‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଏକ ଏମିତି ଯୋଜନା ଅଟେ ଯାହାର ଅନ୍ତର୍ଗତ ସରକାର ସମସ୍ତ ଲୋକମାନଙ୍କୁ ନିଜର ଘର କରିବା ପାଇଁ ତାଙ୍କୁ ସାହାର୍ଯ୍ୟ କରିଥାନ୍ତି । ଏହି ଯୋଜନା ଅନ୍ତର୍ଗତ ସରକାର କ୍ରେଡିଟ ଲିଂକ୍ଡ ସବ୍ସିଡୀ ଅନୁସାରେ ଯେଉଁ ଲୋକମାନେ ହୋମ ଲୋନ ନିଅନ୍ତି ତାଙ୍କୁ ୨.୫୦ ଟଙ୍କା ସବ୍ସିଡୀ ଦେଇଥାନ୍ତି । ସରକାର ଏହି ଯୋଜନାର ଆରମ୍ଭ ୨୦୧୫ରେ କରିଥିଲେ । ସେହି ସମୟରେ ଏହାର ନାମ ‘ହାଉସିଙ୍ଗ ଫର ଅଲ’ ଥିଲା । ଯାହାକୁ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନ କରି ଦିଆଗଲା ।
ଏହି ଯୋଜନା ଅନ୍ତର୍ଗତ ସରକାର ବର୍ତ୍ତମାନ ୨୦୨୦ ବର୍ଷ ପର୍ଯ୍ୟନ୍ତ ୨୬ଟି ରାଜ୍ୟ ସମେତ ୨୫୦୮ଟି ସହରକୁ ଏହି ଯୋଜନାର ଲାଭ ଦେବାକୁ ଚାହୁଁଛନ୍ତି । ସରକାରଙ୍କ ଏହି ଯୋଜନାର ଲାଭ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକମାନେ ପାଇ ସାରିଛନ୍ତି ଓ ବହୁତ ସଂଖ୍ୟାରେ ଲୋକମାନେ ଏହି ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି । କିନ୍ତୁ ଏମିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି କି ତାଙ୍କ ପାଖରେ ପ୍ଲଟ କିମ୍ବା ନିଜର ସମ୍ପତ୍ତି ଅଛି ତେବେ ବି କଣ ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ।
କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏହିଭଳି ଲୋକମାନଙ୍କ ପାଇଁ ଏହା ଖୁସିଖବର ଅଟେ କି ସରକାର ଏହି ସମସ୍ତ ଲୋକମାନଙ୍କୁ ବି ଏହି ଯୋଜନାର ଲାଭ ଦେଉଛନ୍ତି । କହିଦେଉଛୁ କି ଏହା ଅନୁସାରେ ଆପଣ ଟଙ୍କା ନେଇ ନିଜର ପ୍ଲଟ ବି ତିଆରି କରି ପାରିବେ । ସରକାର ଯେଉଁଥି ପାଇଁ ଆପଣଙ୍କୁ ଟଙ୍କା ଦେବେ । ଏଥିପାଇଁ ଆପଣଙ୍କୁ ଇଂଡିଭିଜୁଆଲ ହାଉସ କଂସ୍ଟ୍ରଶନ ସ୍କୀମ ଅନୁସାରେ ଲାଭ ମିଳିବ ।
ସରକାର ଏଥିପାଇଁ ଆପଣଙ୍କୁ ବିଭିନ୍ନ ପ୍ରକାରର ଲାଭ ଦେଉଛନ୍ତି । ଆପଣ ଏହା ଜରିଆରେ ସ୍ମଲ ଫାଇନେଂସ ବ୍ୟାଙ୍କ, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ଓ ହାଉସିଂଗ ଫାଇନେଂସ ଜରିଆରେ ବି ଆପ୍ଲାଏ କରି ପାରିବେ । ଏହା ସହିତ ସରକାର ନିଜେ ବି ସିଧା ସିଧା ଯୋଜନାର ଲାଭ ଦେଉଛନ୍ତି । ସରକାର ଲୋନ ଦେବା ପାଇଁ କମଜୋର ଆୟବର୍ଗ ଓ ମଧ୍ୟମ ଆୟ ବର୍ଗ ସମେତ ଅନ୍ୟ ପଛୁଆ ବର୍ଗର ଲୋକମାନଙ୍କ କ୍ୟାଟାଗୋରି ବି କରିଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।