ଜନ୍ମ ସମୟରୁ ନିଜର ସ୍ଵଭାବ ଓ ଭବିଷ୍ୟତ ଜାଣନ୍ତୁ – Astrology

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରର ଅନୁଯାଇ ପିଲା ଯେଉଁ ସମୟରେ ଜନ୍ମ ହୋଇଥାଏ । ସେହି ସମୟର ପ୍ରଭାବ ଅର୍ଥାତ ସେହି ସମୟ ଅନୁସାରେ ସେହି ସମୟର ଗ୍ରହ, ନକ୍ଷତ୍ର ଆଦିର ସ୍ଥିତି ସେହି ପିଲାର ସ୍ଵଭାବ ଉପରେ ବହୁତ ପ୍ରଭାବ ପକାଇଥାଏ । ତେବେ ସେହିପରି କେଉଁ ସମୟରେ ଜନ୍ମ ହୋଇଥିବା ପିଲା କେଉଁ ସ୍ଵଭାବର ହୋଇଥାନ୍ତି ଆସନ୍ତୁ ସେ ସମ୍ପର୍କରେ ଜାଣିବା ।  ୧- ପ୍ରଥମରେ ହେଉଛି ସକାଳ ୫ ଟାରୁ ୮ ମଧ୍ୟରେ ଜନ୍ମ। ତେବେ ଏହି ସମୟରେ ଜନ୍ମ ନେଇଥିବା ପିଲା ବହୁତ ଆକ୍ଟିଭ ହୋଇଥାନ୍ତି । ଏମାନଙ୍କ ଦିମାଗ ବହୁତ ତିକ୍ଷଣ୍ ହୋଇଥାଏ । ଏମାନେ ବହୁତ ଜଲଦି ବହୁତ କିଛି ଶିଖି ଯାଆନ୍ତି ଓ ସ୍ୱଭାବରେ ଇମାନଦାର୍ ମଧ୍ୟ ହୋଇଥାନ୍ତି । ଏମାନଙ୍କ ସମାଜରେ ବହୁ ମାନ ସମ୍ମାନ ର ଅଧିକାରୀ ହୋଇଥାନ୍ତି ।

୨- ଦ୍ଵିତୀୟରେ ସକାଳ ୮ ରୁ ୧୨ ଟା ମଧ୍ୟରେ ଜନ୍ମ । ଏହି ସମୟରେ ଜନ୍ମ ନେଇଥିବା ଜାତକର ଶିଶୁ ବହୁତ ଅଳସୁଆ ହୋଇଥାନ୍ତି ଏମାନଙ୍କ କାମ ସବୁ ଧୀମା ହୋଇଥାଏ । ସେମାନଙ୍କ ମଧ୍ୟରୁ ବହୁତ କମ ଲୋକ ନିଜ ପରିଶ୍ରମ ବଳରେ ନିଜର ଏକ ଭଲ ଭବିଷ୍ୟତ ଗଢି ପାରିଥାନ୍ତି ।

୩- ତୃତୀୟରେ ହେଉଛି ଦ୍ୱିପହର ୧୨ ଟାରୁ ୫ ଟା ମଧ୍ୟରେ ଜନ୍ମ। ଏହି ସମୟରେ ଜନ୍ମ ନେଇଥିବା ଶିଶୁ ବହୁତ ପରିଶ୍ରମୀ ହୋଇଥାଏ ଏହି ଲୋକଙ୍କୁ କିଛି ବି ଡର ନଥାଏ । ଏମାନେ ନିଜ କାମକୁ ଭଲରେ କରିଥାନ୍ତି । ଏମାନଙ୍କ ମନ ବହୁତ ସଫା ହୋଇଥାଏ ଏବଂ ଏମାନେ କାହାସହ ଅଧିକା ଲଢେଇ ଝଗଡା ବି କରନ୍ତି ନାହିଁ । ଅଧିକାଂଶ ସମୟରେ ଏମାନଙ୍କୁ ଖାଲି କାମରେ ହିଁ ମତଲବ ହୋଇଥାଏ।

୪-ଚତୁର୍ଥରେ ସଂନ୍ଧ୍ୟା ୫ ଟାରୁ ୮ ମଧ୍ୟରେ ଜନ୍ମ। ଏହି ସମୟରେ ଜନ୍ମ ନେଇଥିବା ଛୁଆ ବହୁତ କ୍ରିଏଟିଭ୍ ନେଚରର ଓ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ଦିମାଗ ବହୁତ ତେଜ୍ ଚାଲିଥାଏ । ଜୀବନରେ ଭଲ ଉନ୍ନତି କରିଥାନ୍ତି ।

୫- ପଞ୍ଚମରେ ହେଉଛି ରାତି ୮ ଟାରୁ ୧୨ ଟା ମଧ୍ୟରେ ଜନ୍ମ। ତେବେ ଏହି ସମୟରେ ଜନ୍ମନେଇଥିବା ଛୁଆ ବହୁତ ମଜାଳିଆ ନେଚରର ହେବା ସହ ବହୁତ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ବୁଲାବୁଲି କରିବା ପସନ୍ଦ ହୋଇଥାଏ । ଏମାନେ ସବୁବେଳେ କିଛି ନା କିଛି କାମ କରିବାକୁ ପସନ୍ଦ କରନ୍ତି ।

୬- ଷଷ୍ଠରେ ରାତି ୧୨ ରୁ ସକାଳ ୫ ମଧ୍ୟରେ ଜନ୍ମ । ଏମାନେ ନିଜ କାମକୁ କିପରି ବାହାର କରିବାର ଅଛି ଏମାନଙ୍କୁ ଭଲ ଭାବେ ଜଣାଥାଏ । ବହୁତ ଥର ଏମାନେ ନିଜ କାମ ଜଲଦି କରିବା ଚକ୍କରରେ ଅନ୍ୟଙ୍କୁ ବୋକା ବନାଇ ଦିଅନ୍ତି । ହେଲେ ଏମାନେ କଠିନ ପରିଶ୍ରମ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି ।

ଏହି ଲେଖା ଉପରେ ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ