ବିବାଦୀୟ କିସ୍ ମାମଲାକୁ ନେଇ ପୁଣି ଚର୍ଚ୍ଚାରେ Shilpa Shetty, ଦୀର୍ଘ 14 ବର୍ଷ ପରେ ମାମଲାର ଶୁଣାଣି କରିଛନ୍ତି କୋର୍ଟ, ଦେଖନ୍ତୁ କଣ ରହିଛି ପୁରା ମାମଲା

ଫେରିଲା ୧୪ ବର୍ଷର ବିବାଦୀୟ କିସ୍ ମାମଲା । ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ୨୦୦୭ରେ ସର୍ବ ସାଧାରଣରେ ଚର୍ଚ୍ଚିତ କିସ୍ ସିନ୍ କୁ ନେଇ କୋର୍ଟ ଏହାକୁ ଆପତ୍ତିଜନକ ବୋଲି କହିଛନ୍ତି । ହଲିଉଡ ଅଭିନେତା ରିଚାର୍ଡ ଗେର ତାଙ୍କୁ ଯେଉଁଭଳି ଭାବେ ସର୍ବ ସାଧାରଣରେ କିସ୍ କରିଛନ୍ତି ତାହା ଆପତ୍ତିଜନକ ଏବଂ ସେଥିରେ ଶିଳ୍ପା ପୀଡ଼ିତା ବୋଲି କୋର୍ଟ କହିଛନ୍ତି । ବହୁଚର୍ଚ୍ଚିତ ୨୦୦୭ର ଏହି କିସ୍ ମାମଲାକୁ ନେଇ ଏବେ ମୁମ୍ବାଇ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

୨୦୦୭ରେ ରାଜସ୍ଥାନରେ ଏକ ଏଡସ୍ ସଚେତନ କାର୍ଯ୍ୟକ୍ରମରେ ଖୋଲା ମଞ୍ଚରେ ଶିଳ୍ପା ସେଟ୍ଟୀଙ୍କୁ ଅଶ୍ଳୀଳ ଢଙ୍ଗରେ କିସ୍ କରିଥିଲେ ରିଚାର୍ଡ । ଏମିତିକି ତାଙ୍କୁ ଅଶାଳୀନ ଢଙ୍ଗରେ ଆଲିଙ୍ଗନ କରି କିସ୍ କରିଥିଲେ । ଶିଳ୍ପାଙ୍କ ଅଜାଣତରେ ଏକ ଅପ୍ରତ୍ଯାଶିତ ଢଙ୍ଗରେ ଏହି ଘଟଣା ଘଟିଥିଲା । ସେତେବେଳେ ଏହି ଖବର ଗଣମାଧ୍ୟମରେ ଖୁବ ଶିରୋନାମା ସାଜିଥିଲା । ଲୋକେ ଏହି କିସ୍ ମାମଲାକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା କରୁଥିଲେ ଓ ଏଥିପାଇଁ ହେଡଲାଇନରେ ରହିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ।

ସର୍ବ ସାଧାରଣରେ ଏହିପରି ଅଶାଳୀନ ଢଙ୍ଗରେ ଆଲିଙ୍ଗନକୁ ଦେଶବ୍ୟାପୀ ବିରୋଧ କରା ଯାଇଥିଲା । ପରେ ଏହି ମାମଲା ଅଦାଲତକୁ ଯାଇଥିଲା । ହେଲେ ରିଚାର୍ଡଙ୍କ ବିରୋଧରେ ଶିଳ୍ପା କୌଣସି ଅଭିଯୋଗ ଆଣି ନଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନଥିଲେ । ଏପରିକି ରିଚାର୍ଡ ଯେତେବେଳେ ତାଙ୍କୁ କିସ୍ କରିଥିଲେ ଶିଳ୍ପା ସେତେବେଳେ ତାଙ୍କୁ ବିରୋଧ କରି ନଥିଲେ ବୋଲି ମଧ୍ୟ ମାମଲା ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରାଜସ୍ଥାନ କୋର୍ଟରୁ ମୁମ୍ବାଇ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । ଏହି ମାମଲାରେ ଗତ ଜାନୁୟାରୀ ୧୮ ତାରିଖରେ ଶିଳ୍ପାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ମେଟ୍ରୋ ପଲିଟାନ କୋର୍ଟ କହିଛନ୍ତି ଯେ, ଘଟଣାକ୍ରମରୁ ଯାହା ଜଣାପଡୁଛି ଏଥିରେ ଶିଳ୍ପାଙ୍କର କୌଣସି ଭୁଲ ନାହିଁ । ବରଂ ଶିଳ୍ପା ରିଚାର୍ଡଙ୍କ ଦ୍ଵାରା ପୀଡ଼ିତା ବୋଲି କୋର୍ଟ କହିଛନ୍ତି ।

ଏପରିକି ଶିଳ୍ପାଙ୍କ ତରଫରୁ ଏହା ପୂର୍ବ ପ୍ରସ୍ତୁତି ନଥିଲା କିମ୍ବା ଘଟଣାରେ ତାଙ୍କ ତରଫରୁ କୌଣସି ଷଡଯନ୍ତ୍ରର ଖିଅ ନାହିଁ ବୋଲି କୋର୍ଟ କହିଛନ୍ତି । ସୋମବାର ଦିନ ଏହି କୋର୍ଟ ଅର୍ଡର ସାଧାରଣରେ ଉପଲବ୍ଧ ହୋଇଛି । ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।