ଜନ୍ମ ଦିନରେ ଭୁଲ୍ କରିଦେଲେ ବିଗ ବି Amitabh Bachchan, ଦେଖନ୍ତୁ ଝିଅ Shweta Bachchan କଣ ଲେଖି କମେଣ୍ଟ କଲେ

ଆଜି ବଲିଉଡ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ସେ ୭୯ ବର୍ଷ ବୟସରେ ପଦ ଥାପିଛନ୍ତି । ଏହି ଦିନଟିକୁ ପାଳନ କରିବାକୁ ବିଗ ବି ତାଙ୍କର ଏକ ଫଟୋ କୋଲାଜ ପୋଷ୍ଟ କରିଛନ୍ତି । ହେଲେ ସବୁଠୁ ବଡ କଥା ହେଉଛି ଏହି ପୋଷ୍ଟରେ ନିଜ ବୟସ ଭୁଲ ଲେଖି ଦେଇଛନ୍ତି ବିଗ ବି । କିନ୍ତୁ ତାଙ୍କ ଝିଅ ଶ୍ଵେତା ବଚ୍ଚନ ଏକ କମେଣ୍ଟ କରି ଦେଇ ଏହାକୁ ସଠିକ କରି ଦେଇଛନ୍ତି । ନିକଟରେ ବିଗ ବି ବଲିଉଡରେ ୫୨ ବର୍ଷ ପାଳନ କରିଥିଲେ । ଆଉ ଆଜି ତାଙ୍କ ଜନ୍ମଦିନରେ ସେ ନିଜର ଏକ ଫଟୋ ସେୟାର କରିଛନ୍ତି ।

ସେଥିରେ ସେ ଲେଖିଛନ୍ତି କି, ୮୦ କୁ ଚାଲିଲି ବା ୮୦ ରେ ପଦାର୍ପଣ କଲି । ତାଙ୍କ ପୋଷ୍ଟରେ ନତୁଣୀ ନବ୍ୟା ନବେଲି ନନ୍ଦା ଏକ ଇମୋଜି କମେଣ୍ଟ କରିଥିଲେ । ଆଉ ଏହାର ସଙ୍ଗେ ସଙ୍ଗେ ଝିଅ ଶ୍ଵେତା ବଚ୍ଚନ ତାଙ୍କ ବୟସ ଠିକ କରିବାକୁ କମେଣ୍ଟ ଦେଇଦେଲେ । ସେ ଏକ ହାର୍ଟ ଇମୋଜି ସହ ୭୯ ବୋଲି ଲେଖିଥିଲେ । ନିଜ ଦୀର୍ଘ ବଲିଉଡ କ୍ଯାରିୟର ମଧ୍ୟରେ ଅମିତାଭ ବଚ୍ଚନ ଅନେକ ଫିଲ୍ମ କରିଛନ୍ତି ଓ ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟରେ ସେ ରାଜ୍ କରୁଛନ୍ତି ।

ତେବେ ଅମିତାଭ ତାଙ୍କ ଆଗାମୀ ଫିଲ୍ମରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବିର କପୁରଙ୍କ ସହ ନଜର ଆସିବେ । ଛୋଟ ହେଉ କି ବଡ ସବୁ ପରଦାରେ ଅମିତାଭ ହିଟ୍ । ବୟସ ମଧ୍ୟ ତାଙ୍କ ସାମନାରେ ହାର ମାନିଛି । ଟ୍ରାଜେଡି, କମେଡି, ଆକ୍ସନ ଓ ରୋମାନ୍ସ ହେଉ କିମ୍ବା ପାରିବାରିକ ସିନେମା ହେଉ ସବୁ ଚରିତ୍ରରେ ସେ ଫିଟ୍ ଲାଗନ୍ତି ।

ଆଖି ପାଉ ନଥିବା ଉଚ୍ଚତା ସାଙ୍ଗକୁ ତାଙ୍କ ଦମଦାର ଡାଇଲଗ ଓ କେତେବେଳେ ଆଙ୍ଗ୍ରି ମ୍ୟାନ ଲୁକ ତ କେତେବେଳେ ଫୁଲ୍ କମେଡି, ଏଭଳି ଭିନ୍ନ ଭିନ୍ନ ଚରିତ୍ରରେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଦର୍ଶକଙ୍କ ମନୋ ରଞ୍ଜନ କରି ଆସୁଥିବା ବଲିଉଡର ଶେହେନଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା । ପ୍ରତି ଭାରତୀୟଙ୍କ ହୃଦୟରେ ରାଜ କରୁଥିବା ଅମିତାଭ ନିକଟକୁ ସାରା ଦେଶରୁ ଛୁଟୁଛି ଶୁଭେଛାର ସୁଅ । ଆମ ପେଜ୍ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।