ଜଣେ ସବ – ଇନ୍ସପେକ୍ଟର ନିଜର ଡ୍ଯୁଟି ପାଇଁ ଅଟକାଇଲେ ଡେପୁଟି କଲେକ୍ଟରଙ୍କର କାର, କହିଲେ – “ମ୍ୟାଡମ ଆପଣ ତ ଏମିତି ନ କରନ୍ତୁ”

ସରକାରଙ୍କର ଯେଉଁ ନିୟମ ତିଆରି କରିଥାନ୍ତି ତେବେ ସର୍ବେ ପ୍ରଥମେ ନିଜେ ତାହାକୁ କରିବା ପ୍ରତି ଧ୍ୟାନ ଦେବା ଉଚିତ ତେବ ଯାଇ ଅନ୍ୟଙ୍କ ଉପରେ ଏହାର ପ୍ରଭାବ ପଡିବ । ଗତ ୧୫ ଦିନ ହେବ ଆରଟୀଓ ଦ୍ଵାରା ଏହି ଅଭିୟାନ ଚଲାଇଯାଉଛି କି ଯଦି କୌଣସି ବ୍ୟକ୍ତି ନିଜର ପଦର ନାମ, ପାର୍ଟି କିମ୍ବା ସଂସ୍ଥାର ପତକା କିମ୍ବା ସେହି ରଙ୍ଗର ସ୍ଟୀକରକୁ ନିଜ କାରରେ ଲଗାଇଛନ୍ତି ତେବେ ତାଙ୍କର ଚାଲାଣ କଟାଯିବ ।

ବର୍ତ୍ତମାନ ୧୦୦ ରୁ ଅଧିକ ଗାଡିଗୁଡିକର ଚାଲାଣ କଟା ଯାଇ ସାରିଛି । ତଥାପି ଲୋକମାନେ ଏହା କରିବା ବନ୍ଦ କରୁ ନାହାନ୍ତି । ବର୍ତ୍ତମାନ ହିଁ ଜଣେ ସବ – ଇନ୍ସପେକ୍ଟର ନିଜର ଡ୍ଯୁଟି ପାଇଁ ଅଟକାଇଲେ ଡେପୁଟି କଲେକ୍ଟରଙ୍କର କାର । ଏହାପରେ କଣ ହେଲା ଚାଳନ୍ତୁ ଜାଣିବା ।

ଜଣେ ସବ – ଇନ୍ସପେକ୍ଟର ନିଜର ଡ୍ଯୁଟି ପାଇଁ ଅଟକାଇଲେ ଡେପୁଟି କଲେକ୍ଟରଙ୍କର କାର

ଯେତେବେଳେ ଲୋକମାନେ ଏହି ନିୟମକୁ ମାନିଲେ ନାହିଁ ତେବେ RTO ଗାନ୍ଧୀଗିରି କରିବା ପାଇଁ ନିଷ୍ପତି ନେଲେ । ଚାଲାଣ କାଟିବା ବଦଳରେ ବାହାନ ଗୁଡିକୁ ଅଟକାଇ ଗୋଲାପ ଫୁଲ ଦେଇ ତାଙ୍କୁ ବୁଝାଇଲେ କି ଆଉଥରେ ଯଦି ଏହିଭଳି କରିବେ ତେବେ ଆପଣଙ୍କର ଚାଲାଣ କଟାଯିବ । ଏହି ସମୟରେ ଡେପୁଟି କଲେକ୍ଟରଙ୍କର ପୁଷ୍ପା ପୁଷ୍ପାମଙ୍କର କାରକୁ ଅଟକାଇଲେ ।

ଏବଂ ଆରଟୀଓ ରିଙ୍କୁ ଶର୍ମା କଲେକ୍ଟରଙ୍କୁ ଏକ ଗୋଲାପ ଫୁଲ ଦେଲେ ଏବଂ କହିଲେ “ମୈଡମ ଆଜି ତ ଆପଣଙ୍କର ଚାଲାଣ କାଟୁ ନାହିଁ କିନ୍ତୁ କାରର ନମ୍ବର ପ୍ଲେଟ ଉପରେ ଯେଉଁ ଶାସନ ଚିହ୍ନ ଅଛି ତାହାକୁ ହଟାଇ ଦିଅନ୍ତୁ । ନ ହେଲେ ଆମକୁ ଚାଲାନ କାଟିବାର କାର୍ଯ୍ୟକାରୀ କରିବାକୁ ପଡିବ । ରିଙ୍କୁ ଶର୍ମାଙ୍କର କଥା ଶୁଣି ମ୍ୟାଡମ ହସିଲେ ଏବଂ ଫୁଲକୁ ସ୍ଵୀକାର କରି କହିଲେ ସେ ଏହି କଥା ପ୍ରତି ଧ୍ୟାନ ରଖିବେ । ଏହିଭଳି ଭାବରେ ୧୫ ରୁ ଅଧିକ ବାହାନ ଚାଳକଙ୍କୁ ଗୋଲପ ଫୁଲ ଦେଇ ତାଙ୍କୁ ବୁଝାଇ ଯାଇଛି ।

ଟ୍ରାଫିକ ଅଭିୟାନରେ ଦୁଇ ଅଫିସର

ଗାନ୍ଧୀ ବିନା ଅସ୍ତ୍ର – ଶସ୍ତ୍ରର ପ୍ରୟୋଗ କରି ନିଜର ନୀତିରେ ଅଙ୍ଗରେଜ ମାନଙ୍କର ସମାନା କରିଥଲେ । ଠିକ ସେହିଭଳି ସରକାର ବି ଗାନ୍ଧୀଗିରି ଦ୍ଵାରା ଆଇନକୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି । ଏଥିରେ ସରକାର ଅଫିସର ମାନେ ବି ଗାଡିର ନମ୍ବର ପ୍ଲେଟରେ ପଦନାମ ଲେଖି ପାରିବେ ନାହିଁ ।

ପୋଷ୍ଟ ଟିକୁ ଅନ୍ୟମାନଙ୍କ ସହିତ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପେଜକୁ ଲାଇକ କରିବାକୁ ଭୁଲିବେନି ।