ଏହି ରିମେଡିକୁ ଥରେ ଲଗେଇ ଦେଖନ୍ତୁ, ଭୟଙ୍କର ରୁ ଭୟଙ୍କର ଯାଦୁ, କାଛୁ ଓ କୁଣ୍ଡିଆ ସବୁଦିନ ପାଇଁ ଭଲ ହୋଇଯିବ (Health Tips)

ଚର୍ମରୋଗ ବା ଫଙ୍ଗାଲ ଇନଫେକ୍ସନ ଯଦି ବଢିଚାଲେ ତେବେ ଏହାକୁ କଣ୍ଟ୍ରୋଲ କରିବା କଠିନ ହୋଇଯାଏ । ସମୟ ଥାଉ ଥାଉ ଏହାକୁ ନିୟନ୍ତ୍ରଣ ନକଲେ ଏହା ଭୟଙ୍କର ରୂପ ଧାରଣ କରିଥାଏ । ଅନେକ ଟଙ୍କା ଖର୍ଚ୍ଚ କରି ଯାଦୁ, କାଛୁ କୁଣ୍ଡିଆକୁ ଭଲ କଲେ ମଧ୍ୟ ଅଳ୍ପଦିନ ପରେ ତାହା ପୁଣି ବାହାରିଥାଏ । ତେବେ ଘରୋଇ ଉପାୟରେ ଯାଦୁ, କାଛୁ କୁଣ୍ଡିଆ ଭଲ କରିବା ଆଜି ଆମେ ଆପଙ୍କ ପାଇଁ ଏକ ଚମତ୍କାରୀ ଉପଚାର ନେଇ ଆସିଛୁ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ତିନିରୁ ଚାରି କୋଲ ରସୁଣର ଆବଶ୍ୟକତା ହେବ । ରସୁଣ ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନଫ୍ଲେମେଟୋରି ଗୁଣରେ ପରିପୂର୍ଣ୍ଣ ଅଟେ । କେବଳ ଖାଦ୍ଯରେ ନୁହେଁ ବରଂ ଆମ ଶରୀରର ବିଭିନ୍ନ ପ୍ରକାରର ରୋଗକୁ ଭଲ କରିବା ପାଇଁ ମଧ୍ୟ ଏହା ଉପାଦେୟ ଅଟେ । ଯେଉଁ ଜାଗା ସବୁବେଳେ ଝାଳ ବୋହିଥାଏ ବା ଓଦା ରହିଥାଏ ସେହି ସ୍ଥାନରେ ଯାଦୁ, କାଛୁ କୁଣ୍ଡିଆ ହେବାର ସମ୍ଭାବନା ଅଧିକ ରହିଥାଏ ।

ସେଥିପାଇଁ ପରିଷ୍କାର ପରିଚ୍ଛନତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଏକ ଚାମୁଚ ଦେଶୀ ଗାଈ ଘିଅ । ଏହା ଆମ ଖାଦ୍ଯର ସ୍ଵାଦ ବଢାଇବା ସହ ଚର୍ମରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ପ୍ରତିଦିନ ଅଧ ଚାମୁଚ ଗାଈ ଘିଅ ସେବନ କଲେ ଜୀବନରେ କେବେବି ଆଣ୍ଠୁଗଣ୍ଠି ବିନ୍ଧା ବା ଜଏଣ୍ଟ ପେନ୍ ଭଳି ସମସ୍ଯା ଦେଖା ଦେବନାହିଁ ।

ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ରସୁଣ ପାଖୁଡାଗୁଡିକୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ । ଏବେ ଏଥିରେ ଏକ ଚାମୁଚ ଘିଅ ପକାନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ ଅଧଘଣ୍ଟା ଯାଏଁ ସେମିତି ଛାଡି ଦିଅନ୍ତୁ ଓ ତା’ପରେ ଏହାକୁ ହାଲୁକା ଗରମ କରି ନିଅନ୍ତୁ । ଏହି ମିଶ୍ରଣକୁ ଆପଣ ଯେକୌଣସି ସମୟରେ ଲଗାଇ ପାରିବେ, କିନ୍ତୁ ରାତିରେ ଏହାର ପ୍ରୟୋଗ କରିବା ଭଲ ହୋଇଥାଏ । ହାଲୁକା ଗରମ କରିବା ପରେ ଏହି ରିମେଡିକୁ କିଛି ସମୟ ପର୍ଯ୍ୟନ୍ତ ସେମିତି ରହିବାକୁ ଦିଅନ୍ତୁ ବା ଥଣ୍ଡା ହେବାକୁ ଦିଅନ୍ତୁ ।

ଏହାଦ୍ବାରା ରସୁଣର ସମସ୍ତ ପୋଷକତତ୍ତ୍ଵ ଏହି ଘିଅ ମଧ୍ୟକୁ ଆସିଯିବ । ଏବେ ଆପଣଙ୍କ ରିମେଡି ପ୍ରସ୍ତୁତ ହୋଇଗଲା । ଥରେ ବନେଇଲେ ଏହି ରିମେଡିକୁ ଆପଣ ଦୁଇରୁ ତିନିଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହାକୁ ଯାଦୁ, କାଛୁ କୁଣ୍ଡିଆରେ ଲଗାଇବା ପୂର୍ବରୁ ଆପଣଙ୍କୁ ଆଉ ଏକ ଜିନିଷର ଆବଶ୍ୟକତା ହେବ ତାହା ହେଉଛି ଚୂନ, ଯାହା ପାନରେ ବ୍ୟବହାର କରାଯାଏ ।

ପ୍ରଥମେ ଆପଣ ଯାଦୁ ହୋଇଥିବା ସ୍ଥାନକୁ ଭଲ ଭାବେ ସଫା କରି ଦିଅନ୍ତୁ । ଏହାପରେ ତୁଳାରେ ମିଶ୍ରଣକୁ ନେଇ ଯାଦୁ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ ଓ ଏହାପରେ ତା’ ଉପରେ ଅଳ୍ପ ଚୂନ ଲଗେଇ ଦିଅନ୍ତୁ । ଧ୍ୟାନ ଦେବେ ବେଶୀ ଚୂନ ଲଗେଇବେ ନାହିଁ । ଏହାକୁ ଏମିତି ଆଗେଇ ଏକରୁ ଦୁଇ ଘଣ୍ଟା ରଖନ୍ତୁ । ଆପଣ ଚାହିଁଲେ ଏହାକୁ ରାତିସାରା ମଧ୍ୟ ରଖିପାରିବେ ।

ପରେ ଉଷୁମ ପାଣିରେ ଏହାକୁ ଧୀରେ ଧୀରେ ପୋଛି ଦେବେ । ଏହି ରିମେଡି କିଛିଦିନ ଲଗାତାର ଲଗାନ୍ତୁ, ଦେଖିବେ ଭୟଙ୍କରରୁ ଭୟଙ୍କର ଯାଦୁ, କାଛୁ କୁଣ୍ଡିଆ ମଧ୍ୟ ସବୁଦିନ ପାଇଁ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।