ଜନ୍ମ ହେବା ମାତ୍ରେ ହିଁ ଏହି ଶିଶୁଟି କରିଲା ନିଜ ମା’କୁ ଆଲିଙ୍ଗନ, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

କୌଣସି ବି ମହିଳା ପାଇଁ ମା’ ହେବା ସବୁଠୁ ଖାସ ସମୟ ହୋଇଥାଏ । ଯେତେବେଳେ ସେ ଗର୍ଭବତୀ ହୋଇଥାଏ ତେବେ ୯ ମାସ ପର୍ଯ୍ୟନ୍ତ ସେ ନିଜ ପେଟରେ ଥିବା ଶିଶୁର ସମସ୍ତ ପ୍ରକାରର ଦେଖାଶୁଣା କରିଥାଏ । ଏହି ସମୟରେ ସେ ନିଜ ଶିଶୁ ପାଇଁ ସମସ୍ତ ପ୍ରକାରର ନିୟମକୁ ପାଳନ କରିଥାଏ । ଶେଷରେ ୯ ମାସ ପରେ ସେହି ସମୟ ଆସିଥାଏ ଯେଉଁ ସମୟକୁ ସେ ଅପେକ୍ଷା କରିଥାଏ ।

ଶିଶୁଟି ଯେତେବେଳେ ପେଟରୁ ବାହାରକୁ ଆସିଥାଏ ତେବେ ସର୍ବ ପ୍ରଥମେ ସେ ନିଜ ମା’କୁ ଦେଖିଥାଏ ଓ ଅନ୍ୟ ପଟେ ନିଜର ନ୍ୟୁ ବର୍ନ ବେବିକୁ ଦେଖିବା ପରେ ମା’ର ହୃଦୟ ବି ଖୁସିରେ ଫୁଲିଯାଏ । ତାକୁ ଏମିତି ଲାଗେ କି ଈଶ୍ଵର ତାକୁ ସମସ୍ତ ପ୍ରକାରର ଖୁସି ଦେଇ ଦେଇଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ମା’ ଓ ଏକ ନବଜାତ ଶିଶୁର ଭିଡିଓ ନେଇ ଆସିଛୁ ।

ଯେଉଁଠି ସଙ୍ଗେ ସଙ୍ଗେ ଜନ୍ମ ହୋଇଥିବା ଶିଶୁଟି ନିଜର ମା’କୁ ଏମିତି ଆଲିଙ୍ଗନ କରିଛି କି କୌଣସି ନବଜାତ ଶିଶୁ ଏହିଭଳି କରିବା ଅସମ୍ଭବ ଅଟେ । କିନ୍ତୁ ବ୍ରାଜିଲରେ ଜନ୍ମିଥିବା ଏହି ଶିଶୁଟି ଏହିଭଳି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛି ।

ଜନ୍ମ ହେବା ମାତ୍ରେ ହିଁ ଆଲିଙ୍ଗନ କରିଲା ନିଜ ମା’କୁ

ବ୍ରାଜିଲରେ ରହୁଥିବା ବ୍ରେଂଡା କୋଲ୍ହୋ ଡିସୂଜା ଡେଲିବରୀ ପାଇଁ ସେଂଟା ମୋନିକା ହସ୍ପିଟାଲରେ ଭର୍ତି ହୋଇଥିଲା । ଯେତେବେଳେ ସିଜରିୟନ ଜରିଆରେ ତାହାର ଶିଶୁ ଅଗାଥା ରିବେରୋ କୋଲ୍ହୋ ର ଜନ୍ମ ହେଲା ତ ଡାକ୍ତରମାନେ ତାକୁ ତାହାର ମା’ ପାଖରେ ଶୁଆଇ ଦେଲେ । ଯେମିତି ହିଁ ଶିଶୁଟି ମା ପାଖକୁ ଯାଇଛି ତେବେ ସେ ସଙ୍ଗେ ସଙ୍ଗେ ନିଜ ମା’କୁ ଆଲିଙ୍ଗନ କରିନେଲା । ପିଲାର ଏହି କାମକୁ ଦେଖି ମା ବି ବହୁତ ଆଶ୍ଚର୍ଯ୍ୟ ଓ ଭାବୁକ ହୋଇଗଲା ।

ଇଣ୍ଟର୍ନେଟ ଉପରେ ଭାଇରାଲ ହେଲା ଏହି ହୃଦୟକୁ ସ୍ପର୍ଶ କରୁଥିବା ବାଲା ମୂହୁର୍ତ୍ତ

ଏହି ଛୋଟ ଶିଶୁଟିର ଏହିଭଳି କାରନାମା ଦେଖି ସେଠିକାର ଜଣେ ଡାକ୍ତର ଏହାର ଏକ ଭିଡିଓ କରିନେଲେ । ବର୍ତ୍ତମାନ ମା’ ଓ ଶିଶୁଟିର ଏହି ହୃଦୟସ୍ପର୍ଶୀ ଭିଡିଓ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି । ଆପଣ ବି ଦେଖନ୍ତୁ ଏହି ଭିଡିଓକୁ –

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।