରନ୍ତୁ ନାହିଁ । କି କେଶକୁ ରାତ୍ରୀ ସମୟରେ କୁଣ୍ଡେଇବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ତେଣୁ ଏହି କଥାର ମହିଳା ମାନଙ୍କୁ ନିହାତି ଭାବେ ପାଳନ କରିବା ଉଚିତ ।

5- ରାଗ ତମତମ ହୋଇ କ୍ରୋଧ ବଶତଃ ରୋଷେଇ କରନ୍ତୁ ନାହିଁ । କାରଣ ଯେଉଁ ମହିଳା ରାଗ ଅବସ୍ଥାରେ ରୋଷେଇ କରିଥାଏ । ସେହି ଖାଦ୍ୟକୁ ଯିଏ ଖାଇଥାଏ । ତାଙ୍କ ଠାରେ ମଧ୍ୟ ରାଗ ସ୍ଵଭାବ ଜାତ ହୋଇଥାଏ । ଅଯଥା ଘରେ କଳହ ଲାଗି ରହିଥାଏ ।

6- ରୋଷେଇ କରୁଥିବା ସମୟରେ ଖାଦ୍ୟକୁ ଅଇଁଠା କରନ୍ତୁ ନାହିଁ । ଏହାଛଡା ସ୍ନାନ ନକରି ରୋଷେଇ ଘରକୁ ପ୍ରବେଶ ମଧ୍ୟ କରନ୍ତୁ ନାହିଁ ।

ଆଶା କରୁଛୁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିବ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।