ଦେବୀ – ଦେବତାମାନଙ୍କୁ ପରାସ୍ତରୁ ବଞ୍ଚାଇବା ପାଇଁ ଭଗବାନ ଗଣେଶ ନେଇଥିଲେ ସ୍ତ୍ରୀ ରୂପ, ହେଲେ ତାହା ପରେ..

କୌଣସି ଭଲ କାମ କିମ୍ବା ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କର ନାମ ନିଶ୍ଚିତ ନିଆ ଯାଇଥାଏ । ବହୁତ ଲୋକ ଗଣେଶଙ୍କୁ ବିଭନ୍ନ ନାମରେ ଡାକିଥାନ୍ତି । କିନ୍ତୁ ବହୁତ କମ ଲୋକ ଭଗବାନ ଗଣେଶଙ୍କର ବିନାୟକୀ ନାମ ଏବଂ ଅବତାର ବିଷୟରେ ଜାଣିଛନ୍ତି । ଗଣେଶଙ୍କର ଏହି ଅବତାର ଏକ ସ୍ତ୍ରୀର ଅବତାର ଅଟେ ଏବଂ ଏହି ଅବତାରରେ କେତେକ ରାଜ୍ୟରେ ତାଙ୍କର ପୂଜା ବି କରାଯାଏ ।

ଗଣେଶଙ୍କର ଏହି ଅବତାର ଧାରଣ କରିବା ପଛର ଏକ କଥା ବି ଜଡିତ ଅଛି । ଯେଉଁଥିରେ କୁହା ଯାଇଛି କି କାହିଁକି ଗଣେଶ ବିନାୟକୀ ଅବତାର ନେଇଥିଲେ ।

ବିନାୟକୀ ଅବତାର ନେବା ପଛରେ ଜଡିତ କଥା

ଗଣେଶଙ୍କର ଜଡିତ ଏହି କଥା ଅନୁସାରେ ଥରେ ଅନ୍ଧକ ନାମକ ଦୈତ୍ୟ ମାତା ପାର୍ବତୀଙ୍କୁ ନିଜର ପତ୍ନୀ ବନାଇବା ପାଇଁ ଚେଷ୍ଟା କରିଥଲେ ଏବଂ ତାଙ୍କୁ ନେଇ ଯିବାକୁ ଲାଗିଲେ । ସେହି ସମୟରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ମାନେ ପକାଇଲେ ଏବଂ ଭଗବାନ ଶିବ ପ୍ରକଟ ହୋଇ ନିଜର ତ୍ରିଶୂଳରେ ଅନ୍ଧକ ରାକ୍ଷାସକୁ ମାରିଥିଲେ । କିନ୍ତୁ ତ୍ରିଶୂଳର ଲାଗିବା ଦ୍ଵାରା ଅନ୍ଧକର ରକ୍ତର ବୁନ୍ଦା ପୃଥିବୀରେ ପଡିବା ଦ୍ଵାରା ସେଥିରୁ ଅନ୍ଧକା ନାମକ ଏକ ରାକ୍ଷସୀ ଜନ୍ମ ହେବାକୁ ଲାଗିଲା ।

ଯେତେ ରକ୍ତର ବୁନ୍ଦା ପୃଥିବୀରେ ପଡିଲେ ସେ ସବୁ ବଦଳି ଅନ୍ଧକା ରାକ୍ଷସୀ ହୋଇଗଲେ । ସେମାନେ ଏତେ ସଂଖ୍ୟାରେ ଥିଲେ ଯେ ତାଙ୍କୁ ମାରିବା ସହଜ ନଥିଲା । ସେତେବେଳେ ହିଁ ମାତା ପାର୍ବତୀ ଭାବିଲେ କି ପ୍ରତ୍ୟକ ଦିବ୍ୟ ଶକ୍ତିର ଦୁଇଟି ତତ୍ଵ ଥାଏ ଯାହା ପୁରୁଷ ଏବଂ ମହିଳା ହୋଇଥାଏ । ଯେଉଁଠି ପୁରୁଷ ତତ୍ଵ ଦିବ୍ୟ ଶକ୍ତି ମାନସିକ ରୂପରେ ଶକ୍ତିଶାଳୀ ହୋଇଥାଏ ଏବଂ ସ୍ତ୍ରୀ ତତ୍ଵ ତାହକୁ ଶକ୍ତି ପ୍ରଦାନ କରିଥାଏ । ସେଥିପାଇଁ ମାତା ସମସ୍ତ ଦିବ୍ୟ ଶକ୍ତି ଭଗବାନଙ୍କୁ ଅନ୍ଧକାଙ୍କ ସହିତ ଲଢିବା ପାଇଁ ଡାକିଲେ ।

ସମସ୍ତ ଭଗବାନ ନେଲେ ସ୍ତ୍ରୀ ରୂପ

ଏହା ପରେ ସମସ୍ତ ଭଗବାନ ସ୍ତ୍ରୀ ରୂପ ଧାରଣ କରିଲେ । ଏବଂ ପୃଥିବୀରେ ପଡୁଥିବା ଏହି ରକ୍ତ ବୁନ୍ଦାକୁ ରୋକିବା ପାଇଁ ଚେଷ୍ଟା କରିଲେ । ଏହି ରାକ୍ଷସର ରକ୍ତକୁ ପୃଥିବୀରେ ପଡିବା ପୂର୍ବରୁ ଭଗବାନ ନିଜ ଭିତରେ ହିଁ ନେଇଗଲେ । କିନ୍ତୁ ବହୁତ ଚେଷ୍ଟା ପରେ ବି ସେ ଅନ୍ଧକଙ୍କର ରକ୍ତକୁ ପୃଥିବୀରେ ପଡିବାରୁ ଅଟକାଇ ପାରିଲେ ନାହିଁ ।

ସେତେବେଳେ ଭଗବାନ ଗଣେଶ ବି ନିଜର ସ୍ତ୍ରୀ ରୂପରେ ପ୍ରକଟ ହେଲେ ଏବଂ ସେ ବିନାୟକୀ ରୂପ ନେଲେ ଏବଂ ଏହି ରାକ୍ଷାସୀର ରକ୍ତକୁ ପିଇ ନେଲେ । ଯାହା ପରେ ରାକ୍ଷସୀମାନଙ୍କୁ ସହଜରେ ମାରି ଦିଆଗଲା । ଏବଂ ଏହିଭଳି ଭାବରେ ଗଣେଶଙ୍କର ବିନାୟକୀ ଅବତାର ଦେଖା ଯାଇଥିଲା ।

ଗଣେଶଙ୍କର ବିନାୟକୀ ରୂପରେ ପୂଜା କାଶୀ ଏବଂ ଓଡିଶାରେ ବହୁତ ଅଧିକ ହୋଇଥାଏ । ଏବଂ ଭଗବାନଙ୍କର ଏହି ରୂପର ମୂର୍ତ୍ତିକୁ ତାମିଲନାଡୁର ଚିଦଂବରମ ମନ୍ଦିରରେ ଏବଂ ଜବଲପୁର ଚୌସଠ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳିଥାଏ ।

ଆଶାକରୁଛୁ ଏହି ଆଧ୍ୟାତ୍ମିକ ଲେଖାଟି ଆପଣଙ୍କୁ ଭଲ ଲାଗିଥିଲେ । ଭଲ ଲାଗିଲେ ଶେୟାର କରିବେ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।