ଜଣେ ଏତେ ଅସଭ୍ୟ ଏତେ ଅଭଦ୍ର କେମିତି ହୋଇପାରେ । ଯୁବ ପିଢି ମଧ୍ୟ ଏସବୁକୁ କେମିତି ଗ୍ରହଣ କରି ପାରନ୍ତି ? କେବଳ ଅଭଦ୍ର ଭାଷା କହି କେମିତି ଏବେ ପ୍ରଶଂସା ସାଉଣ୍ଟିପାରେ ? ପରିଚୟ କହିଲେ ଅସଭ୍ୟ ଭାଷା କହୁଥିବା ଜଣେ ଯୁବକ । ଯିଏ ସକାଳ ହେଲେ ଖାଲକି ଅଭଦ୍ର ଭାଷା କହି ସୋସିଆଲ ମିଡିଆରେ ଛାଡେ । ଯୁବତୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାକୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରେ ।
କେମିତି ଜଣେ ବାପା-ମା ଥାଇ ମଧ୍ୟ ଏମିତି ଅଭଦ୍ର ପରିଚୟ ଦେଇପାରେ । ବାପା-ମା କଣ ଇଚ୍ଛା କରିଥିବେ ତାଙ୍କ ପୁଅ ବଡ ହୋଇ ଅଭଦ୍ର ଭାଷାରେ ଗାଳି କରୁ । ହଁ ଦର୍ଶକ ବନ୍ଧୁ ଏଇ ଏବେ ଏବେ ଫାୟାରିଙ୍ଗ ମାମଲାରେ ଗିରଫ ହୋଇଥିବା Untalented Guy ଓରଫ ଉଦିତ ନାରାୟଣଙ୍କ କଥା । ଏବେ ସେ ପୋଲିସ କବଜରେ ।
ଏବେ ତାର ବନ୍ଧୁକ ବି ପୋଲିସ ଜବତ କରିଛି । ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ କେମିତି ଥାନାରେ ଛିଡା ହୋଇଛି Untalented Guy । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଯୁବକଙ୍କ ପାଇଁ ବିଷ ପାଲଟିଲାଣି ।ଯେଉଁ ମାନେ ଅନ୍ୟର ଚରିତ୍ରକୁ ନେଇ ସଂହାର କରନ୍ତ୍ୟୀ ଆଉ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।
କିଛି କରିବାକୁ ପଡେ ନାହିଁ ଖାଲି କ୍ୟାମେରା ଆଗରେ ବସି ଜଣଙ୍କ ନାଁ ନେଇ ବାରମ୍ବାର ଅଭଦ୍ର ଭାଷାରେ ଗାଳି କରନ୍ତି । ଏମିତି ଭାଷା କେବେ କେହି ଶୁଣିପାରିବେ ନାହିଁ । ଉଦିତ ଙ୍କ ଭଳି ଯୁବ ପିଢୀ IAS ପାଠ ପଢି ବଡ ବଡ ଅଫିସର ହେଉଛନ୍ତି । କିନ୍ତୁ ଏହି ଯୁବକଙ୍କର ଚିନ୍ତାଧାରା ଏହା କି ସକାଳୁ ଉଠି କେମିତି ସୋସିଆଲ ମିଡିଆରେ ଅଭଦ୍ର ଭାଷାରେ ଗାଳି କରିବ । କିନ୍ତୁ ଏମାନଙ୍କୁ ଏହା କରିବାକୁ ସୁଯୋଗ କିଏ ଦେଲା ? ଏମାନଙ୍କର ସାହସ କେଉଁଠୁ ଆସିଲା ଏଭଳି ଭାଷା କହିବାକୁ ।
କିଛି ଯୁବକ ଙ୍କ ପାଇଁ ଉଦିତ ହେଉଛି ମିଶାଲ ଯେଉଁ ମାନେ ତାକୁ ବହୁତ ପସନ୍ଦ କରନ୍ତି । ଯେଉଁ ମାନଙ୍କ ପାଇଁ ଉଦିତ ଏଭଳି ଭାଷା କହୁଛି । ସବୁଠାରୁ ବଡ କଥା ହେଉଛି ଏହା ପୂର୍ବରୁ କୌଣସି ଅଭିଯୋଗ ତା ନାଁ ରେ ହୋଇ ନାହିଁ । ଯଦି ଅଭିଯୋଗ ହୋଇଥାନ୍ତା ପୋଲିସ ଏଥିପ୍ରତି କାର୍ଯ୍ୟ ଅନୁଷ୍ଠାନ ନେଇପାରି ଥାନ୍ତା । କିଛି ମାତ୍ରାରେ ଯୁବ ପିଢୀ ମଧ୍ୟ ଦାୟୀ । କାରଣ ଉଦିତ କୁ ଏଭଳି କରିବାକୁ ସୁଯୋଗ ଦେଉ ଥିବାରୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।