ନା’ କାର ନା ଘୋଡା JCB ରେ କନ୍ୟାକୁ ନେବାକୁ ଆସିଲା ବର ! ଦେଖନ୍ତୁ ଏହି ନିଆରା ବିବାହର ଦୃଶ୍ୟ ! ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ !

ବର ଘୋଡାରେ ଆସିବା କିମ୍ବା କାର୍ ରେ ଆସିବା ଆପଣ ଦେଖିଥିବେ । କିନ୍ତୁ କନିଆ ଘରକୁ ଜେସିବିରେ ବର ଓ ବରଯାତ୍ରୀ ଆସିବା ଆପଣ ହୁଏତ କେବେ ଦେଖି ନଥିବେ କିମ୍ବା ଶୁଣି ନଥିବେ । ଏଠାରେ ଆଜି ଆମେ ଆପଣଙ୍କୁ ଏହିପରି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ । ଆପଣ ଦେଖୁଥିବା ଚିତ୍ର ହେଉଛି ସେହି ବିରଳ ବିବାହର ଚିତ୍ର । ଯେଉଁଠି ବର ଜେସିବି ନେଇ ଶ୍ଵଶୁର ଘରେ ପହଞ୍ଚିଛନ୍ତି । ବରଫପାତ ଯୋଗୁଁ ରାସ୍ତା ବନ୍ଦ ହୋଇଗଲା, ଆଉ ବରଯାତ୍ରୀ ଚିନ୍ତାରେ ପଡିଗଲେ । କିନ୍ତୁ ଯେମିତି ହେଲେ କନିଆ ଘରେ ପହଞ୍ଚିବାକୁ ପଡିବ ।

କାରଣ ସେଠାରେ ନବବଧୂ ବେଶରେ ବରକୁ ଅପେକ୍ଷା କରି ରହିଛନ୍ତି ଜଣେ ଝିଅ । ଏଭଳି ସ୍ଥିତିରେ ଏକ ବର ଘର ଲୋକେ ଏକ ଜେସିବି ଆଣି ରାସ୍ତାକୁ ସଫା କରି କରି ଆଗକୁ ବଢିଥିଲେ । ଏହା ଯୋଗୁଁ ବର ଏବଂ ବରଯାତ୍ରୀଙ୍କୁ ଶ୍ଵଶୁର ଘରେ ପହଞ୍ଚିବାରେ ସାମାନ୍ଯ ବିଳମ୍ବ ହୋଇଥିଲା ସତ, କିନ୍ତୁ ବିବାହ କାର୍ଯ୍ୟ ଅଟକି ଯାଇ ନଥିଲା । ଏହିଭଳି ଏକ ଘଟଣା ଘଟିଛି ହିମାଚଳ ପ୍ରଦେଶର ଶିରୋମୋରରେ ।

ଶିରୋମୋରର ଜାଭାଗା ଗାଁ’ରୁ ସାଉନଫର ଗାଁ’କୁ ଯାଉଥିଲା ବରଯାତ୍ରୀ । ହେଲେ ବରଫପାତ ଯୋଗୁଁ ରାସ୍ତା ବନ୍ଦ ଥିଲା । ପ୍ରାୟ ୮ କିମି ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇ ରହିଥିଲା । ପ୍ରଥମେ ଜେସିବି ମାଧ୍ୟମରେ ବରଫ ସଫା କରିବାକୁ ଚେଷ୍ଟା କରା ଯାଇଥିଲା । କିନ୍ତୁ ଯେତେବେଳେ ବହୁତ ସମୟ ବିତି ଯାଇଥିଲା ସେତେବେଳେ ଖୋଦ ବର ନିଜେ ଜେସିବି ଚଳାଇ ଝିଅ ଘର ଯାଏଁ ଯାଇଥିଲେ ।

ବର ଗୋଟିଏ ଜେସିବି ନେଇ ଝିଅ ଘରେ ପହଞ୍ଚିଥିବା ବେଳେ, ବରଯାତ୍ରୀ ଅନ୍ୟ ଦୁଇଟି ଜେସିବି ନେଇ କନ୍ୟା ଘରେ ପହଞ୍ଚି ଯାଇଥିଲେ । ଆଉ ଶେଷରେ ହୋଇଥିଲା ବାହାଘର । ଆଉ ବାହାଘର ପରେ କନ୍ୟାଙ୍କୁ ନେଇ ପୁଣି ସେଇ ଜେସିବିରେ ଫେରିଥିଲେ ବର । ଏହିପରି ଭାବେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଏହି ବିବାହ ସମ୍ପନ୍ନ ହୋଇ ପାରିଥିଲା । ଏହି ନିଆରା ବାହାଘର ସମୟର ଫଟୋ ଗୁଡିକ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେଉଛି ।

ବର ଜେସିବିରେ ଆସି କନ୍ୟାକୁ ଜେସିବିରେ ନେଇଯିବା ଘଟଣା ଲୋକଙ୍କୁ ନିହାତି ଭାବେ ଆକୃଷ୍ଟ କରୁଛି ଓ ଏହାକୁ ନେଇ ଲୋକେ ସୋ-ସି-ଆ-ଲ ମି-ଡି-ଆ-ରେ ଜୋରଦାର ଚର୍ଚ୍ଚା ମଧ୍ୟ ଚଲେଇଛନ୍ତି । ଆପଣଙ୍କୁ ଏହି ନିଆରା ବିବାହ ବିଷୟରେ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।