ମାଳିକା ବଚନ ସତ ହେଲା ! ଜଗନ୍ନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତ ହେବାର 5 ସଙ୍କେତ, ଦେଖନ୍ତୁ କଣ କହୁଛି ମାଳିକା

ବିଜ୍ଞାନ କୁହେ ଏହି ପୃଥିବୀ ଦିନେ ନା ଦିନେ ଧ୍ଵଂସ ହୋଇଯିବ । ସେହିପରି ସାଧୁସନ୍ଥ ମାନେ ଭବିଷ୍ୟବାଣୀ କରି ଯାଇଛନ୍ତି କି, କଳିଯୁଗର ଶେଷରେ ପୃଥିବୀ ବିନାଶ ହୋଇଯିବ । ତେବେ କଣ ସତରେ କଳିଯୁଗର ଅନ୍ତ ପାଖେଇ ଆସିଲାଣି ? ଏପରି କେବେ ହେବ ତାହା ତ କେହି କହିପାରିବେନି, କିନ୍ତୁ କିଛି ସଙ୍କେତ ଏମିତି ମିଳିଛି ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ କଳିଯୁଗର ଅନ୍ତ ପାଖେଇ ଆସିଲାଣି । ବୈଜ୍ଞାନିକ ମାନେ ଏହାର ପ୍ରମାଣ ଦେଇ ସାରିଥିବା ବେଳେ ମାଳିକାରେ ମଧ୍ୟ ଏନେଇ ଉଲ୍ଲେଖ ରହିଛି ।

ସାଧୁସନ୍ଥମାନେ ୬୦୦ ବର୍ଷ ତଳେ ତାଳପତ୍ରରେ ଯାହା ସବୁ ଲେଖିଥିଲେ ତାହା ଏବେ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । କଳିଯୁଗର ଶେଷ ହେବ ଓ ଗୋଟିଏ ନୂଆ ଯୁଗର ଆରମ୍ଭ ହେବ ବୋଲି ସେମାନେ ଲେଖିଥିଲେ । ୧୬ ଶତାବ୍ଦୀରେ ଓଡିଶାର ୫ଜଣ ମହାଜ୍ଞାନୀ ତଥା ପଞ୍ଚସଖା ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ, ଯଶବନ୍ତ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସ ମିଶି ମାଳିକା ବଚନ ଗ୍ରନ୍ଥ ଲେଖିଥିଲେ ।

ସଖାମାନେ ଲେଖିଥିଲେ କି କଳିଯୁଗର ଶେଷ ସମୟରେ ଘରେ ଘରେ ରକ୍ତଚାପ, ମଧୁମେହ, ହୃଦଘାତ ଓ ବାୟୁରୋଗ ଦେଖାଦେବ । ଯୁଗ ଥିଲା ହଜାରେରେ ଗୋଟିଏ ଲୋକଙ୍କୁ ଏହିସବୁ ରୋଗ ହେଉଥିଲା । କିନ୍ତୁ ବର୍ତ୍ତମାନ ଘରର ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ଠାରେ ଏହି ରୋଗ ଦେଖାଦେଉଛି । ଏହାସହ ସଖାମାନେ ଲେଖିଥିଲେ କି ଅନ୍ତ କାଳରେ ଲୋକମାନେ କାଗଜ ପତ୍ରରେ ଖାଦ୍ଯ ଖାଇବେ । ଏବେ ଆମେ ପ୍ରାୟ ସବୁଠି କାଗଜ ପ୍ଳେଟରେ ହିଁ ଖାଉଛୁ ।

ଏହାସହ ସ୍ଵାମୀ ପରସ୍ତ୍ରୀ ସହ ଓ ସ୍ତ୍ରୀ ପରପୁରୁଷ ସହ ସମ୍ପର୍କ ରଖିବ ବୋଲି ମଧ୍ୟ ଲେଖାଯାଇଛି । ଯାହାକି ଖବରକାଗଜ ବା ନ୍ଯୁଜ ଚ୍ଯାନେଲ ଖୋଲିବା ମାତ୍ରେ କେତେ କେତେ ଏପରି ଘଟଣା ଶୁଣିବାକୁ ମିଳୁଛି । ଏହାସହ ଝିଅମାନେ ଗର୍ଭ ନଷ୍ଟ କରିବେ ବୋଲି ମଧ୍ୟ ମାଲିକାରେ ଲେଖାଯାଇଛି । ଯାହାକି ଏବେ ସତ ହେବାରେ ଲାଗିଛି । ଏସବୁ ବ୍ଯତୀତ ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ କେତେକ ଅଘଟଣ ଘଟିବ ବୋଲି ମାଲିକାରେ ଉଲ୍ଲେଖ ରହିଛି । ଯାହା କିଛି କିଛି ସତ ହେବାରେ ଲାଗିଛି ।

ଯେପରିକି ପୁରୀ ମନ୍ଦିରରୁ ପଥର ପଡିବ, ଓଡିଶାକୁ ଏପରି ବାତ୍ୟା ଆସିବ ଯେଉଁଥି ପାଇଁ ପୁରୀର ପବିତ୍ର କଳ୍ପବୃକ୍ଷ ପଡିବା ସହ ଲୋକମାନେ ଗୋଟିଏ ରୋଗରେ ପୀଡିତ ହୋଇ ମରିବେ ଓ ପୁରୀ ମନ୍ଦିର ବାନାରେ ନିଆଁ ଲାଗିଯିବ । ଆଉଆ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ସବୁ ପ୍ରକୃତରେ ଘଟି ସାରିଲାଣି । ଏସବୁ ଦେଖି ବୁଦ୍ଧିଜୀବୀ ମାନେ କହୁଛନ୍ତି କି କଳିଯୁଗ ନିହାତି ଭାବେ ଶେଷ ହେବାକୁ ଯାଉଛି ।

ଏହାସହ ଆହୁରି କିଛି ଭବିଷ୍ୟବାଣୀ ରହିଛି ଯାହା ସଫଳ ହେବାକୁ ବାକି ଅଛି । ସେଗୁଡିକ ହେଉଛି ବ୍ରାହ୍ମଣମାନେ ମଦ ମାଂସ ଖାଇବେ, ସାତ ରାତି ଓ ସାତ ଦିନ ହେବ, ଗୁଣ୍ଡା ମଦୁଆମାନେ ଖଣ୍ଡା ଧରି ବୁଲିବେ ଓ ମନ୍ଦିର ଭାଙ୍ଗିବେ, ନାରୀ ଉଲଗ୍ନ ହୋଇ ବୁଲିବେ ଓ ପୁରୁଷମାନେ ନାରୀ ଅଧୀନରେ ରହିବେ ଏବଂ ସାରା ଦୁନିଆରେ ଟଙ୍କାର ଅଭାବ ହେବ ।

ଏହିସବୁ ଲକ୍ଷଣ ଏବେ କିଛି କିଛି ଦେଖା ଦେଉଥିଲେ ମଧ୍ୟ ଯେବେ ପ୍ରତିଦିନ ଏସବୁ ଦେଖାଯିବ ସେବେ ବୁଝିବେ ଯେ ଏଥର କଳିଯୁଗର ସୁନିଶ୍ଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।