ଏହି ଜାଗାରେ ପଡିଥିବାର ମିଳିଲା ୧୨୦ କୋଟି ଟଙ୍କା, କିନ୍ତୁ କେହି ଖର୍ଚ କରି ପାରିବେ ନାହିଁ ଏହାକୁ ! ଜାଣନ୍ତୁ ପୁରା ଘଟଣା

ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । କିଛି ଦିନ ପୂର୍ବେ ପୂର୍ବୀ ରୁସର ସେଂଟ ପୀଟର୍ସବର୍ଗରେ କିଛି ଲୋକମାନଙ୍କୁ ଏକ ଅପରିଷ୍କାର ଜାଗାରେ ପାଖାପାଖି ୧ ଅରବ ରୁବଲର ନୋଟ ମିଳିଲା । ସୂଚନା ଅନୁସାରେ ଭାରତୀୟ ମୁଦ୍ରାରେ ଏହାର ଦାମ ପାଖାପାଖି ୧୨୦ କୋଟି ଟଙ୍କା ଅଟେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି

ଏହି ସମସ୍ତ ଟଙ୍କାକୁ ଯିଏ ବି ଖୋଜିଲା ତାକୁ ଏହି ଟଙ୍କା ଖର୍ଚ କରିବାକୁ ଅନୁମତି ନାହିଁ । କୁହାଯାଉଛି କି ଏହି ନୋଟ ପୂର୍ବ ସୋବିୟତ ସଂଘ ସମୟର ଅଟେ ଓ ଯାହାକି ବର୍ତ୍ତମାନ ଏହା ଚାଲୁ ନାହିଁ ।

ଯେଉଁଠି ନୋଟ ମିଳିଛି ସେହି ଜାଗାଟି ମସ୍କୋରୁ ପାଖାପାଖି ୧୬୦ କିଲୋମିଟର ଦୂରରେ ସ୍ଥିତ ବ୍ଲାଦିମୀର କ୍ଷେତ୍ରର ଅଟେ । ସୂଚନା ଅନୁସାରେ ଏହା ଏକ ପ୍ରାଚୀନ ଖଣି ଅଟେ । ଯେଉଁଠି ସୋବିୟତ ସଂଘ ସମୟରେ ମିସାଇଲ ରଖା ଯାଉଥିଲା । ଖୋଜିଥିବା ଗୃପ ଶୁଣିଥିଲେ କି ସେହି ଜାଗାରେ ବହୁତ ଟଙ୍କା ଦବି ଅଛି । ଏହି କାରଣରୁ ସେହି ଜାଗାରେ ଥିବା ଟଙ୍କାକୁ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ କରାଗଲା । ଯେତେବେଳେ ଏହି ଘଟଣାଟି ସାମନାକୁ ଆସିଲା ତେବ ପୁରା ବିଶ୍ଵର ମିଡିୟାରେ ଏହି ଖବର ଚର୍ଚାରେ ଛାଇ ଗଲା ।

ମିଳିଥିବା ନୋଟକୁ ବର୍ଷ ୧୯୬୧ ୧୯୯୧ ମଧ୍ୟରେ ଜାରି କରାଯାଇଥିଲା । ସେହି ସମୟରେ ଏହି ନୋଟ ଚାଲୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହି ନୋଟର କୌଣସି ମୂଲ୍ୟ ନାହିଁ । ସୂଚନା ଅନୁସାରେ କୁହାଯାଉଛି କି ଯେଉଁ ଜାଗାରେ ଏହି ନୋଟ ମିଳିଛି, ସେଠି ପ୍ରଥମେ ମିସାଇଲ ରଖା ଯାଉଥିଲା । ଏହା ଅନୁମାନ ଲଗାଯାଉଛି କି ଯେତେବେଳେ ବନ୍ୟା ଆସିଲା ତେବ ଏନୋଟ ବହି ଯାଇ ଖଣିରେ ଚାଲି ଗଲା ।

ଆପଣଙ୍କୁ କହିଦେଉଛୁ ଯେ ଭାରତରେ ଯେତେବେଳ ୨୦୧୬ରେ ନୋଟ ବନ୍ଦୀ ହୋଇଥିଲା ସେତେବେଳ ବି ଏହିଭଳି ଘଟଣା ଦେଖା ଯାଇଥିଲା । ଲୋକମାନେ ନିଜର କଳାଧନକୁ କେଉଁଠି ଲୁଚାଇ ଦେଉଥିଲେ କିମ୍ବା ସେଥିରେ ନିଆଁ ଲଗାଇ ଦେଉଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।