ଜଣେ ବୋହୁ ପାଇଁ ସାରା ଗାଁବାସୀଙ୍କ ଆଖିରେ ଭରି ଯାଇଛି ଲୁହ… ସମସ୍ତଙ୍କୁ କନ୍ଦେଇ ଆରପାରକୁ ଚାଲିଗଲେ ସମସ୍ତଙ୍କ ପ୍ରିୟ ଅଙ୍ଗନବାଡି ଦିଦି

ସେ ଆମ ଗାଁର ବୋହୁ ନୁହେଁ, ପୁରା ଝିଅ ଭଳି ଥିଲା । ହଁ ଆଜ୍ଞା ଜଣେ ବୁହୁ ପାଇଁ ଗାଁ ସାରା ଲୋକଙ୍କ ଆଖି ଲୁହରେ ଭିଜିଯାଇଛି । ତା’ କଥା କହୁ କହୁ ସବୁ ଗାଁ ଲୋକ କାନ୍ଦି ପକାଉଛନ୍ତି । ତା’ ସହ ଯଦିଓ ଗାଁ ଲୋକଙ୍କର କିଛି ରକ୍ତ ସମ୍ପର୍କ ନଥିଲା । ହେଲେ କାହିଁକି କେଜାଣି ତା’ କଥା କହୁ କହୁ କାନ୍ଥ ବାଷ୍ପରୁଦ୍ଧ ହୋଇଯାଉଛି । ହଁ ଆଜ୍ଞା ଆମେ କହୁଛୁ । ବାଲେଶ୍ଵର ଜିଲ୍ଲା ଖନ୍ତପଡା ଥାନା ଅନ୍ତରଗତ ମହାରାଜାପୁରର ଗ୍ରାମର ଅଙ୍ଗନବାଡି ଦିଦି ପ୍ରଜ୍ଞା ପରମତା ଦାସଙ୍କ ବିଷୟରେ ।

ଯିଏ ସେହି ଗାଁର ବୋହୁ ଥିଲେ ସତ । ହେଲେ ସମସ୍ତଙ୍କୁ ନିଜ ସ୍ନେହ, ଆଦର ଡୋରୀର ଶିକୁଳୀରେ ସବୁଦିନ ବାନ୍ଧି ରଖୁଥିଲେ । ଯାହାଙ୍କୁ ହରାଇ ତାଙ୍କ ପରିବାର ଠାରୁ ନେଇ ସବୁ ଗ୍ରାମବାସୀ ଦୁଃଖରେ ତାଙ୍କୁ ଝୁରି ହେଉଛନ୍ତି । ଆଉ ତାଙ୍କ ବିଷୟରେ କିଛି କହୁ କହୁ ଲୋକଙ୍କ ଆଖିରେ ଲୁହ ଜକେଇ ଆସୁଛି । ତେବେ ଗତ ଶୁକ୍ରବାର ଦିନ ସବୁଦିନ ଭଳି ପିଲାଙ୍କୁ ଅଙ୍ଗନବାଡିରେ ପଢାଇ ଛୁଟି କରିଥିଲେ । ହେଲେ ତାଙ୍କର ଟିକେ କାମରେ ବିଳମ୍ବ ହେବା ହେତୁ ସେ ଅଙ୍ଗବାଡିରେ ହିଁ ରହିଯାଇଥିଲେ ।

ହେଲେ ଘରର ବୋହୁ ଏତେ ବେଳ ପର୍ଯ୍ୟନ୍ତ ଘରକୁ ଫେରିକି ଆସିନଥିବାରୁ ଘରଲୋକଙ୍କ ମନ ମଧ୍ୟ ବିଚଳିତ ହୋଇ ପଡିଥିଲା । ପରେ ଯେତେବେଳେ ସମସ୍ତେ ଅଙ୍ଗବବାଡିକୁ ଯାଇ ପ୍ରଜ୍ଞାଙ୍କୁ ଖୋଜନ୍ତି । ସେତେବେଳେ ସେଠାରେ ପ୍ରଜ୍ଞା ତ ଥିଲେ, ସେ ସେଠାରେ ଜୀବିତ ଅବସ୍ଥାରେ ନଥିଲେ । ଯାହାକୁ ଦେଖି ପରିବାର ତଥା ପୁରା ଗ୍ରାମବାସୀ ଦୁଃଖରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ହେଲେ ଏତେ ସୁନ୍ଦର ଓ ଶାନ୍ତ ସ୍ଵଭାବର ମହିଳା ହଟାତ ଏଭଳି ଅଙ୍ଗବାଡି କେନ୍ଦ୍ରରେ ନିଜର ପ୍ରାଣ ହରାଇଦେବ ?

ଏହାକୁ ନେଇ ଅନେକ ଲୋକଙ୍କ ମନରେ ଅନେକ କିଛି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ତେବେ ଅଙ୍ଗନବାଡି ଦିଦି ପ୍ରଜ୍ଞାଙ୍କ ମୃ-ତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଠ ରହିଛି । ହେଲେ ତାଙ୍କୁ ହରାଇ ତାଙ୍କ ପରିବାର ସମେତ ପୁରା ଗାଁ ତାଙ୍କୁ ଝୁରି ହେଉଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ