ଯେତେବେଳେ ଏମାନଙ୍କୁ ନିଜ କାରନାମା ପାଇଁ କରିବାକୁ ପଡିଲା ପଶ୍ଚାତାପ, ଭିଡିଓ ଦେଖିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ ଭାଇରାଲ Video

ଭୁଲ ସବୁ ମଣିଷଙ୍କ ଜୀବନର ଏକ ଅଂସ ଅଟେ । ବେଳେ ବେଳେ ଆମେ ଏମିତି କିଛି ଭୁଲ କରିଦେଉ ଯାହା ବିଷୟରେ ଆମକୁ କିଛି ବି ଜଣା ନ ଥାଏ । କିନ୍ତୁ ଏମିତି ବି କିଛି ଭୁଲ ଅଛି ଯାହାକୁ କରିବା ପରେ ବ୍ୟକ୍ତି ଜଣକ ପଶ୍ଚାତପ କରିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ଦୃଶ୍ୟ ନେଇ ଆସିଛୁ ଯେଉଁଥିରେ କିଛି ବ୍ୟକ୍ତି ଜାଣି ଶୁଣି ଭୁଲ କରୁଛନ୍ତି । ଯେଉଁଥି ପାଇଁ ତାଙ୍କୁ ପରେ ପଶ୍ଚାତାପ ବି କରିବାକୁ ପଡ଼ୁଛି ।

ଜୁନ ୨୦୨୦ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କି ଜଣେ ବ୍ୟକ୍ତି କାର ଶୋରୁମରୁ ୩୦ ରୁ ୩୫ ଲକ୍ଷ ଟଙ୍କାର କାର କିଣିଲା । କିନ୍ତୁ ସେ ଶୋରୁମରୁ କାର ବାହାର କରୁ କରୁ ସିଧା ଯାଇ କାର କୁ କାନ୍ଥରେ ପିଟି ଦେଲେ । ଯଦି ଏହି ଭୁଲ ରାସ୍ତା ଉପରେ କରିଥାନ୍ତେ ତେବେ ଆହୁରି ଭୟଙ୍କର ହୋଇଥାନ୍ତା । ଏହିଭଳି ଭୁଲ ପରେ ବ୍ୟକ୍ତି ଜଣକ ନିଜକୁ ନିଶ୍ଚିତ ରୂପରେ ଗାଳି ଦେଉ ଥିବ ।

ଜରିନ ଖାନ ଏପ୍ରିଲ ୨୦୨୧ରେ ମୁମ୍ବାଇ ଏୟାରପୋର୍ଟରେ ସପ୍ଟ ହୋଇଥିଲେ । ଏହି ସମୟରେ ମିଡିଆ ବାଲାଙ୍କୁ କିଛି ଫଟୋ ଦେଇ ସାରିବା ପରେ ଜରିନ ଖାନ ଷ୍ଟାଇଲ ଦେଖାଇ ରାସ୍ତାକୁ ବନ୍ଦ କରାଯାଇଥିବା ଜାଗାରେ ସ୍ଟ୍ରିପ ଲଗାଯାଇ ଥିଲା କି ସେ ସେଇ ସ୍ଟ୍ରିପ ତଳେ ଗଳି ଯାଉ ଥିଲେ । ଏହି ସମୟରେ ଏୟାରପୋର୍ଟ ସିକ୍ୟୁରିଟି ଅଫିସର ଜରିନ ଖାନଙ୍କୁ ଏହିଭଳି ଯିବା ପାଇଁ ମନା କରିଲେ । କ୍ୟାମେରା ସାମ୍ନାରେ ଏହିଭଳି ଭାବରେ ବେଜିତ ଜରିନ ଖାନଙ୍କୁ ଖରାପ ଲାଗିଥିବ ।

ସେପ୍ଟେମ୍ବର ୨୦୨୦ରେ ଫ୍ରାନ୍ସରେ ଜଣେ ଆମେରିକା ମହିଳା ପାରାଗ୍ଲାଇଡିଙ୍ଗ କରୁଥିଲେ । ଯେତେବେଳେ ସେ ୫୦୦ ଫୁଟ ଉଚ୍ଚତାରେ ଥିଲେ ତେବେ ସେ ନିଜ ଆଇଫୋନରୁ ଭିଡିଓ ରେକର୍ଡିଂ କରିବା ପାଇଁ ଚେଷ୍ଟା କରିଲେ । ସେ ନିଜ ଫୋନକୁ ସେଲ୍ଫି ଷ୍ଟିକରେ ରଖି ଭିଡିଓ କରୁଥିଲେ କି ପବନର ଝଟକାରେ ତାଙ୍କର ଫୋନ ହାତରୁ ଖସି ତଳେ ପଡିଗଲା ।

ଗୋଟିଏ ମଇଁଷି ନାଳରେ ପଡିଗଲା । ଯାହାକୁ ବାହାର କରିବା ପାଇଁ ସମସ୍ତେ ଚେଷ୍ଟା କରୁଥିଲେ । ଏହି ସମୟରେ ଜଣେ ମୋଟା ବ୍ୟକ୍ତି ବି ସାହାର୍ଯ୍ୟ କରିବା ଉଦ୍ଦେଶ୍ୟରେ ନାଳରେ ପଶିଗଲେ ଓ କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ମଇଁଷିକୁ ଉଦ୍ଧାର କରାଯାଇ ସାରି ଥିଲା । କିନ୍ତୁ ମୋଟା ବ୍ୟକ୍ତି ଜଣକ ନାଳରୁ ବାହାରି ପାରିଲେ ନାହିଁ । ଯାହାକି ପୁଣି ଏକ ସମସ୍ୟା ହୋଇଗଲା । କିନ୍ତୁ ବହୁତ ସମୟ ଧରି ଚେଷ୍ଟା କରିବା ପରେ ସେହି ମୋଟା ବ୍ୟକ୍ତିକୁ ନାଳରୁ ବାହାର କରାଗଲା ।

ଫେବ୍ରୁୟାରୀ ୨୦୧୬ରେ ରୁସର ଏକ ରାସ୍ତାରେ ଟ୍ରାଫିକ ଜାମ ଯୋଗୁ ଜଣେ କାର ଡ୍ରାଇଭର ଟ୍ରାଫିକକୁ ଜଲ୍ଦି ପାର କରିବା ପାଇଁ ନିଜ ବୁଦ୍ଧି ଖଟାଇ ସେ ରାସ୍ତାର ରେଲିଙ୍ଗକୁ ପାର କରି ବାହାର ପଟେ କାର ଚଳାଇ ଯାଉଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କର କାର ତଳକୁ ଖସି ଗଲା । କହିବାକୁ ଗଲେ ଅଧିକ ବୁଦ୍ଧିମାନ ହେବା ବି ଭଲ ନୁହେଁ ।