ମୀନ ରାଶି (Pisces) ମଇ 2022 ମାସିକ ରାଶିଫଳ, କଣ ରହିଛି ଶୁଭଫଳ ଓ ଅଶୁଭ ଖଣ୍ଡନର ପ୍ରତିକାର କଣ କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିରୁ ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ପୂର୍ବରୁ ଅନେକ କିଛି ଜାଣି ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ମୀନ ରାଶିର ମଇ ମାସର ମାସିକ ରାଶିଫଳ ନେଇ ଆସିଛୁ, ଯାହା ଗ୍ରହଙ୍କ ଚଳନ ଓ ସ୍ଥିତିକୁ ନେଇ ଆଧାରିତ । ତେବେ ଚାଲନ୍ତୁ ଜାଣିବା ମୀନ ରାଶି ପାଇଁ ମଇ ମାସଟି କେମିତି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ସବୁ ପ୍ରତିକାର କରିବେ ।

ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ହଳଦିଆ ରଙ୍ଗ । କୌଣସି ଶୁଭ କାର୍ଯ୍ୟରେ ଏହି ରଙ୍ଗର ବସ୍ତୁକୁ ବିଶେଷ ଭାବେ ପ୍ରୟୋଗ କରିବା ଦ୍ଵାରା ବା ବସ୍ତ୍ର ପିନ୍ଧିବା ଦ୍ଵାରା ସଫଳ ହୋଇଥାଏ । ରାଶିର ଶୁଭବାର ହେଉଛି ରବିବାର ଓ ଗୁରୁବାର । ରାଶିର ଶୁଭଦେବତା ହେଉଛନ୍ତି ଭଗବାନ ନାରାୟଣ ଓ ଶ୍ରୀ ଜଗନ୍ନାଥ ଏବଂ ରାଶିର ଶୁଭଦେବୀ ହେଉଛନ୍ତି ମା ତାରାତାରିଣୀ ବା ତାରିଣୀ । ବ୍ରତ ଉପବାସ ବାର ହେଉଛି ଗୁରୁବାର । ଏହିଦିନ ବ୍ରତ ଉପବାସ ରଖିଲେ ସବୁ ମାନସିକ ପୂର୍ଣ୍ଣ ହେବ ।

ମୀନ ରାଶି ପାଇଁ ୨୦୨୨ ମଇ ମାସଟି ସୁଖଦ ଫଳ ପ୍ରଦାନ କରିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ବରିଷ୍ଠ ସହଯୋଗୀଙ୍କ ଠାରୁ ଉତ୍ତମ ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟସ୍ଥଳରେ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି । ବିଦ୍ୟାର୍ଥୀ ଛାତ୍ରଛାତ୍ରୀଙ୍କ ପାଇଁ ମାସଟି ଶୁଭଫଳ ପ୍ରଦାନ କରିବ । କ୍ଯାରିୟର ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ ।

କିନ୍ତୁ କୌଣସି ନିର୍ଣ୍ଣୟ ନେବା ଆଗରୁ ଭାବିଚିନ୍ତି ନିଅନ୍ତୁ, ନଚେତ ଅସୁବିଧାରେ ପଡି ପାରନ୍ତି । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ । ଆର୍ଥିକ କ୍ଷେତ୍ରରେ କିଛି କ୍ଷତି ହୋଇପାରେ । ସଞ୍ଚିତ ଧନରୁ ଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ଅବଧିରେ ଆପଣ ଅଧିକ ଧନ ଲାଭ କରିବେ, କିନ୍ତୁ ଆୟ ତୁଳନାରେ ବ୍ୟୟର ଭାର ଅଧିକ ରହିବ । ସେଥିପାଇଁ ଅଯଥା ଖର୍ଚ୍ଚରେ ନିୟନ୍ତ୍ରଣ ବଜାୟ ରଖନ୍ତୁ । ଶେୟାର ମାର୍କେଟ ଆଦି କ୍ଷେତ୍ରରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ ।

ବିଦେଶ ବ୍ୟବସାୟରେ ମଧ୍ୟ ଲାଭ ପ୍ରାପ୍ତି ହେବ ଓ କିଛି ଲୋକଙ୍କୁ ପୈତୃକ ସମ୍ପତି ଭାଗ ମିଳିବାର ଦେଖାଯାଉଛି । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ସକାରାତ୍ମକ ପରିଣାମ ପ୍ରଦାନ କରିବ । ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

ପରିବାରରେ କିନ୍ତୁ କିଛି ମନୋମାଳିନ୍ୟ ସ୍ଥିତି ଦେଖା ଦେଇପାରେ । ଏହାସହ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ପ୍ରତ୍ଯେକ ମଙ୍ଗଳବାର ହନୁମାନ ମନ୍ଦିର ଯିବା ପାଇଁ ଚେଷ୍ଟା କରନ୍ତୁ । ଛୋଟ ପିଲାଙ୍କୁ ଖିରୀ କରି ଖାଇବାକୁ ଦିଅନ୍ତୁ ଶୁଭଫଳ ନିଶ୍ଚୟ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।