ଛାତିରେ କଫ ଜମା ହୋଇ ରହୁଥିଲେ କରନ୍ତୁ ଏହି ଘରୋଇ ଉପଚାର

ଆଜି ଆମେ ଆଲୋଚନା କରିବା ଛାତିରେ କଫ ଜମା ହେଲେ କଣ ସବୁ ଲକ୍ଷଣ ଦେଖା ଯାଇଥାଏ ଓ ତାହାକୁ ଭଲ କରିବା ପାଇଁ କେଉଁ ସବୁ ଉପାୟ ଅଛି ।

ଲକ୍ଷଣ

ଯଦି ଆପଣଙ୍କର ଛାତିରେ କଫ ଜମା ହୋଇଥାଏ ତା ହେଲେ ଆପଣଙ୍କର ବାରମ୍ବାର କାଶ ହୋଇଥାଏ, ଆପଣଙ୍କର ତଣ୍ଟି ବସିଯିବ, କିମ୍ବା ଆପଣଙ୍କ ତଣ୍ଟି ବହୁତ ଦରଜ ହୋଇଥାଏ ।

ଆପଣଙ୍କର ନାକ ବନ୍ଦ ହୋଇଯାଏ ଓ ଆପଣ ଠିକ ଭାବରେ ନିଶ୍ଵାସ ନେଇ ପାରନ୍ତି ନାହିଁ ।

ଆପଣଙ୍କର ମୁଣ୍ଡ ବିନ୍ଧା ବା ସାଇନସ ରୋଗ ମଧ୍ୟ ହୋଇଥାଏ ତା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

ଉପଚାର

Image courtesy: Google

୧. ଯଦି ଆପଣ ଲୁଣ ଓ ଉଷୁମ ପାଣି ବ୍ୟବହାର କରି କୁଳୁକୁଜା କରୁଛନ୍ତି ତା ହେଲେ ଆପଣଙ୍କ ଛାତିରେ ଯେଉଁ କଫ ଜମା ହୋଇଥାଏ ତାହା ଭଲ ହୋଇଥାଏ । ସେଥିପାଇଁ ଆପଣ ଗୋଟିଏ ଗ୍ଳାସ ଗରମ ପାଣିରେ ଏକ ଛୋଟ ଚାମଚ ଲୁଣ ପକାଇ କୁଳୁକୁଜା କରିବେ । ଏହାକୁ ଦିନରେ ୩-୪ ଥର କରିବେ ।

Image courtesy: Google

୨. ଯଦି ଆପଣ ଲୁଣ ଗରମ ପାଣି ବ୍ୟବହାର କରି ନ ପାରିବେ ତେବେ ଆପଣ ଅଦା ଚା’ କରି ମଧ୍ୟ ପିଇ ପାରିବେ । ସେଥିପାଇଁ ଆପଣଙ୍କୁ ୧-୨ ଇଞ୍ଚ ଅଦା, ଗୋଟିଏ କପ ଗରମ ପାଣି ଓ ମହୁ ଆବଶ୍ୟକ । ପ୍ରଥମେ ଆପଣ ପାଣିକୁ ଭଲ ଭାବେ ଫୁଟାଇ, ତା ପରେ ଅଦାକୁ ଭଲ ଭାବେ ଛେଚି ସେଥିରେ ପକାଇ ତାହାକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଚା’ ହୋଇଗଲା ପରେ ତାହାକୁ ଛାଣି ସେଥିରେ ଗୋଟିଏ ଛୋଟ ଚାମଚ ମହୁ ମିଶାଇ ପିଇଲେ ଛାତିରେ ଜମିଥିବା କଫ ଭଲ ହୋଇଥାଏ । ଏହାକୁ ଦିନରେ ୩-୪ ଥର କରନ୍ତୁ ।

Image courtesy: Google

୩. ଏଥିପାଇଁ ଆପଣ ପ୍ରଥମେ ଆପଣ ଗୋଟିଏ ଜାଗାରେ ପାଣିକୁ ଅଳ୍ପ ଉଷୁମ କରିନେବେ । ସେଥିରେ ଆପଣ ୪-୫ ଟି ରସୁଣ ଛେଚି ପକାଇବେ ଓ ସେହି ଉଷୁମ ପାଣିକୁ ସକାଳୁ ପିଇଲେ ଯଦି ଆପଣଙ୍କ ଛାତିରେ କଫ ଜମା ହୋଇଥିବ କିମ୍ବା ଆପଣଙ୍କୁ ଯଦି ଥଣ୍ଡା ହୋଇଥିବ ତାହା ଭଲ ହୋଇଯାଇଥାଏ ।

Image courtesy: Google

୪. ଯଦି ଆପଣ ଏପରି କରି ନ ପାରିବେ ତେବେ ଚେଷ୍ଟା କରନ୍ତୁ ଆପଣ ଖାଦ୍ୟ ଖାଇବାବେଳେ ୩-୪ ଟି ପାଖୁଡା ରସୁଣ ଖାଇବା ପାଇଁ । ତାହା ଦ୍ଵାରା ଥଣ୍ଡା କାଶ କଫ ଭଲ ହୋଇଥାଏ ।

Image courtesy: Google

୫. ଆପଣ ମହୁ ବ୍ୟବହାର କରି ମଧ୍ୟ କଫକୁ ଭଲ କରି ପାରିବେ । ଏଥିପାଇଁ ଆପଣ ଗୋଟିଏ ବଡ ଚାମଚ ମହୁରେ ଗୋଟିଏ ପିଞ୍ଚ ଗୋଲମରୀଚ ଗୁଣ୍ଡକୁ ଭଲ ଭାବେ ମିଶାଇ ତାହାକୁ ସବୁ ଦିନ ଖାଇଲେ ଆପଣଙ୍କର ଥଣ୍ଡା ଜନିତ ସବୁ ସମସ୍ୟା ଭଲ ହୋଇଥାଏ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।