ଭାରତର ନୂତନ ରାଷ୍ଟ୍ରପତି କିଏ ହେବେ ଏନେଇ ଅଙ୍କ କଷାକଷି ଚାଲିଛି , ଆଉ ଏହାରି ମଧ୍ୟରେ ଗତକାଲି ସରିଯାଇଛି ରାଷ୍ଟ୍ରପତି ନିର୍ବାଚନ । ଏଥର ରାଷ୍ଟ୍ରପତି ନିର୍ବାଚନରେ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ NDA ନିଜର ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ଅଣବିଜେପି ମେଣ୍ଟ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଦ୍ରୌପଦୀଙ୍କ ପ୍ରତି ବିଜେପି ଓ ବିଜେଡି ନିଜ ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ ରାଜ୍ୟ କଂଗ୍ରେସ ପାଇଁ ଏହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

ଯାହା ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । କାରଣ ଆମ ଓଡିଶାରୁ କେହି ଜେନ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଜାତୀୟ କଂଗ୍ରେସ ଯଶବନ୍ତ ସିହ୍ନାଙ୍କ ପ୍ରତି ନିଜ ସମର୍ଥନ ଜଣାଇଥିଲା । ଯାହାପରେ ରାଜ୍ୟ କଂଗ୍ରେସ ମାଟିକୁ ପ୍ରଥମେ ଦେଖିବେ ନା ପାର୍ଟିକୁ ସହଯୋଗ ଏନେଇ ଏକ ପ୍ରକାର ଚିନ୍ତାରେ ପଡି ଯାଇଥିଲେ । ତେବେ ଗତକାଲି ନିର୍ବାଚାନ ସରିଥିବା ବେଳେ କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କିନ୍ତୁ ପାର୍ଟିକୁ ପଛରେ ପକାଇ ମାଟି ପ୍ରତି ନିଜ ପ୍ରେମ ଦେଖାଇଛନ୍ତି ।
ଅର୍ଥାତ ମୋକିମ ଦଳ ବିରୁଦ୍ଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ତେବେ ମୋକିମ କାହିଁକି ଏଭଳି ପଦକ୍ଷେପ ନେଲେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ମହମ୍ମଦ ମୋକିମ ନିଜେ ଏନେଇ ନିଜ ମନ୍ତବ୍ୟ ରଖିଛନ୍ତି । ମୋକିମ କହିଛନ୍ତି କି, “ସବୁବେଳେ ସବୁ ବିଷୟକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।

ମୁଁ ଜଣେ ଓଡିଆ ହିସାବରେ ଅନୁଭବ କଲି ଆମ ସମୟରେ ଜଣେ ଓଡିଆ ଆଦିବାସୀ ମହିଳାଙ୍କୁ ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ମନୋନୀତ କରାଯାଇଛି ଏବଂ ସେ ନିର୍ବାଚନ ଲଢୁଛନ୍ତି । ଲୋକଙ୍କ ପ୍ରତିନିଧି ହିସାବରେ ଆମକୁ ଭୋଟ ଦେବାର ଅଧିକାର ରହିଛି । ସାଧାରଣ ଲୋକଙ୍କ ଭାବ ରହିଛି ଯେ ଅଡିଧାରୁ ଜଣେ ରାଷ୍ଟ୍ରପତି ହୁଅନ୍ତୁ । ଯେହେତୁ ମୁଁ ଲୋକଙ୍କ ଭୋଟରେ ନିର୍ବାଚିତ ହୋଇଛି ତେଣୁ ସେମାନଙ୍କ ଭାବକୁ ସମ୍ମାନ ଜଣାଇବା ମୋର କର୍ତ୍ତବ୍ୟ ।
ତେଣୁ ଦ୍ରୌପଦୀଙ୍କୁ ଭୋଟ ନେବା ଭଳି ନିଷ୍ପତ୍ତି ମୁଁ ସ୍ଵାଧୀନତା ଭାବେ ନେଇଛି । ଜଣେ ଓଡିଆ ହିସାବରେ ମୁଁ ଏଇ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।” ମୋକିମଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରା ଯାଉଥିବା ବେଳେ ଏନେଇ ତାଙ୍କ ଦଳ କଣ ପ୍ରତିକ୍ରିୟା ଦେଉଛି ତାହା ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।