ମହା ଶିବରାତ୍ରୀରେ ଗୁପ୍ତ ଭାବରେ ନନ୍ଦୀଙ୍କ କାନରେ କହି ଦିଅନ୍ତୁ ଏହି ମନ୍ତ୍ର ! ଚମତ୍କାର ଘଟିବ ! Maha Shiv Ratri

ବନ୍ଧୁଗଣ ବର୍ଷ ସାରା ପ୍ରତ୍ଯେକ ଲୋକ କିଛି ନା କିଛି ପରିଶ୍ରମ ତ ନିହାତି ଭାବରେ କରିଥାନ୍ତି । ଏଥିସହ ପୂଜା ପାଠ ମଧ୍ୟ କରିଥାନ୍ତି । ହେଲେ ବ୍ୟକ୍ତି ଚାହୁଁଥିବା ତା’ ର ସବୁ ଇଛା ମନୋସ୍କାମନା କିନ୍ତୁ ଅତି ଶୀଘ୍ର ପୂରଣ ହୋଇପାରିନଥାଏ । ଯେପରି କାହାର ବିବାହ ବୟସ ହୋଇ ମଧ୍ୟ ବିବାହରେ ବାଧା ଆସୁଛି । ବ୍ୟବସାୟରେ ଭଲ ଲାଭ ମିଳୁନାହିଁ, ବିଦ୍ୟାର୍ଥୀ ହୋଇ ପରୀକ୍ଷାରେ ଏତେ ଭଲ କରିପାରୁନାହାନ୍ତି । ଚାକିରୀଟିଏ ମନ ପସନ୍ଦର ପାଇପାରୁନାହାନ୍ତି ।

ତେବେ ଏହି ସବୁ ସମସ୍ଯାର ସମାଧାନ ଆପଣ କେବଳ ଗୋଟିଏ ଦ୍ଵାରା ସମାଧାନ କରିପାରିବେ । ତେବେ ଏହି ଉପାୟ ପୂରଣ ପାଇଁ ଆପଣଙ୍କୁ ଶିବ ମନ୍ଦିର ଯିବାକୁ ପଡିବ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି । ଯେ ପ୍ରତ୍ଯେକ ଶିବ ମନ୍ଦିରରେ ନନ୍ଦୀ ମହାରାଜା ବସିଥାନ୍ତି । ତେବେ ମାନ୍ୟତା ଅନୁସାରେ ନନ୍ଦୀଙ୍କ କାନରେ ବ୍ୟକ୍ତି ଯାହା ବି କହିଥାଏ । ସେହି ବ୍ୟକ୍ତିର ଇଛା ବହୁତ ଶୀଘ୍ର ପୂରଣ ହୋଇପାରିଥାଏ ।

କାରଣ ନନ୍ଦୀଙ୍କ କାନରେ ଆମେ ଯାହା ବି କହିଥାଉ । ତାହା ସିଧାସଳଖ ପ୍ରଭୁ ଭୋଳାନାଥଙ୍କ ନିକଟରେ ପହଞ୍ଚିଥାଏ । ତେବେ ଆପଣ ଏପରି ଏକ ମନ୍ତ୍ର ସହ ଯଦି ନିଜର ମନୋସ୍କାମନା ବିଷୟରେ ନନ୍ଦୀ ମହାରାଜାଙ୍କ କାନରେ ଭକ୍ତିର ସହ କହିଦେବେ । ତେବେ ଆପଣଙ୍କ ଇଛା ଅବଶ୍ୟ ବହୁତ ଶୀଘ୍ର ପୂରଣ ହୋଇପାରିବ । ତେବେ ଏହି ଉପାୟଟି ଆପଣ ପବିତ୍ର ଜାଗର ଓଷା ଦିନ ଶିବ ମନ୍ଦିର ଯାଇ କରନ୍ତୁ ।

ଶିବ ରାତ୍ରୀ ଦିନ ପ୍ରଥମେ ଭଗବାନ ଶିବଙ୍କ ମନ୍ଦିର ଯାଇ ସେଠାରେ ପୂଜା ଅର୍ଚନା କରନ୍ତୁ । ମନ୍ଦିରରେ ଦୀପ ଜାଳିବା ସହ ନନ୍ଦୀଙ୍କ ପାଖରେ ମଧ୍ୟ ଦୀପ ଜାଳି ତାଙ୍କୁ ଫୁଲ ଚଢାଇ ପୂଜା କରନ୍ତୁ । ଆପଣ ନନ୍ଦୀଙ୍କ କାନରେ କିଛି କହିବ ପୂର୍ବରୁ ପ୍ରଭୁ ଶିବଙ୍କ ଆଗରେ 3 ଥର ତାଳି ବଜାନ୍ତୁ ।

ଏହାପରେ ନନ୍ଦୀଙ୍କ 2 ସିଙ୍ଘ ଉପରେ ନିଜର ତର୍ଜନୀ ଓ କନିଷ୍ଠା ଆଙ୍ଗୁଳି 2 ଟି କୁ ରଖନ୍ତୁ । ତାପରେ ନନ୍ଦୀଙ୍କ କାନରେ ଏହି ମନ୍ତ୍ରଟିକୁ କହିବେ । ତେବେ ସେହି ବିଶେଷ ଚମତ୍କାରୀ ମନ୍ତ୍ରଟି ହେଉଛି ଓମ୍ ତତ ପୁରୁଷାୟ ବିଦମହେ ମହାଦେବାୟଃ ଧିମହୀ ତନୌ ରୁଦ୍ରହ ପ୍ରଚୋଦୟା । ଏହି ମନ୍ତ୍ରଟିକୁ କହିବା ସହ ନନ୍ଦୀଙ୍କ କାନରେ ନିଜର ଇଛା ସମ୍ପର୍କରେ ମଧ୍ୟ କୁହନ୍ତୁ । ଏହା ବହୁତ ଚମତ୍କାରୀ ମନ୍ତ୍ର ଅଟେ ।

ଆପଣଙ୍କ ମନୋସ୍କାମନା ବହୁତ ଜଲ୍ଦି ଭଗବାନ ଭୋଳାନାଥ ପୂରଣ କରିବେ । ଆପଣ ଏହି ଉପାୟକୁ ଭକ୍ତି ଓ ବିଶ୍ବାସର ସହ କରନ୍ତୁ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ। ପେଜକୁ ଲାଇକ୍, ଶେୟାର କରିବା ସହ କମେଣ୍ଟରେ ହର ହର ମହାଦେବ ନିଶ୍ଚୟ ଲେଖିକି ଜଣାନ୍ତୁ ।