“ଯେହେତୁ ବାରିପଦା ମୋ ଘର..ମୁଢିମାଂସ ମୋ ପ୍ରିୟ ଖାଦ୍ୟ ..ଏବେ ବି ଆମ ଘରେ ମୁଢି ଅଛି “ଉତ୍ତମ ମହାନ୍ତି Uttam

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଆଇଣ୍ଡଷ୍ଟ୍ରି ର ବରିଷ୍ଠ କଳାକାର ଉତ୍ତମ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ 70-80 ଦଶକ ର କଳାକାର ଅଟନ୍ତି । ତାଙ୍କ ସମୟରେ ସେ ଅନେକ ଫିଲ୍ମ ସିନେମା ଜଗତକୁ ଭେଟି ଦେଇଛନ୍ତି । ଯାହାକୁ ଆଜି ବି ଦର୍ଶକ ମାନେ ମନେ ରଖିଛନ୍ତି । ତେବେ ଉତ୍ତମ ମହାନ୍ତି ଏକ ସାକ୍ଷାତକାର ରେ ନିଜ ଜୀବନର କିଛି ଅନୋଖା କଥା ବୟାନ କରିଛନ୍ତି ।

ତାଙ୍କର ପ୍ରତେକ ଟି ଫିଲ୍ମ ବେଶ ହୃଦୟ ସ୍ପର୍ଶୀ ଅଟେ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଉତ୍ତମ ମହାମତି କହିଛନ୍ତି ଯେ “ଯେ ହେତୁ ମୋ ଘର ବାରିପଦା ଏଣୁ ମୁଢି ଆସେ ଆମ ଘରକୁ । ମୁଢି ସହ ମାଂସ ଖାଇବାକୁ ମୁଁ ବହୁତ ଭଲ ପାଏ । ଏବେ ବି ଆମ ଘରେ ମୁଢି ଅଛି । ମୁଁ କେବେ କେବେ ଖାଉଛି । ଯେବେ ମୁଁ ଅପରାଜିତା ଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି ସ୍ଥିର କରିଥିଲି ତାକୁ ହିଁ ବାହା ହେବି ।

ଆଉ ତାଙ୍କୁ ହିଁ ବାହା ହେଲି । ସେହି ସମୟରେ ମୁଁ କୌଣସି ଚାକିରି କରି ନ ଥିଲି । ସେଥିପାଇଁ ଅପରାଜିତା ଙ୍କୁ ବାହା ହେବା ପାଇଁ 5 ବର୍ଷ ସମୟ ଲାଗି ଯାଇଥିଲା । ଯେବେ ବାବୁସାନ ଜନ୍ମ ହଲେ ସେତେବେଳେ ଆମ ଦୁହିଙ୍କ ମଧ୍ୟରେ ବୁଝାମଣା ଠିକ ଥାଏ  । ଆମ ଦୁହିଙ୍କ ମଧ୍ୟରେ ରାଗି ହେଉଛି ମୁଁ । ମୋର ଭୁଲ ଥିଲେ ମୁଁ ଚୁପ ରୁହେ ତା ପରେ ତାଙ୍କୁ ମନାଇ ନିଏ ।

ମୁଁ ଅଭିନେତା ହୋଇ ନ ଥିଲେ ଚାଷୀ ହୋଇ ଚାଷ କରିଥାନ୍ତି । ମୋର ପ୍ରଥମ ଫିଲ୍ମ ମୋର ବହୁତ ପସନ୍ଦ । ଇଣ୍ଡଷ୍ଟ୍ରି କୁ ଆସୁଥିବା ଯୁବ ପିଢୀ ମାନଙ୍କୁ ମୁଁ ଏତିକି କହିବି ପରିଶ୍ରମ କରି ନିଶ୍ଚୟ ଫଳ ପାଇବ । ଖାଲି ସୁପର ଷ୍ଟାର ହୋଇଗଲେ ହେବନି ସୁପର ଷ୍ଟାର ହେବ ପାଇଁ ନିଖୁଣ ଅଭିନୟ କରିବା ଦରକାର ।

ଆଜିକାଲିର ଯୁବ ପିଢୀ ବଡ ବଡ ଫିଲ୍ମ ଦେଖି ଓଡିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ସେଭଳି ଫିଲ୍ମ ର ଆଶା ରଖୁଛନ୍ତି । ହେଲେ ଆମ ଓଡିଆ ପ୍ରଡ୍ୟୁସର ମାନଙ୍କ ପାଖରେ ସେତେ ଟଙ୍କା ନାହିଁ ଯାହା ପାଇଁ ସେ ବଡ ବ୍ଲକ ବାଷ୍ଟର ଫିଲ୍ମ କରି ପାରିବେ । ଆସା କରୁଛି “ଦମନ ଓ ପ୍ରତୀକ୍ଷା” ଫିଲ୍ମ ଦେଖିବା ପରେ ଦର୍ଶକ ମାନଙ୍କର ଚିନ୍ତାଧାରା ବଦଳିବ” । ବନ୍ଧୁଗଣ ଆପଣ ମାନଙ୍କୁ ସୁପର ଷ୍ଟାର ଉତ୍ତମ ମହାନ୍ତି ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।